ଅକ୍‌ଲାଣ୍ଡରେ ଗେଲ୍‌ ମନଫିଲ୍ସଙ୍କ ରେକର୍ଡ

ଅକ୍‌ଲାଣ୍ଡ,୧୧ା୧ (ଏପି): ଗେଲ୍‌ ମନଫିଲ୍ସ ଏଠାରେ ଚାଲିଥିବା ଏକ ପୁରୁଷ ଏଲିଟ ଟେନିସ ଟୁର୍‌ର ଫାଇନାଲରେ ପ୍ରବେଶ କରିଛନ୍ତି। ସେମିଫାଇନାଲରେ ସେ ଆମେରିକାର ନିସ୍‌ହେସ ବାସାଭା ରେଡ୍ଡୀଙ୍କୁ ୭-୬ (୫), ୬-୪ରେ ହରାଇ ଦେଇଛନ୍ତି। ଫଳରେ ଏକ ଏଲିଟ ଟେନିସ ଟୁର୍‌ର ଫାଇନାଲରେ ପ୍ରବେଶ କରିବାରେ ୧୯୯୦ ପରେ ସେ ଦ୍ୱିତୀୟ ବୟସ୍କ ଖେଳାଳି ବିବେଚିତ ହୋଇଛନ୍ତି। ଫ୍ରେଞ୍ଚ ଟେନିସ ଖେଳାଳି ୩୮ବର୍ଷ ୧୩୧ ଦିନ ବୟସରେ ଏହି କୃତିତ୍ୱ ଅର୍ଜନ କରିଛନ୍ତି। ଇଭୋ କାର୍ଲୋଭିଚ୍‌ଙ୍କ ନାମରେ […] The post ଅକ୍‌ଲାଣ୍ଡରେ ଗେଲ୍‌ ମନଫିଲ୍ସଙ୍କ ରେକର୍ଡ appeared first on Dharitri Odia News.

