ହଦଗଡ଼ ଅଭୟାରଣ୍ୟରେ ପୁଣି ଏକ ହାତୀ ମୃତ୍ୟୁ, ଶିକାର ସନ୍ଦେହ
ହାଟଡିହୀ,୮ା୮(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ହଦଗଡ଼ ହସ୍ତୀ ଅଭୟାରଣ୍ୟ ପରିଧିର ପିତାନାଉ ନିକଟରେ ଏକ ମାଈ ହାତୀ ମୃତ୍ୟୁ ଘଟିଛି। ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିନି। ଖବର ମିଳିବା ପରେ ବନ ବିଭାଗ ହାତୀ ମୃତ୍ୟୁର ତଦନ୍ତ ଆରମ୍ଭ କରିଛି। ତେବେ ବାର୍ଦ୍ଧକ୍ୟ ଜନିତ କାରଣରୁ ହାତୀର ମୃତ୍ୟୁ ଘଟିଥାଇ ପାରେ ବୋଲି ଅନୁମାନ କରାଯାଉଛି। ଅପରପକ୍ଷେ ଶିକାରୀମାନେ ବିଷ କ୍ରିୟା କିମ୍ବା ଆଘାତ କରି ହାତୀଟିକୁ ମାରିଦେଇଥିବା ଆଲୋଚନା ହେଉଛି। ବ୍ଲକ ଭେଟେନାରୀ […] The post ହଦଗଡ଼ ଅଭୟାରଣ୍ୟରେ ପୁଣି ଏକ ହାତୀ ମୃତ୍ୟୁ, ଶିକାର ସନ୍ଦେହ appeared first on Dharitri Odia News.
ହାଟଡିହୀ,୮ା୮(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ହଦଗଡ଼ ହସ୍ତୀ ଅଭୟାରଣ୍ୟ ପରିଧିର ପିତାନାଉ ନିକଟରେ ଏକ ମାଈ ହାତୀ ମୃତ୍ୟୁ ଘଟିଛି। ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିନି। ଖବର ମିଳିବା ପରେ ବନ ବିଭାଗ ହାତୀ ମୃତ୍ୟୁର ତଦନ୍ତ ଆରମ୍ଭ କରିଛି। ତେବେ ବାର୍ଦ୍ଧକ୍ୟ ଜନିତ କାରଣରୁ ହାତୀର ମୃତ୍ୟୁ ଘଟିଥାଇ ପାରେ ବୋଲି ଅନୁମାନ କରାଯାଉଛି। ଅପରପକ୍ଷେ ଶିକାରୀମାନେ ବିଷ କ୍ରିୟା କିମ୍ବା ଆଘାତ କରି ହାତୀଟିକୁ ମାରିଦେଇଥିବା ଆଲୋଚନା ହେଉଛି। ବ୍ଲକ ଭେଟେନାରୀ ଅଫିସର (ବିଭିଓ) ମୃତଦେହ ବ୍ୟବଚ୍ଛେଦ ପାଇଁ ଘଟଣାସ୍ଥଳକୁ ଯାଉଥିବା ସୂଚନା ମିଳିଛି।
ସୂଚନାଯୋଗ୍ୟ, କିଛି ଦିନ ପୂର୍ବରୁ ସୋସୋ ଥାନା ଅଞ୍ଚଳରେ ଜଣେ ବ୍ୟକ୍ତି ଏକ ଦନ୍ତାହାତୀକୁ କରେଣ୍ଟ ଲଗାଇ ମାରି ଗିରଫ ହୋଇଥିଲେ।
The post ହଦଗଡ଼ ଅଭୟାରଣ୍ୟରେ ପୁଣି ଏକ ହାତୀ ମୃତ୍ୟୁ, ଶିକାର ସନ୍ଦେହ appeared first on Dharitri Odia News.