ଦୁଃଖଦ ଘଟଣା: ବାଇକରେ ଘରକୁ ଫେରୁଥିଲେ ବାପା-ଝିଅ, ଧକ୍କା ଦେଲା ଟ୍ରକ
ଛତ୍ରପୁର(ଦିଲ୍ଲୀପ ସାମଲ)୨୦।୨: ଚମାଖଣ୍ଡି ଥାନା ଅନ୍ତର୍ଗତ ନରେନ୍ଦ୍ରପୁର ଷ୍ଟେଶନ ରୋଡ଼ ନିକଟରେ ବାଇକକୁ ଟ୍ରକ ଧକ୍କା ଦେବା ଫଳରେ ବାପାର ମୃତ୍ୟୁ ହୋଇଥିବାବେଳେ ଝିଅ ଗୁରୁତର ଆହତ ହୋଇଛନ୍ତି । ସୂଚନାନୁସାରେ, ଅର୍ଜୁନ ପଲ୍ଲୀ ଗ୍ରାମର ମୁନା ନାହାକ ତାଙ୍କ ଝିଅ ସହିତ ବାଇକରେ ନିଜ ଘରକୁ ଯାଉଥିବା ବେଳେ ନରେନ୍ଦ୍ରପୁର ଷ୍ଟେଶନ ରୋଡଠାରେ ପୁରୁଷୋତ୍ତମପୁରଠାରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଏକ ଟ୍ରକ ନଂ ( 0D 07 AJ 0527) ମୁନାଙ୍କ ବାଇକକୁ ଧକ୍କା ଦେଇଥିଲା। […] The post ଦୁଃଖଦ ଘଟଣା: ବାଇକରେ ଘରକୁ ଫେରୁଥିଲେ ବାପା-ଝିଅ, ଧକ୍କା ଦେଲା ଟ୍ରକ appeared first on Dharitri Odia News.
ଛତ୍ରପୁର(ଦିଲ୍ଲୀପ ସାମଲ)୨୦।୨: ଚମାଖଣ୍ଡି ଥାନା ଅନ୍ତର୍ଗତ ନରେନ୍ଦ୍ରପୁର ଷ୍ଟେଶନ ରୋଡ଼ ନିକଟରେ ବାଇକକୁ ଟ୍ରକ ଧକ୍କା ଦେବା ଫଳରେ ବାପାର ମୃତ୍ୟୁ ହୋଇଥିବାବେଳେ ଝିଅ ଗୁରୁତର ଆହତ ହୋଇଛନ୍ତି ।
ସୂଚନାନୁସାରେ, ଅର୍ଜୁନ ପଲ୍ଲୀ ଗ୍ରାମର ମୁନା ନାହାକ ତାଙ୍କ ଝିଅ ସହିତ ବାଇକରେ ନିଜ ଘରକୁ ଯାଉଥିବା ବେଳେ ନରେନ୍ଦ୍ରପୁର ଷ୍ଟେଶନ ରୋଡଠାରେ ପୁରୁଷୋତ୍ତମପୁରଠାରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଏକ ଟ୍ରକ ନଂ ( 0D 07 AJ 0527) ମୁନାଙ୍କ ବାଇକକୁ ଧକ୍କା ଦେଇଥିଲା। ଯାହାଫଳରେ ମୁନା ଓ ତାଙ୍କ ଝିଅ ବାଇକରୁ ପଡିଯାଇଥିଲେ। ଘଟଣାସ୍ଥଳରେ ଚମାଖଣ୍ଡି ପୋଲିସ ପହଞ୍ଚି ଆହତ ବାପା ଝିଅଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ଚିକିତ୍ସା ପାଇଁ ପଠାଇଥିଲା। ସେଠାରେ ଡାକ୍ତର ମୁନାଙ୍କୁ ମୃତ ଘୋଷଣା କରିଥିବା ବେଳେ ଝିଅର ଚିକିତ୍ସା ଚାଲିଥିବା ତଦନ୍ତ ଅଧିକାରୀ ଅରୁଣ କୁମାର ରାଉତ ସୂଚନା ଦେଇଛନ୍ତି ।
The post ଦୁଃଖଦ ଘଟଣା: ବାଇକରେ ଘରକୁ ଫେରୁଥିଲେ ବାପା-ଝିଅ, ଧକ୍କା ଦେଲା ଟ୍ରକ appeared first on Dharitri Odia News.