ଫାରାହ ଖାନ୍‌ଙ୍କ ଉପରେ ଭାଙ୍ଗିଲା ଦୁଃଖର ପାହାଡ଼, ମା’ ମେନକା ଇରାନିଙ୍କ ନିଧନ

ବମ୍ବେ: ମା’ଙ୍କୁ ହରାଇଛନ୍ତି କୋରିଓଗ୍ରାଫର-ନିର୍ଦ୍ଦେଶକ ଫାରାହ ଖାନ୍‌। ଶୁକ୍ରବାର ତାଙ୍କର ମା’ ମେନକା ଇରାନୀଙ୍କ ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ହୋଇଥିଲା। ଗତ କିଛି ଦିନ ଧରି ସେ ଅସୁସ୍ଥ ଥିଲେ। ଏବେ ତାଙ୍କର ନିଧନକୁ ନେଇ ଫାରାହ ଏବଂ ତାଙ୍କ ଭାଇ ସାଜିଦ ଭାଙ୍ଗି ପଡ଼ିଥିବା ବେଳେ ଏକ ପୋଷ୍ଟ ଭାଇରାଲ ହେଉଛି। ଉକ୍ତ ପୋଷ୍ଟଟିକୁ ଫାରାହ କିଛି ଦିନ ପୂର୍ବରୁ ମା’ଙ୍କ ଉଦ୍ଦେଶ୍ୟରେ ଲେଖିଥିଲେ। ଫାରାହ ମା’ଙ୍କ ଜନ୍ମଦିନରେ ଲେଖିଥିଲେ […] The post ଫାରାହ ଖାନ୍‌ଙ୍କ ଉପରେ ଭାଙ୍ଗିଲା ଦୁଃଖର ପାହାଡ଼, ମା’ ମେନକା ଇରାନିଙ୍କ ନିଧନ appeared first on Dharitri Odia News.

ଫାରାହ ଖାନ୍‌ଙ୍କ ଉପରେ ଭାଙ୍ଗିଲା ଦୁଃଖର ପାହାଡ଼, ମା’ ମେନକା ଇରାନିଙ୍କ ନିଧନ

ବମ୍ବେ: ମା’ଙ୍କୁ ହରାଇଛନ୍ତି କୋରିଓଗ୍ରାଫର-ନିର୍ଦ୍ଦେଶକ ଫାରାହ ଖାନ୍‌। ଶୁକ୍ରବାର ତାଙ୍କର ମା’ ମେନକା ଇରାନୀଙ୍କ ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ହୋଇଥିଲା। ଗତ କିଛି ଦିନ ଧରି ସେ ଅସୁସ୍ଥ ଥିଲେ। ଏବେ ତାଙ୍କର ନିଧନକୁ ନେଇ ଫାରାହ ଏବଂ ତାଙ୍କ ଭାଇ ସାଜିଦ ଭାଙ୍ଗି ପଡ଼ିଥିବା ବେଳେ ଏକ ପୋଷ୍ଟ ଭାଇରାଲ ହେଉଛି। ଉକ୍ତ ପୋଷ୍ଟଟିକୁ ଫାରାହ କିଛି ଦିନ ପୂର୍ବରୁ ମା’ଙ୍କ ଉଦ୍ଦେଶ୍ୟରେ ଲେଖିଥିଲେ।

ଫାରାହ ମା’ଙ୍କ ଜନ୍ମଦିନରେ ଲେଖିଥିଲେ ଯେ, ଆମେ ସବୁ ମା’ଙ୍କୁ ହାଲୁକା ଭାବେ ନେଉ…ବିଶେଷକରି ମୁଁ! ଗତ ମାସରେ ମୁଁ ମୋ ମା’ଙ୍କୁ କେତେ ଭଲପାଏ ତାହା ଜାଣିବାକୁ ପାଇଲି। ସେ ସବୁଠାରୁ ମଜଭୂତ, ବାହାଦୂର ବ୍ୟକ୍ତି ଅଟନ୍ତି। ଅନେକ ସର୍ଜରୀ ପରେ ତାଙ୍କର ସେନ୍ସ ଅଫ୍‌ ହ୍ୟୁମର ସେହିଭଳି ଅଛି। ଜନ୍ମଦିନର ଶୁଭେଚ୍ଛା ମା’। ଆଜି ଘରକୁ ଫେରି ଆସିବାକୁ ଭଲ ଦିନ, ମୁଁ ତୁମର ସୁସ୍ଥ ହେବାକୁ ଏତେ ଅପେକ୍ଷା କରିପାରିବି ନାହିଁ ଯେ ତୁମେ ମୋ ସହ ପୁଣି ଲଢ଼େଇ କରିବ..ମୁଁ ତୁମକୁ ବହୁତ ଭଲପାଏ।

ଏଯାବତ ଫାରାହ ଏବଂ ସାଜିଦଙ୍କ ପକ୍ଷରୁ ମା’ଙ୍କ ନିଧନକୁ ନେଇ କୌଣସି ବୟାନ ସାମ୍ନାକୁ ଆସି ନ ଥିବା ବେଳେ ପ୍ରଶଂସକ ଫାରାହଙ୍କ ପୁରୁଣା ପୋଷ୍ଟରେ କମେଣ୍ଟ କରୁଛନ୍ତି।

 

View this post on Instagram

 

A post shared by Farah Khan Kunder (@farahkhankunder)

The post ଫାରାହ ଖାନ୍‌ଙ୍କ ଉପରେ ଭାଙ୍ଗିଲା ଦୁଃଖର ପାହାଡ଼, ମା’ ମେନକା ଇରାନିଙ୍କ ନିଧନ appeared first on Dharitri Odia News.