ବାଂଲାଦେଶକୁ ହରାଇ ଇତିହାସ ରଚିଲା ଭାରତ, ୯୨ ବର୍ଷରେ ପ୍ରଥମ ଥର ପାଇଁ ହେଲା ଏମିତି
ନୂଆଦିଲ୍ଲୀ,୨୨।୯: ଭାରତ ବଡ଼ ବିଜୟ ହାସଲ କରିଛି। ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଭାରତ ବାଂଲାଦେଶକୁ ୨୮୦ ରନରେ ପରାସ୍ତ କରିଛି। ରୋହିତ ଶର୍ମାଙ୍କ ଅଧିନାୟକତ୍ୱ ଭାରତୀୟ ଦଳ ଏହି ବିଜୟ ସହିତ ୯୨ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଛି। ୯୨ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଟିମ ଇଣ୍ଡିଆ ଟେଷ୍ଟ ଇନିଂସରେ ବିଜୟ ଏବଂ ପରାଜୟର ମାର୍ଜିନରେ ଏକ ବଡ଼ ପରିବର୍ତ୍ତନ କରିଛି। ଏହି ବିଜୟରେ ରବିଚନ୍ଦ୍ରନ ଅଶ୍ୱିନ, ଶୁଭମାନ ଗିଲ ଏବଂ ଜସପ୍ରୀତ […] The post ବାଂଲାଦେଶକୁ ହରାଇ ଇତିହାସ ରଚିଲା ଭାରତ, ୯୨ ବର୍ଷରେ ପ୍ରଥମ ଥର ପାଇଁ ହେଲା ଏମିତି appeared first on Dharitri Odia News.
ନୂଆଦିଲ୍ଲୀ,୨୨।୯: ଭାରତ ବଡ଼ ବିଜୟ ହାସଲ କରିଛି। ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଭାରତ ବାଂଲାଦେଶକୁ ୨୮୦ ରନରେ ପରାସ୍ତ କରିଛି। ରୋହିତ ଶର୍ମାଙ୍କ ଅଧିନାୟକତ୍ୱ ଭାରତୀୟ ଦଳ ଏହି ବିଜୟ ସହିତ ୯୨ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଛି। ୯୨ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଟିମ ଇଣ୍ଡିଆ ଟେଷ୍ଟ ଇନିଂସରେ ବିଜୟ ଏବଂ ପରାଜୟର ମାର୍ଜିନରେ ଏକ ବଡ଼ ପରିବର୍ତ୍ତନ କରିଛି। ଏହି ବିଜୟରେ ରବିଚନ୍ଦ୍ରନ ଅଶ୍ୱିନ, ଶୁଭମାନ ଗିଲ ଏବଂ ଜସପ୍ରୀତ ବୁମ୍ରା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି।
ଏହି ଟେଷ୍ଟ ମ୍ୟାଚରେ ଭାରତ ପ୍ରଥମ ଇନିଂସରେ ୩୭୬ ରନ କରିଥିଲା। ଏହାପରେ ଦ୍ୱିତୀୟ ପାଳିରେ ବାଂଲାଦେଶ ୧୪୯ ରନ କରି ଅଲ ଆଉଟ ହୋଇ ଯାଇଥିଲା। ଦ୍ୱିତୀୟ ଇନିଂସରେ ଭାରତ ୪ ଉଇକେଟ୍ ହରାଇ ୨୮୭ ରନ କରି ପାଳି ଘୋଷଣା କରିବା ପରେ ବାଂଲାଦେଶ ଆଗରେ ୫୧୫ ରନର ଟାର୍ଗେଟ ରହିଥିଲା। ହେଲେ ବାଂଲାଦେଶ ୨୩୪ ରନ୍ କରି ଅଲଆଉଟ୍ ହୋଇଯାଇଛି।
ସି.କେ ନାଇଡୁଙ୍କ ନେତୃତ୍ୱରେ ୧୯୩୨ରେ ଭାରତ ଖେଳିଥିଲା ପ୍ରଥମ ଟେଷ୍ଟ ମ୍ୟାଚ। ଲର୍ଡସରେ ଇଂଲଣ୍ଡ ବିପକ୍ଷରେ ଏହି ମ୍ୟାଚ ଖେଳିଥିବା ଭାରତ ୧୫୮ ରନ୍ରେ ପରାସ୍ତ ହୋଇଥିଲା। ତା’ପରଠାରୁ ଟେଷ୍ଟ କ୍ରିକେଟରେ କେବେ ବି ଭାରତୀୟ ଦଳର ‘ବିଜୟୀ ମ୍ୟାଚ’ ସଂଖ୍ୟା ‘ପରାଜିତ ମ୍ୟାଚ’ ସଂଖ୍ୟାଠାରୁ ଅଧିକ ରହି ନଥିଲା।
ଆଜି ବାଂଲାଦେଶକୁ ପରାସ୍ତ କରି ଭାରତ ତା’ର ୧୭୯ତମ ଟେଷ୍ଟ ମ୍ୟାଚ ଜିତିଛି। ଦଳ ଏଯାଏ ୫୮୦ଟି ଟେଷ୍ଟ ମ୍ୟାଚ ଖେଳିଥିବା ବେଳେ ସେଥିରୁ ୧୭୯ଟିରେ ବିଜୟ ହାସଲ କରିଛି ଓ ୧୭୮ଟିରେ ପରାଜିତ ହୋଇଛି। ସେହିପରି ୨୨୨ଟି ମ୍ୟାଚ ଡ୍ର’ ହୋଇଥିବା ବେଳେ ଗୋଟିଏ ଟାଏ ହୋଇଛି।
The post ବାଂଲାଦେଶକୁ ହରାଇ ଇତିହାସ ରଚିଲା ଭାରତ, ୯୨ ବର୍ଷରେ ପ୍ରଥମ ଥର ପାଇଁ ହେଲା ଏମିତି appeared first on Dharitri Odia News.