ଅବକାରୀ ବିଭାଗର ମହୁଲ ଜବତ ଘଟଣା: ଦୁଇ ସ୍ଥାନରୁ ୨ ହଜାର ୪୫ କେଜି ମହୁଲ ଜବତ

ଦାରିଙ୍ଗବାଡି, ୧୦।୪ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଅବକାରୀ ବିଭାଗ ଏବେ ଆକ୍ସନ ମୁଡ଼ରେ। ବିଭାଗ ବୁଧବାର ୨ଟି ସ୍ଥାନରେ ଚଢ଼ାଉ କରି ବେଆଇନ ଭାବେ ମହୁଲ କିଣା ବିକା କରୁଥିବା ଗୋଦାମରୁ ୨ ହଜାର ୪୫ କେଜି ମହୁଲ ଜବତ କରିଛି। ଏହି ବ୍ୟବସାୟ କରୁଥିବା ବ୍ୟବସାୟୀଙ୍କୁ ଧରି ପରେ ନୋଟିସ କରି ସେମାନଙ୍କୁ ଛାଡ଼ିଥିବା ଅବକାରୀ ବିଭାଗର ଇନଚାର୍ଜ ସାଗର ଭୋଇ ଏନେଇ ପ୍ରତିକ୍ରିୟା ଦେଇଛନ୍ତି। ପ୍ରକାଶ ଯେ, ଉକ୍ତ ବ୍ଲକ […] The post ଅବକାରୀ ବିଭାଗର ମହୁଲ ଜବତ ଘଟଣା: ଦୁଇ ସ୍ଥାନରୁ ୨ ହଜାର ୪୫ କେଜି ମହୁଲ ଜବତ appeared first on Dharitri Odia News.

ଅବକାରୀ ବିଭାଗର ମହୁଲ ଜବତ ଘଟଣା: ଦୁଇ ସ୍ଥାନରୁ ୨ ହଜାର ୪୫ କେଜି ମହୁଲ ଜବତ

ଦାରିଙ୍ଗବାଡି, ୧୦।୪ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଅବକାରୀ ବିଭାଗ ଏବେ ଆକ୍ସନ ମୁଡ଼ରେ। ବିଭାଗ ବୁଧବାର ୨ଟି ସ୍ଥାନରେ ଚଢ଼ାଉ କରି ବେଆଇନ ଭାବେ ମହୁଲ କିଣା ବିକା କରୁଥିବା ଗୋଦାମରୁ ୨ ହଜାର ୪୫ କେଜି ମହୁଲ ଜବତ କରିଛି। ଏହି ବ୍ୟବସାୟ କରୁଥିବା ବ୍ୟବସାୟୀଙ୍କୁ ଧରି ପରେ ନୋଟିସ କରି ସେମାନଙ୍କୁ ଛାଡ଼ିଥିବା ଅବକାରୀ ବିଭାଗର ଇନଚାର୍ଜ ସାଗର ଭୋଇ ଏନେଇ ପ୍ରତିକ୍ରିୟା ଦେଇଛନ୍ତି।

ପ୍ରକାଶ ଯେ, ଉକ୍ତ ବ୍ଲକ ପର୍ତ୍ତମାହା ପଞ୍ଚାୟତର ପାଣୁ ଚରଣ ସାହୁଙ୍କ ଠାରୁ ୧୮ ପକେଟ ମହୁଲ ଜବତ କରାଯାଇଥିଲା। ଯାହାର ଓଜନ ୫ ଶହ ୪୦କେଜି ଏବଂ ମୂଲ୍ୟ ପ୍ରାୟ ୨୫ ହଜାର ଟଙ୍କା ହେବ ବୋଲି ବିଭାଗ କହିଛି । ତାଙ୍କ ନାମରେ ମାମଲା (୪/୨୫-୨୬ )ରୁଜୁ କରାଯାଇ ଅଭିଯୁକ୍ତଙ୍କୁ ନୋଟିସ କରି ଛଡ଼ାଯାଇଥିବା ବିଭାଗ କହିଛି। ସେହିପରି ଉକ୍ତ ବ୍ଲକ ତିଲୋରୀ ଗ୍ରାମର ସାମୁଏଲ ପ୍ରଧାନଙ୍କ ଠାରୁ ବିଭାଗ ଚଢ଼ାଉ କରି ମୋଟ ୪୩ ପକେଟ ମହୁଲ ଯାହାର ଓଜନ ୧୫ଶହ୫କେଜି ମହୁଲ ଜବତ କରାଯାଇଛି ଯାହାର ଆନୁମାନିକ ମୂଲ୍ୟ ୭୫ ହଜାର ଟଙ୍କା ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ସାମୁଏଲଙ୍କ ନାମରେ ମାମଲା (୫ /୨୫-୨୬ )ରେ ମାମଲା ରୁଜୁ ହୋଇଛି। ବିଭାଗ ଗୋଟିଏ ଦିନରେ ଲକ୍ଷାଧିକ ଟଙ୍କାର ମହୁଲ ଜବତ କରିବା ପରେ ଚୋରା ମହୁଲ ବ୍ୟବସାୟ କରୁଥିବା ବ୍ୟବସାୟୀଙ୍କ ମଧ୍ୟରେ ଛନକା ପଶିଛି। ତେବେ ଏଭଳି ଚଢ଼ାଉ ଜାରି ରହିବ ବୋଲି ଇନଚାର୍ଜ ସାଗର ଭୋଇ କହିଛନ୍ତି ।

The post ଅବକାରୀ ବିଭାଗର ମହୁଲ ଜବତ ଘଟଣା: ଦୁଇ ସ୍ଥାନରୁ ୨ ହଜାର ୪୫ କେଜି ମହୁଲ ଜବତ appeared first on Dharitri Odia News.