ନିବେଶକ ହରାଇଲେ ୧୮ ଲକ୍ଷ କୋଟିରୁ ଅଧିକ

ମୁମ୍ବାଇ,୨୧।୧୨: ଅନ୍ତଃରାଷ୍ଟ୍ରୀୟ ଘଟଣାବଳୀ ଏବଂ ୟୁଏସ୍‌ ଫେଡେରାଲର ସୁଧହାର ହ୍ରାସର ପ୍ରଭାବ ସିଧାସଳଖ ଭାରତୀୟ ଷ୍ଟକ୍‌ ମାକେର୍ଟ କାରବାରରେ ଦେଖିବାକୁ ମିଳୁଛି। ଏପରିକି ଭାରତୀୟ ଟଙ୍କାର ମୂଲ୍ୟ ହ୍ରାସ ସହ ଆମେରିକାର ମୁଦ୍ରାସ୍ଫୀତ ହାର କମିବା ଯୋଗୁ ଭାରତୀୟ ପୁଞ୍ଜିବଜାରରେ ବଡ ଧରଣରେ କ୍ଷତି ପହଞ୍ଚତ୍ଛି। ଚଳିତ ସପ୍ତାହର ଶେଷ ୫ଟି କାର୍ଯ୍ୟଦିବସର ଫଳାଫଳ ଅନୁଯାୟୀ ଶେୟାର ବଜାରର ନିବେଶକମାନେ ୧୮ ଲକ୍ଷ କୋଟିରୁ ଅଧିକ (୧୮,୪୩,୧୨୧,୨୩ କୋଟି) ଟଙ୍କାର ନିବେଶ ହରାଇଛନ୍ତି। ଫଳରେ ପୁଞ୍ଜିବଜାରର ବଜାର […] The post ନିବେଶକ ହରାଇଲେ ୧୮ ଲକ୍ଷ କୋଟିରୁ ଅଧିକ appeared first on Dharitri Odia News.

