କେନ୍ଦୁପତ୍ର ସଂସ୍ଥାରେ ଘରୋଇକରଣକୁ ବରଦାସ୍ତ କରାଯିବ ନାହିଁ: କର୍ମଚାରୀ ସଂଘ

ବଲାଙ୍ଗୀର,୭ା୫(ସୁନୀଲ ମହାନ୍ତି): ବଲାଙ୍ଗୀର କେନ୍ଦୁପତ୍ର ଡିଏଫ୍‌ଓଙ୍କ କାର୍ଯ୍ୟାଳୟର ସମ୍ମୁଖରେ ବୁଧବାର ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ବଲାଙ୍ଗୀର ଡିଭିଜନ କମିଟି ପକ୍ଷରୁ କେନ୍ଦୁପତ୍ର ତୋଳାଳି ଓ ଶ୍ରମିକମାନଙ୍କ କଲ୍ୟାଣ ପାଇଁ ବଜେଟ୍‌ ପ୍ରାପ୍ତ ୧୦୦ କୋଟି ଟଙ୍କାରୁ ୫୦ କୋଟି ଟଙ୍କା କାଟି ଦେବା, ସରକାରୀ ଘୋଷଣା ସତ୍ତ୍ୱେ କନ୍ୟା ବିବାହ ସହାୟତା ବାତିଲ, ସର୍ବନିମ୍ନ ମଜୁରୀ ବୃଦ୍ଧି ଗତ ଜୁଲାଇ ମାସରୁ ହୋଇଥିଲେ ସୁଦ୍ଧା ୧୦ ମାସ ପରେ ବି ଶିଜିନାଲ କର୍ମଚାରୀମାନଙ୍କର ମାସିକ ମଜୁରୀ […] The post କେନ୍ଦୁପତ୍ର ସଂସ୍ଥାରେ ଘରୋଇକରଣକୁ ବରଦାସ୍ତ କରାଯିବ ନାହିଁ: କର୍ମଚାରୀ ସଂଘ appeared first on Dharitri Odia News.

