ନିର୍ବାଚନ ଆୟୋଗଙ୍କ ବଡ଼ ନିଷ୍ପତ୍ତି, ହରିୟାଣାରେ ୨ ଆସନର EVM ହେବ ଯାଞ୍ଚ, ଉଭୟରେ ଜିତିଛି ବିଜେପି

ନୂଆଦିଲ୍ଲୀ ୨୦।୬: ହରିୟାଣାର ୨ ଲୋକସଭା ଆସନରେ ଇଭିଏମ ତ୍ରୁଟି ଅଭିଯୋଗକୁ ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ) ଗୁରୁତର ସହ ଗ୍ରହଣ କରିଛନ୍ତି। ଅଭିଯୋଗ ପରେ ଇସିଆଇ ହରିୟାଣାର କର୍ଣ୍ଣଲ ଓ ଫରିଦାବାଦ ଲୋକସଭା ଆସନର ଇଭିଏମ ଯାଞ୍ଚ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଦୁଇ ଆସନରେ ବିଜେପି ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ କଂଗ୍ରେସ ପ୍ରାର୍ଥୀ ନିର୍ବାଚନ କାଳରେ ଏହି ଦୁଇ ଲୋକସଭା ଆସନରେ ଇଭିଏମ ଗଡ଼ବଡ଼ ଥିବା ଅଭିଯୋଗ କରିଥିଲେ। କର୍ଣ୍ଣଲରୁ ହାରିୟାଣାର ସାଢେ ୯ ବର୍ଷ ମୁଖ୍ୟମନ୍ତ୍ରୀ ଥିବା ମନୋହର ଲାଲ ଖଟ୍ଟର ନିର୍ବାଚନ ଜିତିଛନ୍ତି। ସେ ଏବେ ମୋଦିଙ୍କ ନୂଆ ମନ୍ତ୍ରୀମଣ୍ଡଳରେ ମନ୍ତ୍ରୀ ମଧ୍ୟ ହୋଇଛନ୍ତି। ସେହିପରି ଫରିଦାବାଦ ଆସନରେ ବିଜେପିର କୃଷ୍ଣ ପାଲ ଗୁର୍ଜର ବିଜୟୀ ହୋଇଛନ୍ତି। ତାଙ୍କୁ ମଧ୍ୟ ମୋଦିଙ୍କ ମନ୍ତ୍ରୀମଣ୍ଡଳରେ ରାଷ୍ଟ୍ରମନ୍ତ୍ରୀପଦ ମିଳିଛି। ତେବେ କର୍ଣ୍ଣଲ ଲୋକସଭା ଆସନରେ ପ୍ରତିଦ୍ୱନ୍ଦ୍ୱୀତା କରିଥିବା କଂଗ୍ରେସର ଦିବ୍ୟାଂଶୁ ବୁଦ୍ଧି ରାଜା ନିର୍ବାଚନ ଆୟୋଗଙ୍କୁ ଇଭିଏମ ଯାଞ୍ଚ କରିବା ପାଇଁ ଦାବି କରି ଚିଠି ଲେଖିଥିଲେ। ସେହିପରି ଫରିଦାବାଦରେ କଂଗ୍ରେସରୁ ପ୍ରତିଦ୍ୱନ୍ଦ୍ୱୀତା କରିଥିବା ମହେନ୍ଦ୍ର ପ୍ରତାପ ସିଂହ ମଧ୍ୟ ଇଭିଏମ ତ୍ରୁଟିର ଆଶଙ୍କା କରିଥିଲେ। ଏହା ପରେ ନିର୍ବାଚନ ଆୟୋଗ ଦୁଇ ଲୋକସଭା ଆସନର ଇଭିଏମ ଯାଞ୍ଚ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ନିଷ୍ପତ୍ତି ଅନୁସାରେ ଦୁଇ ଲୋକସଭା ନିର

ନିର୍ବାଚନ ଆୟୋଗଙ୍କ ବଡ଼ ନିଷ୍ପତ୍ତି, ହରିୟାଣାରେ ୨ ଆସନର EVM ହେବ ଯାଞ୍ଚ, ଉଭୟରେ ଜିତିଛି ବିଜେପି