ଅକ୍‌ଲାଣ୍ଡରେ ଗେଲ୍‌ ମନଫିଲ୍ସଙ୍କ ରେକର୍ଡ

ଅକ୍‌ଲାଣ୍ଡ,୧୧ା୧ (ଏପି): ଗେଲ୍‌ ମନଫିଲ୍ସ ଏଠାରେ ଚାଲିଥିବା ଏକ ପୁରୁଷ ଏଲିଟ ଟେନିସ ଟୁର୍‌ର ଫାଇନାଲରେ ପ୍ରବେଶ କରିଛନ୍ତି। ସେମିଫାଇନାଲରେ ସେ ଆମେରିକାର ନିସ୍‌ହେସ ବାସାଭା ରେଡ୍ଡୀଙ୍କୁ ୭-୬ (୫), ୬-୪ରେ ହରାଇ ଦେଇଛନ୍ତି। ଫଳରେ ଏକ ଏଲିଟ ଟେନିସ ଟୁର୍‌ର ଫାଇନାଲରେ ପ୍ରବେଶ କରିବାରେ ୧୯୯୦ ପରେ ସେ ଦ୍ୱିତୀୟ ବୟସ୍କ ଖେଳାଳି ବିବେଚିତ ହୋଇଛନ୍ତି। ଫ୍ରେଞ୍ଚ ଟେନିସ ଖେଳାଳି ୩୮ବର୍ଷ ୧୩୧ ଦିନ ବୟସରେ ଏହି କୃତିତ୍ୱ ଅର୍ଜନ କରିଛନ୍ତି। ଇଭୋ କାର୍ଲୋଭିଚ୍‌ଙ୍କ ନାମରେ ଏଟିପନି ଟୁର୍‌ ରେକର୍ଡ ରହିଛି। ସେ ୨୦୧୯ରେ ଭାରତର ପୁଣେରେ ଫାଇନାଲ ଜିତି ଏଟିପି ଟୁର୍‌ ରେକର୍ଡର ଅଧିକାରୀ ହୋଇପାରିଛନ୍ତି। ସେତେବେଳେ ତାଙ୍କର ବୟସ ୩୯ ବର୍ଷ, ୩୧୧ ଦିନ ହୋଇଥିଲା। ୨୦୨୩ରେ ମନଫିଲ୍ସଙ୍କୁ ଯେତେବେଳେ ୩୮ ବର୍ଷ ଓ ୧୨୪ ଦିନ ବୟସ ହୋଇଥିଲା ସେ କ୍ରୋଏସିଆର ଉମାଗଠାରେ ଫାଇନାଲକୁ ଉନ୍ନୀତ ହୋଇଥିଲେ। କାର୍ଲୋଭିଚ୍‌ ଆହୁରି ମଧ୍ୟ ୨୦୧୭ରେ ୩୮ ବର୍ଷ, ୧୧୦ ଦିନ ବୟସରେ ଡେନ୍‌ ବୋସକ ଫାଇନାଲରେ ପ୍ରବେଶ କରିଥିଲେ। ଟପ୍‌ ୫ରେ ସ୍ଥାନ ପାଇଥିବା ଅନ୍ୟ ଦୁଇ ଖେଳାଳି ହେଲେ ରୋଜର ଫେଡରର (୨୦୧୯ରେ ବାସେଲରେ, ୩୮ ବର୍ଷ ୮୦ ଦିନ ବୟସ) ଏବଂ ରଫୋଲ ନାଡାଲ (୨୦୨୪ରେ ସ୍ବିଡେନ ଓପନଠାରେ, ୩୮ ବର୍ଷ ଓ ୪୮ ଦିନ ବୟସରେ)। ଫ୍ରେଞ୍ଚମ୍ୟାନ ମନଫିଲ୍ସ ତାଙ୍କ ୩୫ତମ ଏଟିପି ଟୁର୍‌ ଫାଇନାଲ ସହ ଅକଲାଣ୍ଡରେ ଏକ ନୂଆ ରେକର୍ଡ ପ୍ରତିଷ୍ଠା କରିଛନ୍ତି। ସେ ଜାନ୍‌-ଲେନାର୍ଡ ଷ୍ଟଫ୍‌ଙ୍କୁ ହରାଇ କ୍ୱାର୍ଟରଫାଇନାଲରେ ପ୍ରବେଶ କଲେ ପ୍ରଫେଶନାଲ ଯୁଗରେ ସବୁଠାରୁ ବୟସ୍କ ଖେଳାଳି ଭାବେ ଅକ୍‌ଲାଣ୍ଡରେ କ୍ୱାର୍ଟରଫାଇନାଲରେ ପ୍ରବେଶ କରି ଏହି ରେକର୍ଡ ପ୍ରତିଷ୍ଠା କରିଛନ୍ତି। ସେ ଆହୁରି ମଧ୍ୟ ଫାକୁଣ୍ଡୋ ଡିଆଜ୍‌ ଆକୋଷ୍ଟାଙ୍କୁ ୬-୩, ୬-୧ରେ ପରାସ୍ତ କରି ସବୁଠାରୁ ବୟସ୍କ ଖେଳାଳି ଭାବେ ସେମିଫାଇନାଲରେ ପ୍ରବେଶ କରିଥିଲେ। ଏହା ଥିଲା ତାଙ୍କର ୭୩ତମ ଏଟିପି ଟୁର୍‌ ସେମିଫାଇନାଲ। ତାଙ୍କଠାରୁ ଅଧିକ ଖେଳିଥିବା ଏକମାତ୍ର ଖେଳାଳି ହେଉଛନ୍ତି ନୋଭାକ୍‌ ଜୋକୋଭିଚ୍‌। ମନଫିଲ୍ସ ଶନିବାର ଫାଇନାଲରେ ବେଲଜିୟମର ଜିଜୋଉ ବଗର୍‌ସଙ୍କୁ ଭେଟିବେ।

The post ଅକ୍‌ଲାଣ୍ଡରେ ଗେଲ୍‌ ମନଫିଲ୍ସଙ୍କ ରେକର୍ଡ appeared first on Dharitri Odia News.