ବୁଗୁଡ଼ା ବ୍ଲକ, ଏନଏସି ପାଇଁ ସାଂସଦ ପ୍ରତିନିଧି ଭାବେ ଉତ୍ତମ କୁମାର ନିଯୁକ୍ତ
ବୁଗୁଡା,୧୪।୭ (କାଳିଚରଣ ଦାଶ): ବୁଗୁଡା ବ୍ଲକ ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ପାଇଁ ଆସିକା ଲୋକ ସଭା ସାଂସଦ ଅନିତା ଶୁଭଦର୍ଶିନୀ ପଟ୍ଟନାୟକଙ୍କ ପ୍ରତିନିଧି ଭାବେ ଆଇନଜୀବୀ ଉତ୍ତମ କୁମାର ଦାସ ନିଯୁକ୍ତ ହୋଇଥିବା ଜଣାଯାଇଛି। ଏ ନେଇ ବିଧିବଦ୍ଧ ଭାବେ ବ୍ଲକ ଓ ଏନଏସି ପ୍ରଶାସନକୁ ପତ୍ର ମାଧ୍ୟମରେ ଅବଗତ କରାଯାଇଅଛି। ସାଂସଦଙ୍କ ପ୍ରତିନିଧିତ୍ୱ ହାସଲ କରିଥିବା ଉତ୍ତମ କୁମାର ଦାସ ବୁଗୁଡ଼ା ଅଞ୍ଚଳର ଜଣେ ଦକ୍ଷ ଯୁବ ସଂଗଠକ ସହିତ ଗଞ୍ଜାମ ଜିଲାର ଜଣେ […] The post ବୁଗୁଡ଼ା ବ୍ଲକ, ଏନଏସି ପାଇଁ ସାଂସଦ ପ୍ରତିନିଧି ଭାବେ ଉତ୍ତମ କୁମାର ନିଯୁକ୍ତ appeared first on Dharitri Odia News.
ବୁଗୁଡା,୧୪।୭ (କାଳିଚରଣ ଦାଶ): ବୁଗୁଡା ବ୍ଲକ ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ପାଇଁ ଆସିକା ଲୋକ ସଭା ସାଂସଦ ଅନିତା ଶୁଭଦର୍ଶିନୀ ପଟ୍ଟନାୟକଙ୍କ ପ୍ରତିନିଧି ଭାବେ ଆଇନଜୀବୀ ଉତ୍ତମ କୁମାର ଦାସ ନିଯୁକ୍ତ ହୋଇଥିବା ଜଣାଯାଇଛି। ଏ ନେଇ ବିଧିବଦ୍ଧ ଭାବେ ବ୍ଲକ ଓ ଏନଏସି ପ୍ରଶାସନକୁ ପତ୍ର ମାଧ୍ୟମରେ ଅବଗତ କରାଯାଇଅଛି। ସାଂସଦଙ୍କ ପ୍ରତିନିଧିତ୍ୱ ହାସଲ କରିଥିବା ଉତ୍ତମ କୁମାର ଦାସ ବୁଗୁଡ଼ା ଅଞ୍ଚଳର ଜଣେ ଦକ୍ଷ ଯୁବ ସଂଗଠକ ସହିତ ଗଞ୍ଜାମ ଜିଲାର ଜଣେ ସୁଦକ୍ଷ ଛାତ୍ର ନେତା ଭାବେ ପରିଚିତ। ସେ ଛାତ୍ର ଜୀବନରେ ବୁଗୁଡ଼ା ପିପୁଲ୍ସ କଲେଜର ସାଂସ୍କୃତିକ ସମ୍ପାଦକ ସହିତ ଛାତ୍ର ସଂଗଠନର ସଭାପତି ଏବଂ ପରବର୍ତ୍ତୀ ସମୟରେ ଲିଙ୍ଗରାଜ ଆଇନ ମହାବିଦ୍ୟାଳୟର ସଭାପତି ରୂପେ ନିର୍ବାଚିତ ହୋଇଥିଲେ । ଓଡ଼ିଶାର ଟାଣୁଆ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ସ୍ବର୍ଗତ ରାମକୃଷ୍ଣ ପଟ୍ଟନାୟକଙ୍କ ନାମରେ ଗଠିତ ରାମକୃଷ୍ଣ ପଟ୍ଟନାୟକ ଚାରିଟେବୁଲ ଟ୍ରଷ୍ଟର ସମ୍ପାଦକ ଭାବରେ ବର୍ତ୍ତମାନ ସେ ବିଭିନ୍ନ ସାମାଜିକ କାର୍ଯ୍ୟରେ ଜଡିତ ଅଛନ୍ତି । ପ୍ରତିନିଧି ନିଯୁକ୍ତି ପରେ ଉତ୍ତମ ଦାସ ସାଂସଦଙ୍କୁ କୃତଜ୍ଞତା ଜଣାଇବା ସହିତ ତାଙ୍କର ମାର୍ଗଦର୍ଶନରେ ଅଞ୍ଚଳ ପାଇଁ କାମ କରି ଭାଜପା ସଂଗଠନକୁ ସୁଦୃଢ କରିବେ ବୋଲି ପ୍ରତିକ୍ରିୟାରେ କହିଛନ୍ତି । ତାଙ୍କୁ ବିଭିନ୍ନ ସଂଗଠନ ତରଫରୁ ଶୁଭେଚ୍ଛା ଏବଂ ଅଭିନନ୍ଦନର ସୁଅ ଛୁଟୁଛି ।
The post ବୁଗୁଡ଼ା ବ୍ଲକ, ଏନଏସି ପାଇଁ ସାଂସଦ ପ୍ରତିନିଧି ଭାବେ ଉତ୍ତମ କୁମାର ନିଯୁକ୍ତ appeared first on Dharitri Odia News.