ଜୟାପ୍ରଦାଙ୍କୁ ମିଳିଲା ବଡ ଆଶ୍ୱସ୍ତି

ନୂଆଦିଲ୍ଲୀ,୧୧।୭: ଭାଜପାର ପୂର୍ବତନ ଏମପି ତଥା ଚଳଚ୍ଚିତ୍ର ଅଭିନେତ୍ରୀ ଜୟା ପ୍ରଦାଙ୍କୁ ଏକ ୫ବର୍ଷ ପୁରୁଣା ମାମଲାରେ କୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି। ଘଟଣାହେଲା ୨୦୧୯ରେ ପୂର୍ବତନ ଏମପିଙ୍କ ବିରୋଧରେ ଆଚରଣ ବିଧି ଉଲ୍ଲଂଘନ କରି ଏକ ମାମଲା ରୁଜୁ ହୋଇଥିଲା। ଯାହା ଉପରେ ଏମପି ବିଧାୟକ ମାଜିଷ୍ଟ୍ରେଟ କୋର୍ଟ ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ପୂର୍ବତନ ଏମପିଙ୍କ ବିରୋଧରେ ହୋଇଥିବା ଅଭିଯୋଗ ପ୍ରମାଣିତ ହୋଇ ନ ଥିବାରୁ କୋର୍ଟ ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଶୁଣାଣି […] The post ଜୟାପ୍ରଦାଙ୍କୁ ମିଳିଲା ବଡ ଆଶ୍ୱସ୍ତି appeared first on Dharitri Odia News.

ଜୟାପ୍ରଦାଙ୍କୁ ମିଳିଲା ବଡ ଆଶ୍ୱସ୍ତି

ନୂଆଦିଲ୍ଲୀ,୧୧।୭: ଭାଜପାର ପୂର୍ବତନ ଏମପି ତଥା ଚଳଚ୍ଚିତ୍ର ଅଭିନେତ୍ରୀ ଜୟା ପ୍ରଦାଙ୍କୁ ଏକ ୫ବର୍ଷ ପୁରୁଣା ମାମଲାରେ କୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି। ଘଟଣାହେଲା ୨୦୧୯ରେ ପୂର୍ବତନ ଏମପିଙ୍କ ବିରୋଧରେ ଆଚରଣ ବିଧି ଉଲ୍ଲଂଘନ କରି ଏକ ମାମଲା ରୁଜୁ ହୋଇଥିଲା। ଯାହା ଉପରେ ଏମପି ବିଧାୟକ ମାଜିଷ୍ଟ୍ରେଟ କୋର୍ଟ ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ପୂର୍ବତନ ଏମପିଙ୍କ ବିରୋଧରେ ହୋଇଥିବା ଅଭିଯୋଗ ପ୍ରମାଣିତ ହୋଇ ନ ଥିବାରୁ କୋର୍ଟ ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଶୁଣାଣି ପରେ ଜୟାପ୍ରଦା ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ କହିଛନ୍ତି ଯେ ସେ କୋର୍ଟଙ୍କ ନିଷ୍ପତ୍ତିରେ ଖୁସି ଏବଂ ଅତ୍ୟନ୍ତ ଭାବପ୍ରବଣ। ଅଭିନେତ୍ରୀ ଗୁରୁବାର ଶୁଣାଣି ପାଇଁଏମପି/ ଏମଏଲଏ କୋର୍ଟରେ ପହଞ୍ଚିଥିଲେ। ଏହି ନିଷ୍ପତ୍ତି ତାଙ୍କ ସାମ୍ନାରେ ଦିଆଯାଇଥିଲା। କାମେରୀ ପୋଲିସ ଷ୍ଟେଶନରେ ଆଚରଣ ବିଧି ଉଲ୍ଲଂଘନ ମାମଲାରେ ତାଙ୍କ ବିରୋଧରେ ଦୁଇଟି ମାମଲା ରୁଜୁ ହୋଇଥିଲା।

The post ଜୟାପ୍ରଦାଙ୍କୁ ମିଳିଲା ବଡ ଆଶ୍ୱସ୍ତି appeared first on Dharitri Odia News.