କେନ୍ଦୁପତ୍ର ସଂସ୍ଥାରେ ଘରୋଇକରଣକୁ ବରଦାସ୍ତ କରାଯିବ ନାହିଁ: କର୍ମଚାରୀ ସଂଘ

ବଲାଙ୍ଗୀର,୭ା୫(ସୁନୀଲ ମହାନ୍ତି): ବଲାଙ୍ଗୀର କେନ୍ଦୁପତ୍ର ଡିଏଫ୍‌ଓଙ୍କ କାର୍ଯ୍ୟାଳୟର ସମ୍ମୁଖରେ ବୁଧବାର ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ବଲାଙ୍ଗୀର ଡିଭିଜନ କମିଟି ପକ୍ଷରୁ କେନ୍ଦୁପତ୍ର ତୋଳାଳି ଓ ଶ୍ରମିକମାନଙ୍କ କଲ୍ୟାଣ ପାଇଁ ବଜେଟ୍‌ ପ୍ରାପ୍ତ ୧୦୦ କୋଟି ଟଙ୍କାରୁ ୫୦ କୋଟି ଟଙ୍କା କାଟି ଦେବା, ସରକାରୀ ଘୋଷଣା ସତ୍ତ୍ୱେ କନ୍ୟା ବିବାହ ସହାୟତା ବାତିଲ, ସର୍ବନିମ୍ନ ମଜୁରୀ ବୃଦ୍ଧି ଗତ ଜୁଲାଇ ମାସରୁ ହୋଇଥିଲେ ସୁଦ୍ଧା ୧୦ ମାସ ପରେ ବି ଶିଜିନାଲ କର୍ମଚାରୀମାନଙ୍କର ମାସିକ ମଜୁରୀ ବୃଦ୍ଧିରେ ବିଳମ୍ବ, ବନ୍ଧେଇ ଶ୍ରମିକମାନଙ୍କର ଫି’ ବୃଦ୍ଧିରେ ବିଳମ୍ବ, ୬ ଟି ଜିଲାରେ କେନ୍ଦୁପତ୍ର ସଂସ୍ଥାରେ ଘରୋଇକରଣ ପ୍ରସ୍ତାବ ବିରୋଧରେ ଏବଂ ବିଶେଷ ଭାବରେ ତ୍ରୁଟିପୂର୍ଣ୍ଣ କେଏଲଡିବିରେ ସଂଶୋଧନ ଏବଂ ଅନ୍ୟାନ୍ୟ ସାମାଜିକ ନିରାପତ୍ତା ମୂଳକ ଆର୍ଥିକ ସହାୟତା ପ୍ରଦାନରେ ବିଳମ୍ବ ଏବଂ କେନ୍ଦୁପତ୍ର ତୋଳାଳିମାନଙ୍କର ନିର୍ବାଚନ ଇସ୍ତାହାରରେ କେରି ପ୍ରତି ଦର ବୃଦ୍ଧି କରିବା ଘୋଷଣା ହୋଇଥିବା ସତ୍ତ୍ୱେ କେନ୍ଦୁପତ୍ର ସଂଗ୍ରହ ଆରମ୍ଭ ହୋଇଥିଲେ ମଧ୍ୟ କେରି ପ୍ରତି ଦର ବୃଦ୍ଧି ହୋଇ ନଥିବା ଯୋଗୁ ଗଭୀର ଅସନ୍ତୋଷ ପ୍ରକାଶ କରାଯାଇ ଶୀଘ୍ର ଦରବୃଦ୍ଧି ଘୋଷଣା କରିବାକୁ ଦାବି କରାଯାଇଥିଲା। କେନ୍ଦୁପତ୍ର ତୋଳାଳିମାନେ ଏକ ଶୋଭଯାତ୍ରାରେ ବାହାରି ଡିଏଫ୍‌ଓ ଅଫିସରେ ପହଞ୍ଚି ପ୍ରତିବାଦ ସଭା କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଡିଏଫ୍‌ଓ ଅମିତା ରାୟଙ୍କୁ ୧୨ଦଫା ଦାବିପତ୍ର ପ୍ରଦାନ କରଯାଇଥିଲା ଆଜିର ଏହି ଧାରଣା ଓ ଘେରାଉ କାର୍ଯ୍ୟକ୍ରମରେ ସଂଘର ସଭାପତି ବିଜୟ ମହାନ୍ତି, ଉପସଭାପତି ଗୋକୁଳ ମେହେର ରାଜ୍ୟ ସଂଗଠନ ସମ୍ପାଦକ ସଂଜିତ ମହାନ୍ତି, ରାଜ୍ୟ ସମ୍ପାଦକ ଶିବାନନ୍ଦ ପରିଛା, ଡିଭିଜନ ସମ୍ପାଦକ ରାଜ କୁମାର ମେହେର, ସୁମିତ ପଟେଲ, ଚୁମନ ପ୍ରଧାନ, ନେପାଲ ସା, ବିଜୟ ସାହୁ, ପ୍ରସନ୍ନ ବଗର୍ତ୍ତି, ସତ୍ୟ ମାଝି, ବିଘ୍ନରାଜ ଶତପଥୀ, ରମେଶ ସା, ଚନ୍ଦ୍ର ମାଝୀ, ସଞ୍ଜୀବ ମିଶ୍ର, ପ୍ରତାପ ମେହେର, ବିଭୂତି ମିଶ୍ର ପ୍ରମୁଖ ଉପସ୍ଥିତ ରହି ବକ୍ତବ୍ୟ ପ୍ରଦାନ କରିଥିଲେ।

The post କେନ୍ଦୁପତ୍ର ସଂସ୍ଥାରେ ଘରୋଇକରଣକୁ ବରଦାସ୍ତ କରାଯିବ ନାହିଁ: କର୍ମଚାରୀ ସଂଘ appeared first on Dharitri Odia News.