ନୂଆଦିଲ୍ଲୀ ୨୦।୬: ହରିୟାଣାର ୨ ଲୋକସଭା ଆସନରେ ଇଭିଏମ ତ୍ରୁଟି ଅଭିଯୋଗକୁ ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ) ଗୁରୁତର ସହ ଗ୍ରହଣ କରିଛନ୍ତି। ଅଭିଯୋଗ ପରେ ଇସିଆଇ ହରିୟାଣାର କର୍ଣ୍ଣଲ ଓ ଫରିଦାବାଦ ଲୋକସଭା ଆସନର ଇଭିଏମ ଯାଞ୍ଚ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଦୁଇ ଆସନରେ ବିଜେପି ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ କଂଗ୍ରେସ ପ୍ରାର୍ଥୀ ନିର୍ବାଚନ କାଳରେ ଏହି ଦୁଇ ଲୋକସଭା ଆସନରେ ଇଭିଏମ ଗଡ଼ବଡ଼ ଥିବା ଅଭିଯୋଗ କରିଥିଲେ। 

କର୍ଣ୍ଣଲରୁ ହାରିୟାଣାର ସାଢେ ୯ ବର୍ଷ ମୁଖ୍ୟମନ୍ତ୍ରୀ ଥିବା ମନୋହର ଲାଲ ଖଟ୍ଟର ନିର୍ବାଚନ ଜିତିଛନ୍ତି। ସେ ଏବେ ମୋଦିଙ୍କ ନୂଆ ମନ୍ତ୍ରୀମଣ୍ଡଳରେ ମନ୍ତ୍ରୀ ମଧ୍ୟ ହୋଇଛନ୍ତି। ସେହିପରି ଫରିଦାବାଦ ଆସନରେ ବିଜେପିର କୃଷ୍ଣ ପାଲ ଗୁର୍ଜର ବିଜୟୀ ହୋଇଛନ୍ତି। ତାଙ୍କୁ ମଧ୍ୟ ମୋଦିଙ୍କ ମନ୍ତ୍ରୀମଣ୍ଡଳରେ ରାଷ୍ଟ୍ରମନ୍ତ୍ରୀପଦ ମିଳିଛି। ତେବେ କର୍ଣ୍ଣଲ ଲୋକସଭା ଆସନରେ ପ୍ରତିଦ୍ୱନ୍ଦ୍ୱୀତା କରିଥିବା କଂଗ୍ରେସର ଦିବ୍ୟାଂଶୁ ବୁଦ୍ଧି ରାଜା ନିର୍ବାଚନ ଆୟୋଗଙ୍କୁ ଇଭିଏମ ଯାଞ୍ଚ କରିବା ପାଇଁ ଦାବି କରି ଚିଠି ଲେଖିଥିଲେ। 

ସେହିପରି ଫରିଦାବାଦରେ କଂଗ୍ରେସରୁ ପ୍ରତିଦ୍ୱନ୍ଦ୍ୱୀତା କରିଥିବା ମହେନ୍ଦ୍ର ପ୍ରତାପ ସିଂହ ମଧ୍ୟ ଇଭିଏମ ତ୍ରୁଟିର ଆଶଙ୍କା କରିଥିଲେ। ଏହା ପରେ ନିର୍ବାଚନ ଆୟୋଗ ଦୁଇ ଲୋକସଭା ଆସନର ଇଭିଏମ ଯାଞ୍ଚ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ନିଷ୍ପତ୍ତି ଅନୁସାରେ ଦୁଇ ଲୋକସଭା ନିର୍ବାଚନମଣ୍ଡଳିର ଇଭିଏମ ପୁଣି ଯାଞ୍ଚ ହେବ। ତେବେ ନିର୍ବାଚନ ଫଳାଫଳରେ ଉଭୟ କଂଗ୍ରେସ ନେତା ହାରି ଯାଇଛନ୍ତି।