ସନ୍ଥ ପ୍ରେମାନନ୍ଦ ମହାରାଜଙ୍କ ବଡ଼ ଗୁମର ଖୋଲିଦେଲେ IIT BABA! କହିଲେ ତାଙ୍କ ଆଶ୍ରମରେ ହେଉଛି…

ନୂଆଦିଲ୍ଲୀ,୬।୩: IIT BABA (ଅଭୟ ସିଂହ) ଏବେ ଖୁବ୍‌ ଚର୍ଚ୍ଚାରେ ଅଛନ୍ତି। କିଛିଦିନ ପୂର୍ବରୁ ଆଇଆଇଟି ବାବାଙ୍କୁ ଜୟପୁର ପୋଲିସ ହେପାଜତକୁ ନେଇଥିଲା। କିନ୍ତୁ ଖୁବ ଶୀଘ୍ର ତାଙ୍କୁ ଜାମିନ ମିଳି ଯାଇଥିଲା। ଏବେ ସୋସିଆଲ ମିଡିଆରେ IIT BABA ଟ୍ରେଣ୍ଡ କରୁଛନ୍ତି ଏବଂ ତାଙ୍କର ଅନେକ ଭିଡିଓ ଭାଇରାଲ ହେଉଛି। ଏପରି ପରିସ୍ଥିତିରେ, ତାଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ସେ ମଥୁରା-ବୃନ୍ଦାବନର ପ୍ରସିଦ୍ଧ ସନ୍ଥ ପ୍ରେମାନନ୍ଦ ମହାରାଜଙ୍କ ବିଷୟରେ ବଡ଼ ବୟାନ ଦେଇଛନ୍ତି। […] The post ସନ୍ଥ ପ୍ରେମାନନ୍ଦ ମହାରାଜଙ୍କ ବଡ଼ ଗୁମର ଖୋଲିଦେଲେ IIT BABA! କହିଲେ ତାଙ୍କ ଆଶ୍ରମରେ ହେଉଛି… appeared first on Dharitri Odia News.

ସନ୍ଥ ପ୍ରେମାନନ୍ଦ ମହାରାଜଙ୍କ ବଡ଼ ଗୁମର ଖୋଲିଦେଲେ IIT BABA! କହିଲେ ତାଙ୍କ ଆଶ୍ରମରେ ହେଉଛି…

ନୂଆଦିଲ୍ଲୀ,୬।୩: IIT BABA (ଅଭୟ ସିଂହ) ଏବେ ଖୁବ୍‌ ଚର୍ଚ୍ଚାରେ ଅଛନ୍ତି। କିଛିଦିନ ପୂର୍ବରୁ ଆଇଆଇଟି ବାବାଙ୍କୁ ଜୟପୁର ପୋଲିସ ହେପାଜତକୁ ନେଇଥିଲା। କିନ୍ତୁ ଖୁବ ଶୀଘ୍ର ତାଙ୍କୁ ଜାମିନ ମିଳି ଯାଇଥିଲା। ଏବେ ସୋସିଆଲ ମିଡିଆରେ IIT BABA ଟ୍ରେଣ୍ଡ କରୁଛନ୍ତି ଏବଂ ତାଙ୍କର ଅନେକ ଭିଡିଓ ଭାଇରାଲ ହେଉଛି। ଏପରି ପରିସ୍ଥିତିରେ, ତାଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ସେ ମଥୁରା-ବୃନ୍ଦାବନର ପ୍ରସିଦ୍ଧ ସନ୍ଥ ପ୍ରେମାନନ୍ଦ ମହାରାଜଙ୍କ ବିଷୟରେ ବଡ଼ ବୟାନ ଦେଇଛନ୍ତି। ଭାଇରାଲ ଭିଡିଓରେ ସେ ସନ୍ଥଙ୍କ ଆଶ୍ରମ ବିଷୟରେ ଅନେକ ବଡ଼ ରହସ୍ୟ ଖୋଲିଛନ୍ତି।

IIT BABA ଙ୍କର ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ସେ ପ୍ରେମାନନ୍ଦ ମହାରାଜଙ୍କୁ କିପରି ପସନ୍ଦ କରନ୍ତି ତାହା କହୁଛନ୍ତି। ସେ କହିଛନ୍ତି, ମୁଁ ସନ୍ଥ ପ୍ରେମାନନ୍ଦ ମହାରାଜଙ୍କୁ ବହୁତ ପସନ୍ଦ କରେ, ତାଙ୍କ କଥାବାର୍ତ୍ତା ଶୁଣିଲେ ମନ ସମ୍ପୂର୍ଣ୍ଣ ଶାନ୍ତ ହୋଇଯାଏ। ଅନ୍ୟ ଏକ ଭିଡିଓରେ, IIT BABA କହୁଛନ୍ତି ଯେ ସେ ବୃନ୍ଦାବନ ଯାଇଥିଲେ, ସେଠାରେ ସେ ଥରେ ପ୍ରେମାନନ୍ଦ ମହାରାଜଙ୍କୁ ଭେଟିବାକୁ ଭାବିଥିଲେ, ତା’ପରେ ସେ ଜାଣିଲେ ଯେ ତାଙ୍କୁ ଭେଟିବା ପାଇଁ, ଗୋଟିଏ ନମ୍ବର ନେଇ ଧାଡ଼ିରେ ଠିଆ ହେବାକୁ ପଡିବ, ତା’ପରେ ହିଁ ତାଙ୍କୁ ଭେଟିପାରିବେ। ମୁଁ ବୃନ୍ଦାବନରେ ୨ ଦିନ ରହିଲି। ତାଙ୍କ ଆଶ୍ରମ ମୁଁ ଯେଉଁଠାରେ ରହିଥିଲି ବହୁତ ପାଖରେ ଥିଲା। କିନ୍ତୁ ତା’ପରେ ମୁଁ ତାଙ୍କୁ ଭେଟିପାରିଲି ନାହିଁ।

ଆପଣଙ୍କୁ କହିରଖୁଛୁ ଯେ, ନିକଟରେ ଜୟପୁରରେ ପୋଲିସ IIT BABAଙ୍କୁ ହେପାଜତକୁ ନେଇଥିଲା। ତାଙ୍କୁ ଜୟପୁରର ଏକ ହୋଟେଲରୁ ପୋଲିସ ଗିରଫ କରିଥିଲା। ପୋଲିସ ସୂଚନା ପାଇଥିଲା ଯେ ଆଇଆଇଟି ବାବା ସୋସିଆଲ ମିଡିଆରେ ଲାଇଭ ହୋଇ ଆତ୍ମହତ୍ୟା ଧମକ ଦେଉଛନ୍ତି। ପୋଲିସ ପହଞ୍ଚିବା ପରେ ତାଙ୍କ ବ୍ୟାଗରୁ ଗଞ୍ଜେଇ ଜବତ କରିଥିଲା। କିନ୍ତୁ କିଛି ସମୟ ପରେ ତାଙ୍କୁ ଜାମିନ ମିଳିଗଲା। ଆଇଆଟି ବାବାଙ୍କ ଠାରୁ ପୋଲିସ ଦେଢ଼ ଗ୍ରାମର ଗଞ୍ଜେଇ ଜବତ କରିଥିଲା।

 

The post ସନ୍ଥ ପ୍ରେମାନନ୍ଦ ମହାରାଜଙ୍କ ବଡ଼ ଗୁମର ଖୋଲିଦେଲେ IIT BABA! କହିଲେ ତାଙ୍କ ଆଶ୍ରମରେ ହେଉଛି… appeared first on Dharitri Odia News.