ଏନ୍‌ଏମ୍‌ଡିସି ପରିଦର୍ଶନକଲେ କେନ୍ଦ୍ର ଇସ୍ପାତ ସଚିବ

ଭୁବନେଶ୍ୱର ,୬।୭ (ଅଭୟ ଦାଶ): ଦେଶର ପ୍ରମୁଖ କେନ୍ଦ୍ରୀୟ ସଂସ୍ଥା ତଥା ନ୍ୟାଶନାଲ ମିନେରାଲ ଡେଭଲପମେଣ୍ଟ କର୍ପୋରେଶନ(ଏନ୍‌ଏମ୍‌ଡିସି) ଲିମିଟେଡ୍‌ର ହାଇଦ୍ରାବାଦର ପାଟନଚେରୁସ୍ଥିତ ନ୍ୟୁ ଷ୍ଟେଟ୍‌ ଅଫ୍‌ ଆର୍ଟ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ସେଣ୍ଟରକୁ କେନ୍ଦ୍ର ଇସ୍ପାତ ସଚିବ ନଗେନ୍ଦ୍ର ନାଥ ସିହ୍ନା ଶୁକ୍ରବାର ପରିଦର୍ଶନରେ ଆସିଥିଲେ। ଏହି ଅବସରରେ ଏନ୍‌ଏମ୍‌ଡିସିର ସିଏମ୍‌ଡି (ଅତିରିକ୍ତ ଦାୟିତ୍ୱ) ଅମିତାଭ ମୁଖାର୍ଜୀ, ନିର୍ଦ୍ଦେଶକ (ଯାନ୍ତ୍ରିକ) ବିନୟ କୁମାର, ନିର୍ଦ୍ଦେଶକ (ବାଣିଜ୍ୟ) ଭି. ସୁରେଶ ଏବଂ ସିଭିଓ ବି. ବିଶ୍ୱନାଥ ଓ ଅନ୍ୟମାନେ ଉପସ୍ଥିତ […] The post ଏନ୍‌ଏମ୍‌ଡିସି ପରିଦର୍ଶନକଲେ କେନ୍ଦ୍ର ଇସ୍ପାତ ସଚିବ appeared first on Dharitri Odia News.

ଏନ୍‌ଏମ୍‌ଡିସି ପରିଦର୍ଶନକଲେ କେନ୍ଦ୍ର ଇସ୍ପାତ ସଚିବ

ଭୁବନେଶ୍ୱର ,୬।୭ (ଅଭୟ ଦାଶ): ଦେଶର ପ୍ରମୁଖ କେନ୍ଦ୍ରୀୟ ସଂସ୍ଥା ତଥା ନ୍ୟାଶନାଲ ମିନେରାଲ ଡେଭଲପମେଣ୍ଟ କର୍ପୋରେଶନ(ଏନ୍‌ଏମ୍‌ଡିସି) ଲିମିଟେଡ୍‌ର ହାଇଦ୍ରାବାଦର ପାଟନଚେରୁସ୍ଥିତ ନ୍ୟୁ ଷ୍ଟେଟ୍‌ ଅଫ୍‌ ଆର୍ଟ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ସେଣ୍ଟରକୁ କେନ୍ଦ୍ର ଇସ୍ପାତ ସଚିବ ନଗେନ୍ଦ୍ର ନାଥ ସିହ୍ନା ଶୁକ୍ରବାର ପରିଦର୍ଶନରେ ଆସିଥିଲେ। ଏହି ଅବସରରେ ଏନ୍‌ଏମ୍‌ଡିସିର ସିଏମ୍‌ଡି (ଅତିରିକ୍ତ ଦାୟିତ୍ୱ) ଅମିତାଭ ମୁଖାର୍ଜୀ, ନିର୍ଦ୍ଦେଶକ (ଯାନ୍ତ୍ରିକ) ବିନୟ କୁମାର, ନିର୍ଦ୍ଦେଶକ (ବାଣିଜ୍ୟ) ଭି. ସୁରେଶ ଏବଂ ସିଭିଓ ବି. ବିଶ୍ୱନାଥ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ଏ ସମ୍ପର୍କରେ କେନ୍ଦ୍ର ଇସ୍ପାତ ସଚିବ ସିହ୍ନା କହିଥିଲେ, ଏନ୍‌ଏମ୍‌ଡିସିର ଏହି ନ୍ୟୁ ଷ୍ଟେଟ୍‌ ଅଫ୍‌ ଆର୍ଟ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ସେଣ୍ଟର ନିଗମ ପାଇଁ ଏକ ନୂଆ ପରିଚୟ ସହ ଏହାର ବିକାଶରେ ବେଶ୍‌ ସହାୟକ ହେବ। ସେହିଭଳି ଏନ୍‌ଏମ୍‌ଡିସିର ସିଏମ୍‌ଡି (ଅତିରିକ୍ତ ଦାୟିତ୍ୱ) ମୁଖାର୍ଜୀ କହିଥିଲେ, ନିଗମର ବିଭିନ୍ନ ବିକାଶମୂଳକ କାର୍ଯ୍ୟରେ ଆମେ ଆମର ଶ୍ରେଷ୍ଠ ସହ ବୈଷୟିକ ଜ୍ଞାନର ସମ୍ପୂର୍ଣ୍ଣ ବିନିଯୋଗ କରୁଛୁ।

The post ଏନ୍‌ଏମ୍‌ଡିସି ପରିଦର୍ଶନକଲେ କେନ୍ଦ୍ର ଇସ୍ପାତ ସଚିବ appeared first on Dharitri Odia News.