୩ ବର୍ଷ ବିତି ଯାଇଥିଲେ ସୁଧା କାର୍ଯ୍ୟ ସିଖିପାରିଲେ ନାହିଁ ପୌରାଧ୍ୟକ୍ଷା: ଅନାସ୍ଥା ପ୍ରସ୍ତାବ ଆଣିଲେ…
ଭୁବନେଶ୍ୱର,୬।୫: ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ପୌରାଧ୍ୟକ୍ଷାଙ୍କ ବିରୋଧରେ ସୋମବାର ଅନାସ୍ଥା ପ୍ରସ୍ତାବ ଆଗତ ହୋଇଛି। ବିଜେଡି ପୌରାଧ୍ୟକ୍ଷ ଯାଜ୍ଞସେନୀ ଓରାମଙ୍କ ବିରୋଧରେ ଏହି ଅନାସ୍ଥା ପ୍ରସ୍ତାବ ଆସିଛି। ୨୩ ଜଣଙ୍କ ମଧ୍ୟରୁ ୨୨ କାଉନସିଲର ତାଙ୍କ ନାମରେ ଏହି ଅନାସ୍ଥା ପ୍ରସ୍ଥାବ ଆଣିଛନ୍ତି। ପୌରାଧ୍ୟକ୍ଷାଙ୍କ ମନମୁଖୀ କାମ ଓ ଅସହଯୋଗ ନେଇ ତାଙ୍କ ନାମରେ ଅଭିଯୋଗ ଆସିଛି। ଏ ନେଇ ପୌରାଧ୍ୟକ୍ଷା ଯାଜ୍ଞସେନୀଙ୍କ ବିରୋଧରେ ଜିଲାପାଳଙ୍କୁ ଅନାସ୍ଥା ପ୍ରସ୍ତାବ ଦିଆଯାଇଛି। ଜଣେ କାଉନସିଲର କହିଛନ୍ତି, ପୌରାଧ୍ୟକ୍ଷା ମନମୁଖୀ […] The post ୩ ବର୍ଷ ବିତି ଯାଇଥିଲେ ସୁଧା କାର୍ଯ୍ୟ ସିଖିପାରିଲେ ନାହିଁ ପୌରାଧ୍ୟକ୍ଷା: ଅନାସ୍ଥା ପ୍ରସ୍ତାବ ଆଣିଲେ… appeared first on Dharitri Odia News.
ଭୁବନେଶ୍ୱର,୬।୫: ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ପୌରାଧ୍ୟକ୍ଷାଙ୍କ ବିରୋଧରେ ସୋମବାର ଅନାସ୍ଥା ପ୍ରସ୍ତାବ ଆଗତ ହୋଇଛି। ବିଜେଡି ପୌରାଧ୍ୟକ୍ଷ ଯାଜ୍ଞସେନୀ ଓରାମଙ୍କ ବିରୋଧରେ ଏହି ଅନାସ୍ଥା ପ୍ରସ୍ତାବ ଆସିଛି। ୨୩ ଜଣଙ୍କ ମଧ୍ୟରୁ ୨୨ କାଉନସିଲର ତାଙ୍କ ନାମରେ ଏହି ଅନାସ୍ଥା ପ୍ରସ୍ଥାବ ଆଣିଛନ୍ତି। ପୌରାଧ୍ୟକ୍ଷାଙ୍କ ମନମୁଖୀ କାମ ଓ ଅସହଯୋଗ ନେଇ ତାଙ୍କ ନାମରେ ଅଭିଯୋଗ ଆସିଛି। ଏ ନେଇ ପୌରାଧ୍ୟକ୍ଷା ଯାଜ୍ଞସେନୀଙ୍କ ବିରୋଧରେ ଜିଲାପାଳଙ୍କୁ ଅନାସ୍ଥା ପ୍ରସ୍ତାବ ଦିଆଯାଇଛି।
ଜଣେ କାଉନସିଲର କହିଛନ୍ତି, ପୌରାଧ୍ୟକ୍ଷା ମନମୁଖୀ କାର୍ଯ୍ୟକରୁଛନ୍ତି। ନୂଆନୂଆ କହି ୩ ବର୍ଷ ବିତି ଯାଇଥିଲେ ସୁଧା କାର୍ଯ୍ୟ ସିଖିପାରିଲେ ନାହିଁ। ଏ ନେଇ ଓ୍ବାର୍ଡରେ ସମସ୍ୟା ଉପୁଜୁଥିବାରୁ ଅନାସ୍ଥା ପ୍ରସ୍ତାବ ଆଗତ କରିଛୁ। ବିଧାନସଭା ନିର୍ବାଚନ ପରେ ରାଜ୍ୟରେ ସରକାର ବଦଳିଛି । ୨୪ ବର୍ଷର ବିଜେଡି ସରକାରକୁ ହଟାଇ ଶାସନ ଗାଦି ସମ୍ଭାଳିଛି ଭାଜପା। ପ୍ରାୟ ରାଜ୍ୟର ବିଭିନ୍ନ ବ୍ଲକରେ ରାଜନୀତିର ଗଣିତ ବଦଳୁଛି। ବିଜେଡି ଅଧ୍ୟକ୍ଷା, ଅଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ ହେଉଛି। ଏହା ଏବେ ରାଜ୍ୟ ରାଜନୀତିକୁ ଚର୍ଚ୍ଚାକୁ ଅଆଣୁଛି।
The post ୩ ବର୍ଷ ବିତି ଯାଇଥିଲେ ସୁଧା କାର୍ଯ୍ୟ ସିଖିପାରିଲେ ନାହିଁ ପୌରାଧ୍ୟକ୍ଷା: ଅନାସ୍ଥା ପ୍ରସ୍ତାବ ଆଣିଲେ… appeared first on Dharitri Odia News.