ବସନ୍ତ ପଣ୍ଡାଙ୍କୁ ଦାଦା ସାହେବ ଫାଲକେ ଆଇକନ ଆୱାର୍ଡ

ଭବାନୀପାଟଣା/ନୂଆପଡ଼ା,୨୫।୧(ଉତ୍ତମ କୁମାର ଦାଶ/ ମକାରୁ ବେମାଲ) କଳାହାଣ୍ଡି ଏମ୍‌ପି ବସନ୍ତ ପଣ୍ଡାଙ୍କୁ ଓଡ଼ିଶାର ବେଷ୍ଟ ଆଇକନ ଏମ୍‌ପି ଭାବେ ସମ୍ମାନିତ କରାଯାଇଛି। ନୂଆଦିଲ୍ଲୀ ମ୍ୟୁନିସିପାଲ କାଉନସିଲ ପାଳିକା କେନ୍ଦ୍ରଠାରେ ଦାଦା ସାହେବ ଫାଲକେ ଆୱାର୍ଡ ଫିଲ୍ମ ଅନୁଷ୍ଠାନ ତଥା ଡିପିଆଇଏଏଫ୍‌ ଏନ୍‌ଜିଓ ସଂସ୍ଥା ପକ୍ଷରୁ ବୁଧବାର ସନ୍ଧ୍ୟାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବସନ୍ତଙ୍କୁ ଦାଦା ସାହେବ ଫାଲକେ ଆଇକନ ଆୱାର୍ଡ ପ୍ରଦାନ କରାଯାଇଥିଲା। ଏଥିରେ ମୁଖ୍ୟଅତିଥି ଭାବେ କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାବଲେ ଯୋଗଦେଇ ତାଙ୍କୁ ଏହି ପୁରସ୍କାରରେ […] The post ବସନ୍ତ ପଣ୍ଡାଙ୍କୁ ଦାଦା ସାହେବ ଫାଲକେ ଆଇକନ ଆୱାର୍ଡ appeared first on Dharitri Odia News.

ବସନ୍ତ ପଣ୍ଡାଙ୍କୁ ଦାଦା ସାହେବ ଫାଲକେ ଆଇକନ ଆୱାର୍ଡ

ଭବାନୀପାଟଣା/ନୂଆପଡ଼ା,୨୫।୧(ଉତ୍ତମ କୁମାର ଦାଶ/ ମକାରୁ ବେମାଲ)
କଳାହାଣ୍ଡି ଏମ୍‌ପି ବସନ୍ତ ପଣ୍ଡାଙ୍କୁ ଓଡ଼ିଶାର ବେଷ୍ଟ ଆଇକନ ଏମ୍‌ପି ଭାବେ ସମ୍ମାନିତ କରାଯାଇଛି। ନୂଆଦିଲ୍ଲୀ ମ୍ୟୁନିସିପାଲ କାଉନସିଲ ପାଳିକା କେନ୍ଦ୍ରଠାରେ ଦାଦା ସାହେବ ଫାଲକେ ଆୱାର୍ଡ ଫିଲ୍ମ ଅନୁଷ୍ଠାନ ତଥା ଡିପିଆଇଏଏଫ୍‌ ଏନ୍‌ଜିଓ ସଂସ୍ଥା ପକ୍ଷରୁ ବୁଧବାର ସନ୍ଧ୍ୟାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବସନ୍ତଙ୍କୁ ଦାଦା ସାହେବ ଫାଲକେ ଆଇକନ ଆୱାର୍ଡ ପ୍ରଦାନ କରାଯାଇଥିଲା। ଏଥିରେ ମୁଖ୍ୟଅତିଥି ଭାବେ କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାବଲେ ଯୋଗଦେଇ ତାଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରିଥିଲେ। ଏହାକୁ ନେଇ ସ୍ଥାନୀୟ ଭାଜପା କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିବାବେଳେ ଅନେକ ବର୍ଗର ଲୋକ ଏମ୍‌ପି ପଣ୍ଡାକୁ ଶୁଭେଚ୍ଛା ଜଣାଇଛନ୍ତି।

The post ବସନ୍ତ ପଣ୍ଡାଙ୍କୁ ଦାଦା ସାହେବ ଫାଲକେ ଆଇକନ ଆୱାର୍ଡ appeared first on Dharitri Odia News.