ନିବେଶକ ହରାଇଲେ ୧୮ ଲକ୍ଷ କୋଟିରୁ ଅଧିକ

ମୁମ୍ବାଇ,୨୧।୧୨: ଅନ୍ତଃରାଷ୍ଟ୍ରୀୟ ଘଟଣାବଳୀ ଏବଂ ୟୁଏସ୍‌ ଫେଡେରାଲର ସୁଧହାର ହ୍ରାସର ପ୍ରଭାବ ସିଧାସଳଖ ଭାରତୀୟ ଷ୍ଟକ୍‌ ମାକେର୍ଟ କାରବାରରେ ଦେଖିବାକୁ ମିଳୁଛି। ଏପରିକି ଭାରତୀୟ ଟଙ୍କାର ମୂଲ୍ୟ ହ୍ରାସ ସହ ଆମେରିକାର ମୁଦ୍ରାସ୍ଫୀତ ହାର କମିବା ଯୋଗୁ ଭାରତୀୟ ପୁଞ୍ଜିବଜାରରେ ବଡ ଧରଣରେ କ୍ଷତି ପହଞ୍ଚତ୍ଛି।
ଚଳିତ ସପ୍ତାହର ଶେଷ ୫ଟି କାର୍ଯ୍ୟଦିବସର ଫଳାଫଳ ଅନୁଯାୟୀ ଶେୟାର ବଜାରର ନିବେଶକମାନେ ୧୮ ଲକ୍ଷ କୋଟିରୁ ଅଧିକ (୧୮,୪୩,୧୨୧,୨୩ କୋଟି) ଟଙ୍କାର ନିବେଶ ହରାଇଛନ୍ତି। ଫଳରେ ପୁଞ୍ଜିବଜାରର ବଜାର ପୁଞ୍ଜି ଶୁକ୍ରବାରର କାରବାର ଶେଷ ସୁଦ୍ଧା ୪,୪୦,୯୯,୨୧୭.୩୨ କୋଟି (୫.୧୮ ଟ୍ରିଲିୟନ ଡଲାର) ରେ ପହଞ୍ଚତ୍ଛି।
ଉଲ୍ଲେଖଯୋଗ୍ୟ, ଚଳିତ ସପ୍ତାହର ସୋମବାରରୁ ଶୁକ୍ରବାର କାର୍ଯ୍ୟଦିବସ ମଧ୍ୟରେ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ (ବିଏସ୍‌ଇ) ଏବଂ ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ (ଏନ୍‌ଏସ୍‌ଇ)ର କାରବାରରେ ମଧ୍ୟ କ୍ରମାଗତ ଭାବେ ପରିବର୍ତ୍ତନ ହେଉଛି। ଏପରିକି ଏହି ୫ଟି କାର୍ଯ୍ୟ ଦିବସ ମଧ୍ୟରେ ବିଏସ୍‌ଇ ସେନ୍‌ସେକ୍ସ ପ୍ରାୟ ୪୧୦୦ ପଏଣ୍ଟ ( ୪୦୯୧ ପଏଣ୍ଟ) ହ୍ରାସ ଘଟିଥିଲାବେଳେ ଏହି ସମୟ ମଧ୍ୟରେ ନିଫ୍ଟିର କାରବାରରେ ପ୍ରାୟ ୧୨୦୦ ପଏଣ୍ଟ କମିଛି।
ସେହିଭଳି ଚଳିତ ସପ୍ତାହର ଶୁକ୍ରବାର କାର୍ଯ୍ୟଦିବସ ଶେଷ ସୁଦ୍ଧା ୩୦ଶେୟାର ବିଶିଷ୍ଠ ବିଏସ୍‌ଇ ସେନ୍‌ସେକ୍ସର କାରବାର ୧.୪୯% ହ୍ରାସ ଘଟି ୭୮,୦୪୧.୫୯ ଅଙ୍କରେ ରହିଥିଲାବେଳେ ନିଫ୍ଟିର କାରବାର ୧.୫୨% ଘଟି ୨୩,୫୮୭.୫୦ଅଙ୍କରେ ରହିଛି।
ସେହିପରି ବିଏସ୍‌ଇ ସେନ୍‌ସେକ୍ସର ମିଡକ୍ୟାପ ଏବଂ ସ୍ମଲକ୍ୟାପ କାରବାରରେ ମଧ୍ୟ ପ୍ରାୟ ୨% ଲେଖାଏ ପରିବର୍ତ୍ତନ ହୋଇଛି। ଏପରିକି ନିଫ୍ଟି ମିଡ୍‌କ୍ୟାପ୍‌ର କାରବାର ୨.୮୨% ପଏଣ୍ଟ ହ୍ରାସ ଘଟି ୫୬,୯୦୬.୭୫ ଅଙ୍କରେ ଥିଲାବେଳେ ସ୍ମଲକ୍ୟାପ୍‌ର କାରବାର ୨.୭୫% ହ୍ରାସ ଘଟି ୮୯୨୫.୮୫ ଅଙ୍କରେ ପହଞ୍ଚତ୍ଛି। ଅପରପକ୍ଷରେ ନିଫ୍ଟି ବ୍ୟାଙ୍କର କାରବାର ୧.୫୮% ହ୍ରାସ ଘଟି ୫୦,୭୫୯.୨୦ ଅଙ୍କରେ ରହିଛି। ଏପରିକି ସେକ୍ଟରାଲ କ୍ଷେତ୍ରରେ ମଧ୍ୟ ଉଭୟ ବିଏସ୍‌ଇ ସେନ୍‌ସେକ୍ସ ଓ ନିଫି୍ଟର ନିବେଶକମାନେ ବଡ ଧରଣର କ୍ଷତି ସହିଛନ୍ତି।

The post ନିବେଶକ ହରାଇଲେ ୧୮ ଲକ୍ଷ କୋଟିରୁ ଅଧିକ appeared first on Dharitri Odia News.