କଟକରେ ଭୟଙ୍କର ଦୁର୍ଘଟଣା: ପିସିଆର୍‌ ଭ୍ୟାନ୍‌କୁ ଚାପିଦେଲା ହାଇଓ୍ବା, ଚାଲିଗଲା ୨ ପୋଲିସ କର୍ମଚାରୀଙ୍କ ଜୀବନ

କଟକ ସଦର,୨୨।୪(ସୁଶାନ୍ତ କୁମାର ଜେନା): କଟକ-ପରାଦୀପ ରାସ୍ତାର ଗତିରାଉତପାଟଣାରେ ମଙ୍ଗଳବାର ଭୋର୍‌ ସମୟରେ ଭୟଙ୍କର ଦୁର୍ଘଟଣା ଘଟିଛି। ପିସିଆର୍‌ ସହିତ ବାଲି ବୋଝେଇ ହାଇଓ୍ବା ମୁହାଁମୁହିଁ ଧକ୍କା ହେବା ଫଳରେ ୨ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ହାଇଓ୍ବା ଓଲଟି ପଡ଼ିଥିବା ବେଳେ ପିସିଆର ମଧ୍ୟ ଭାଙ୍ଗି ଚୂରମାର ହୋଇଯାଇଛି। ସିଆର୍‌ଆର୍‌ଆଇ ଥାନା ପାଟ୍ରୋଲିଂ ବେଳେ ଏହି ଦୁର୍ଘଟଣା ଘଟିଛି। ମୃତ ଦୁଇ ପୋଲିସ କର୍ମଚାରୀ ହେଲେ ପିସିଆର୍‌ ଡ୍ରାଇଭର ଜଗବନ୍ଧୁ ମହାଳି (୩୮) ଏବଂ […] The post କଟକରେ ଭୟଙ୍କର ଦୁର୍ଘଟଣା: ପିସିଆର୍‌ ଭ୍ୟାନ୍‌କୁ ଚାପିଦେଲା ହାଇଓ୍ବା, ଚାଲିଗଲା ୨ ପୋଲିସ କର୍ମଚାରୀଙ୍କ ଜୀବନ appeared first on Dharitri Odia News.

କଟକରେ ଭୟଙ୍କର ଦୁର୍ଘଟଣା: ପିସିଆର୍‌ ଭ୍ୟାନ୍‌କୁ ଚାପିଦେଲା ହାଇଓ୍ବା, ଚାଲିଗଲା ୨ ପୋଲିସ କର୍ମଚାରୀଙ୍କ ଜୀବନ

କଟକ ସଦର,୨୨।୪(ସୁଶାନ୍ତ କୁମାର ଜେନା): କଟକ-ପରାଦୀପ ରାସ୍ତାର ଗତିରାଉତପାଟଣାରେ ମଙ୍ଗଳବାର ଭୋର୍‌ ସମୟରେ ଭୟଙ୍କର ଦୁର୍ଘଟଣା ଘଟିଛି। ପିସିଆର୍‌ ସହିତ ବାଲି ବୋଝେଇ ହାଇଓ୍ବା ମୁହାଁମୁହିଁ ଧକ୍କା ହେବା ଫଳରେ ୨ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ହାଇଓ୍ବା ଓଲଟି ପଡ଼ିଥିବା ବେଳେ ପିସିଆର ମଧ୍ୟ ଭାଙ୍ଗି ଚୂରମାର ହୋଇଯାଇଛି।

ସିଆର୍‌ଆର୍‌ଆଇ ଥାନା ପାଟ୍ରୋଲିଂ ବେଳେ ଏହି ଦୁର୍ଘଟଣା ଘଟିଛି। ମୃତ ଦୁଇ ପୋଲିସ କର୍ମଚାରୀ ହେଲେ ପିସିଆର୍‌ ଡ୍ରାଇଭର ଜଗବନ୍ଧୁ ମହାଳି (୩୮) ଏବଂ ପୋଲିସ ଷ୍ଟାଫ୍‌ ଲୋକନାଥ ଶବର। ତେବେ ଏହି ଦୁର୍ଘଟଣାରେ ହୋମଗାର୍ଡ ପବିତ୍ର ମୋହନ ସେଠୀ ଗୁରୁତର ଭାବେ ଆହତ ହୋଇ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସତ ହେଉଛନ୍ତି। ଅପରପକ୍ଷେ ହାଇୱା ଡ୍ରାଇଭରଙ୍କର କୌଣସି କ୍ଷତି ଘଟି ନାହିଁ।

ଦୁର୍ଘଟଣା ଏତେ ଭୟାବହ ଥିଲା ଯେ ଅଗ୍ନିଶମ କର୍ମଚାରୀମାନେ ଗ୍ୟାସ କଟର ସାହାଯ୍ୟରେ ଗାଡ଼ି ଦୁଇଟିକୁ ଅଲଗା ଅଲଗା କରିଥିଲେ। ଖବର ପାଇଁ କଟକ ଡିସିପି ଋଷିକେଶ ଖିଲାରି ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିର ଅନୁଧ୍ୟାନ କରିବା ସହ ଆହତଙ୍କୁ ଡାକ୍ତରଖାନା ପଠାଇବାର ବ୍ୟବସ୍ଥା କରିଥିଲେ। ଏବେ ପୋଲିସ ପିସିଆର୍‌ ଭ୍ୟାନ୍‌କୁ ଉଦ୍ଧାର କରି ତଦନ୍ତ କରୁଛି।

The post କଟକରେ ଭୟଙ୍କର ଦୁର୍ଘଟଣା: ପିସିଆର୍‌ ଭ୍ୟାନ୍‌କୁ ଚାପିଦେଲା ହାଇଓ୍ବା, ଚାଲିଗଲା ୨ ପୋଲିସ କର୍ମଚାରୀଙ୍କ ଜୀବନ appeared first on Dharitri Odia News.