ବଢ଼ିବ ଝିଅମାନଙ୍କ ବିବାହ ବୟସ
ଇସଲାମାବାଦ,୨୯ା୪: ଝିଅମାନଙ୍କର ସର୍ବନିମ୍ନ ବିବାହ ବୟସ ବଢ଼ିବ। ଏନେଇ ପାକିସ୍ତାନର ଶିଶୁ ସୁରକ୍ଷା କଲ୍ୟାଣ ବ୍ୟୁରୋ ପ୍ରସ୍ତାବ ଦେଇଛି। ପାକିସ୍ତାନରେ ଝିଅମାନେ ଖୁବ୍ କମ୍ ବୟସରେ ବିବାହ କରନ୍ତି। ଏକ ରିପୋର୍ଟ ଅନୁଯାୟୀ, ଶିଶୁ ସୁରକ୍ଷା କଲ୍ୟାଣ ବ୍ୟୁରୋ(ସିପିଡବ୍ଲ୍ୟୁବି) ପଞ୍ଜାବ ସରକାରଙ୍କ ପୂର୍ବରୁ ୨୦୨୪-୨୫ ମଧ୍ୟରେ ବାଲ୍ୟ ବିବାହ ପ୍ରତିବନ୍ଧକ ବିଲ୍ ପ୍ରସ୍ତାବ ଦେଇଛି। ଏହି ପ୍ରସ୍ତାବର ଉଦ୍ଦେଶ୍ୟ ହେଉଛି ଝିଅମାନଙ୍କର ବିବାହର ସର୍ବନିମ୍ନ ବୟସ ୧୮ ବର୍ଷକୁ ବୃଦ୍ଧି କରିବା। ପଞ୍ଜାବ ଗୃହ ସଚିବ ନରୁଲ […] The post ବଢ଼ିବ ଝିଅମାନଙ୍କ ବିବାହ ବୟସ appeared first on Dharitri Odia News.
ଇସଲାମାବାଦ,୨୯ା୪: ଝିଅମାନଙ୍କର ସର୍ବନିମ୍ନ ବିବାହ ବୟସ ବଢ଼ିବ। ଏନେଇ ପାକିସ୍ତାନର ଶିଶୁ ସୁରକ୍ଷା କଲ୍ୟାଣ ବ୍ୟୁରୋ ପ୍ରସ୍ତାବ ଦେଇଛି। ପାକିସ୍ତାନରେ ଝିଅମାନେ ଖୁବ୍ କମ୍ ବୟସରେ ବିବାହ କରନ୍ତି। ଏକ ରିପୋର୍ଟ ଅନୁଯାୟୀ, ଶିଶୁ ସୁରକ୍ଷା କଲ୍ୟାଣ ବ୍ୟୁରୋ(ସିପିଡବ୍ଲ୍ୟୁବି) ପଞ୍ଜାବ ସରକାରଙ୍କ ପୂର୍ବରୁ ୨୦୨୪-୨୫ ମଧ୍ୟରେ ବାଲ୍ୟ ବିବାହ ପ୍ରତିବନ୍ଧକ ବିଲ୍ ପ୍ରସ୍ତାବ ଦେଇଛି। ଏହି ପ୍ରସ୍ତାବର ଉଦ୍ଦେଶ୍ୟ ହେଉଛି ଝିଅମାନଙ୍କର ବିବାହର ସର୍ବନିମ୍ନ ବୟସ ୧୮ ବର୍ଷକୁ ବୃଦ୍ଧି କରିବା।
ପଞ୍ଜାବ ଗୃହ ସଚିବ ନରୁଲ ଅମିନ ମେଙ୍ଗାଲଙ୍କ ସହ ବାଲ୍ୟ ବିବାହର କ୍ଷତିକାରକ ଅଭ୍ୟାସକୁ ମୁକାବିଲା କରିବାର ଜରୁରୀ ଆବଶ୍ୟକତା ଉପରେ ସିପିଡବ୍ଲ୍ୟୁବି ଅଧ୍ୟକ୍ଷା ସାରା ଅହମ୍ମଦ ଗୁରୁତ୍ୱାରୋପ କରିଛନ୍ତି। ଅହମ୍ମଦ, ପାକିସ୍ତାନ ଡେମୋଗ୍ରାଫିକ ହେଲଥ ସର୍ଭେ ୨୦୧୭-୧୮କୁ ଉଲ୍ଲେଖ କରି ପ୍ରକାଶ କରିଛନ୍ତି ଯେ, ପାକିସ୍ତାନର ପଞ୍ଜାବରେ ୨୦ରୁ ୨୪ ବର୍ଷ ବୟସର ୧୮ ପ୍ରତିଶତ ଝିଅ ୧୮ ବର୍ଷ ବୟସ ପୂର୍ବରୁ ବିବାହ କରିଥିବା ବେଳେ ୨ ପ୍ରତିଶତ ୧୫ ବର୍ଷ ବୟସ ପୂର୍ବରୁ ବିବାହ କରିଥିଲେ।
ଉଭୟ ପ୍ରାଦେଶିକ ବିଧାନସଭା ସଦସ୍ୟ (ଏମ୍ପିଏ) ଏବଂ ସିପିଡବ୍ଲ୍ୟୁବି ଅଧ୍ୟକ୍ଷ ଭାବରେ ସାରା ଅହମ୍ମଦ ଏହି ଗୁରୁତ୍ୱପୂର୍ଣ୍ଣ ବିଧାନସଭା ପ୍ରୟାସକୁ ଆଗେଇ ନେବା ପାଇଁ ଗୃହ ବିଭାଗର ସମର୍ଥନ ସଂଗ୍ରହ କରିଛନ୍ତି ବୋଲି ରିପୋର୍ଟରେ କୁହାଯାଇଛି।
ପ୍ରସ୍ତାବିତ ପଞ୍ଜାବ ଶିଶୁ ବିବାହ ପ୍ରତିବନ୍ଧକ ବିଲ୍ ପ୍ରାଚୀନ ବାଲ୍ୟ ବିବାହ ପ୍ରତିବନ୍ଧକ ଅଧିନିୟମର ଆଧୁନିକୀକରଣ ଭାବରେ କାର୍ଯ୍ୟ କରିବ। ଏହାର ମୂଳ ଉଦ୍ଦେଶ୍ୟ ହେଉଛି ରାଜ୍ୟ ମଧ୍ୟରେ ବାଲ୍ୟ ବିବାହ ଦ୍ୱାରା ପ୍ରଭାବିତ ଯୁବତୀଯୁବକଙ୍କ ସ୍ବାସ୍ଥ୍ୟ, ନିରାପତ୍ତା ଏବଂ ସାମଗ୍ରିକ ସୁସ୍ଥତା ରକ୍ଷା କରିବାରେ ସହାୟକ ହେବ।
The post ବଢ଼ିବ ଝିଅମାନଙ୍କ ବିବାହ ବୟସ appeared first on Dharitri Odia News.