ଦୁଇ ଅଭିଯୁକ୍ତଙ୍କୁ ୧୦ ବର୍ଷ କାରାଦଣ୍ଡ
ବ୍ରହ୍ମପୁର,୨୪ା୬(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରାଜଜ୍-୧ ଡ. ଇନ୍ଦୁ ଶର୍ମା ସୋମବାର ଏକ ଗଞ୍ଜେଇ ଚୋରାଚାଲାଣ ମାମଲାର ଚୂଡାନ୍ତ ରାୟ ପ୍ରକାଶ କରିଛନ୍ତି। ଉପଯୁକ୍ତ ପ୍ରମାଣ ମିଳିଥିବାରୁ ସେ ଦୁଇ ଜଣ ଯୁବକଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତ। ସେମାନେ ହେଲେ ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ରୁଆମ୍ବ ଗ୍ରାମର କୈଳାସ ଗୌଡ଼(୨୮) ଓ ଉକ୍ତ ଥାନା ଅନ୍ତର୍ଗତ ଢେଙ୍କା ସିନ୍ଧବା ଗ୍ରାମର ମୁନା ସେଢସିଂ(୨୪)। ଉଭୟ ଅଭିଯୁକ୍ତଙ୍କୁ ପ୍ରତ୍ୟେକ ୧୦ ବର୍ଷ ଲେଖାଏ […] The post ଦୁଇ ଅଭିଯୁକ୍ତଙ୍କୁ ୧୦ ବର୍ଷ କାରାଦଣ୍ଡ appeared first on Dharitri Odia News.
ବ୍ରହ୍ମପୁର,୨୪ା୬(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରାଜଜ୍-୧ ଡ. ଇନ୍ଦୁ ଶର୍ମା ସୋମବାର ଏକ ଗଞ୍ଜେଇ ଚୋରାଚାଲାଣ ମାମଲାର ଚୂଡାନ୍ତ ରାୟ ପ୍ରକାଶ କରିଛନ୍ତି। ଉପଯୁକ୍ତ ପ୍ରମାଣ ମିଳିଥିବାରୁ ସେ ଦୁଇ ଜଣ ଯୁବକଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତ। ସେମାନେ ହେଲେ ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ରୁଆମ୍ବ ଗ୍ରାମର କୈଳାସ ଗୌଡ଼(୨୮) ଓ ଉକ୍ତ ଥାନା ଅନ୍ତର୍ଗତ ଢେଙ୍କା ସିନ୍ଧବା ଗ୍ରାମର ମୁନା ସେଢସିଂ(୨୪)। ଉଭୟ ଅଭିଯୁକ୍ତଙ୍କୁ ପ୍ରତ୍ୟେକ ୧୦ ବର୍ଷ ଲେଖାଏ କାରାଦଣ୍ଡରେ ଦଣ୍ଡିତ ପାଇଁ ଜଜ୍ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ପ୍ରତ୍ୟେକ ୧ ଲକ୍ଷ ଟଙ୍କା ଲେଖାଏ ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ଅନାଦାୟ ଅତିରିକ୍ତ ୧ ବର୍ଷ ଲେଖାଏ ସଶ୍ରମ କାରାଦଣ୍ଡରେ ଦଣ୍ଡିତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ପ୍ରକାଶଥାଉକି, ଗତବର୍ଷ ଜୁନ୍ ୮ରେ ଅବକାରୀ ଗୋଇନ୍ଦା ଟିମ୍ ସଦର ଥାନା ଅନ୍ତର୍ଗତ ବାଲିପଡ଼ାରୁ ଏକ ବୋଲେରୋରୁ ୩୦୦କେଜି ଗଞ୍ଜେଇ ଜବତ କରିଥିଲା। ଉପରୋକ୍ତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପିପି ନରେଶ ପ୍ରସାଦ ପାତ୍ର ମାମଲା ପରିଚାଳନା କରୁଥିଲେ।
The post ଦୁଇ ଅଭିଯୁକ୍ତଙ୍କୁ ୧୦ ବର୍ଷ କାରାଦଣ୍ଡ appeared first on Dharitri Odia News.