ଶୁଭେନ୍ଦୁ ଅଧିକାରୀଙ୍କ ବିରୋଧରେ ମାମଲା, ରାହୁଲ ଗାନ୍ଧୀଙ୍କ ଉପରେ ଅପମାନଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗ

କୋଲକାତା,୨୯।୧: ପଶ୍ଚିମବଙ୍ଗ କଂଗ୍ରେସ ୟୁନିଟ ସୋମବାର ଭାଜପା ନେତା ଶୁଭେନ୍ଦୁ ଅଧିକାରୀଙ୍କ ବିରୋଧରେ ପୋଲିସ ଅଭିଯୋଗ ଆଣିଛି। ସେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଉପରେ ଅପମାନଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଛି। ନିକଟରେ ଭାଇରାଲ ହୋଇଥିବା ଏକ ଭିଡିଓରେ ଅଧିକାରୀ ସୋମବାର ସକାଳେ ପଶ୍ଚିମବଙ୍ଗରୁ ବିହାରରେ ପ୍ରବେଶ କରିଥିବା କଂଗ୍ରେସର ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ ବିଷୟରେ ଆଲୋଚନା କରୁଥିବାବେଳେ ରାହୁଲ ଗାନ୍ଧୀଙ୍କ ବିଷୟରେ ଅପମାନଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଛି। ତେବେ ଭିଡିଓ କ୍ଲିପର […] The post ଶୁଭେନ୍ଦୁ ଅଧିକାରୀଙ୍କ ବିରୋଧରେ ମାମଲା, ରାହୁଲ ଗାନ୍ଧୀଙ୍କ ଉପରେ ଅପମାନଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗ appeared first on Dharitri Odia News.

ଶୁଭେନ୍ଦୁ ଅଧିକାରୀଙ୍କ ବିରୋଧରେ ମାମଲା, ରାହୁଲ ଗାନ୍ଧୀଙ୍କ ଉପରେ ଅପମାନଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗ

କୋଲକାତା,୨୯।୧: ପଶ୍ଚିମବଙ୍ଗ କଂଗ୍ରେସ ୟୁନିଟ ସୋମବାର ଭାଜପା ନେତା ଶୁଭେନ୍ଦୁ ଅଧିକାରୀଙ୍କ ବିରୋଧରେ ପୋଲିସ ଅଭିଯୋଗ ଆଣିଛି। ସେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଉପରେ ଅପମାନଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଛି।

ନିକଟରେ ଭାଇରାଲ ହୋଇଥିବା ଏକ ଭିଡିଓରେ ଅଧିକାରୀ ସୋମବାର ସକାଳେ ପଶ୍ଚିମବଙ୍ଗରୁ ବିହାରରେ ପ୍ରବେଶ କରିଥିବା କଂଗ୍ରେସର ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ ବିଷୟରେ ଆଲୋଚନା କରୁଥିବାବେଳେ ରାହୁଲ ଗାନ୍ଧୀଙ୍କ ବିଷୟରେ ଅପମାନଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଛି। ତେବେ ଭିଡିଓ କ୍ଲିପର ସତ୍ୟତା ନିଶ୍ଚିତ ହୋଇନାହିଁ।

ରାଜ୍ୟ କଂଗ୍ରେସ ନେତା ସୁଭଙ୍କର ସରକାର କହିଛନ୍ତି, ଆମ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେଇଥିବାରୁ ଆମେ ଶୁଭେନ୍ଦୁ ଅଧିକାରୀଙ୍କ ବିରୋଧରେ ପୋଲିସ ଅଭିଯୋଗ ଆଣିଛୁ। ଏହି ଆଚରଣ ଗ୍ରହଣୀୟ ନୁହେଁ ଏବଂ ଅପମାନଜନକ । ଆମେ ତୁରନ୍ତ ପୋଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛୁ।

The post ଶୁଭେନ୍ଦୁ ଅଧିକାରୀଙ୍କ ବିରୋଧରେ ମାମଲା, ରାହୁଲ ଗାନ୍ଧୀଙ୍କ ଉପରେ ଅପମାନଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗ appeared first on Dharitri Odia News.