ଗଙ୍ଗାସାଗରରେ ବୁଡ଼ ପକାଇଲେ ୪୩ ଲକ୍ଷରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ

ଭୋଗରାଇ,୧୩ା୧(ପ୍ରଦୀପ ଦାସ): ପଶ୍ଚିମବଙ୍ଗ ଦକ୍ଷିଣ ୨୪ ଜିଲା ସାଗରଦୀପ ଗଙ୍ଗା ଓ ସାଗର ସଙ୍ଗମସ୍ଥଳରେ ରବିବାର ସୁଦ୍ଧା ୪୩ ଲକ୍ଷରୁ ଊର୍ଦ୍ଧ୍ୱ ତୀର୍ଥଯାତ୍ରୀ ସମବେତ ହୋଇଥିବାର ସୂଚନା ମିଳିଛି। କଡ଼ା ସୁରକ୍ଷା ମଧ୍ୟରେ ଲକ୍ଷାଧିକ ପୁଣ୍ୟାର୍ଥୀ ସମୁଦ୍ରରେ ମକର ବୁଡ଼ ଦେଇ ପ୍ରସିଦ୍ଧ କପିଳ ମୁନି ମନ୍ଦିରରେ ପୂଜାର୍ଚ୍ଚନା କରି ଘର ବାହୁଡା଼ ହୋଇଛନ୍ତି। ଜଳ, ସ୍ଥଳ ଓ ଆକାଶବାହିନୀକୁ ସଜାଗ ରଖାଯାଇଥିବା ବେଳେ ଆଗତ ଲକ୍ଷାଧିକ ତୀର୍ଥଯାତ୍ରୀ ଲଟ୍‌ ନଂ ୮, କାକଦୀପ, ନାମଖାନା ସ୍ଥାନରେ […] The post ଗଙ୍ଗାସାଗରରେ ବୁଡ଼ ପକାଇଲେ ୪୩ ଲକ୍ଷରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ appeared first on Dharitri Odia News.

ଗଙ୍ଗାସାଗରରେ ବୁଡ଼ ପକାଇଲେ ୪୩ ଲକ୍ଷରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ

ଭୋଗରାଇ,୧୩ା୧(ପ୍ରଦୀପ ଦାସ): ପଶ୍ଚିମବଙ୍ଗ ଦକ୍ଷିଣ ୨୪ ଜିଲା ସାଗରଦୀପ ଗଙ୍ଗା ଓ ସାଗର ସଙ୍ଗମସ୍ଥଳରେ ରବିବାର ସୁଦ୍ଧା ୪୩ ଲକ୍ଷରୁ ଊର୍ଦ୍ଧ୍ୱ ତୀର୍ଥଯାତ୍ରୀ ସମବେତ ହୋଇଥିବାର ସୂଚନା ମିଳିଛି। କଡ଼ା ସୁରକ୍ଷା ମଧ୍ୟରେ ଲକ୍ଷାଧିକ ପୁଣ୍ୟାର୍ଥୀ ସମୁଦ୍ରରେ ମକର ବୁଡ଼ ଦେଇ ପ୍ରସିଦ୍ଧ କପିଳ ମୁନି ମନ୍ଦିରରେ ପୂଜାର୍ଚ୍ଚନା କରି ଘର ବାହୁଡା଼ ହୋଇଛନ୍ତି। ଜଳ, ସ୍ଥଳ ଓ ଆକାଶବାହିନୀକୁ ସଜାଗ ରଖାଯାଇଥିବା ବେଳେ ଆଗତ ଲକ୍ଷାଧିକ ତୀର୍ଥଯାତ୍ରୀ ଲଟ୍‌ ନଂ ୮, କାକଦୀପ, ନାମଖାନା ସ୍ଥାନରେ ଭିଡ଼ ଜମାଇଛନ୍ତି। କଚୁବେଡିଆ-ଗଙ୍ଗାସାଗର ୨୯ କି. ମି. ରାସ୍ତାରେ ୨୪ ଘଣ୍ଟିଆ ଯାତ୍ରୀବାହୀ ବସ୍‌ ସେବା ଯୋଗାଇ ଦିଆଯାଇଥିବା ବେଳେ ରାସ୍ତାର ଦୁଇ ପାର୍ଶ୍ୱରେ ବିଦ୍ୟୁତ ଆଲୋକ ସଂଯୋଗ କରାଯାଇଛି।

ଲଟ ନଂ ୮, କଚୁ ବେଡିଆ, ନାମଖାନା-ଚେମାଗଡି ମୁଡିଗଙ୍ଗା ନଦୀରେ ଭୂତଳ ପରିବହନ ଭେସେଲ ଯାତ୍ରୀ ପରିବହନ ସେବା ଚାଲୁରହିଛି। କପିଳମୁନି ମନ୍ଦିର, ଶଙ୍କରାଚାର୍ଯ୍ୟ ଆଶ୍ରମ, ଭାରତ ସେବାଶ୍ରମ ସଂଘ ସହ ବହୁ ମନ୍ଦିର ଓ ଆଶ୍ରମଗୁଡିକ ବିଦ୍ୟୁତ୍‌ ରଙ୍ଗୀନ ଆଲୋକ ମାଳାରେ ସଜ୍ଜିତ କରାଯାଇଛି। ହଜାର ହଜାର ସ୍ବେଚ୍ଛାସେବୀ କର୍ମୀ ମେଳାରେ ସ୍ବଚ୍ଛତା ରଖିବା ନିମନ୍ତେ ପରିଷ୍କାର ପରିଚ୍ଛନ୍ନତା ଓ ଅସୁସ୍ଥ ହୋଇପଡୁଥିବା ରୋଗୀଙ୍କୁ ଅସ୍ଥାୟୀ ହାସପାତାଳକୁ ଚିକତ୍ସା ନିମନ୍ତେ ଆମ୍ବୁଲାନ୍ସ ଯୋଗେ ପଠାଉଛନ୍ତି।

ରବିବାର ଗୋବର୍ଦ୍ଧନ ପୀଠର ଜଗତଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ ସହିତ ଆଦିତ୍ୟ ବାହିନୀ ଗଙ୍ଗାସାଗରରେ ପହଞ୍ଚିଛନ୍ତି। ସୋମବାର ଶଙ୍କରାଚାର୍ଯ୍ୟ ସମସ୍ତ ଖବରଦାତାଙ୍କୁ ନେଇ ଏକ ଖବରଦାତା ସମ୍ମିଳନୀ କରିବେ ବୋଲି ସୂଚନା ମିଳିଛି। ୧୪ରୁ ୧୫ ତାରିଖ ସକାଳ ପର୍ଯ୍ୟନ୍ତ ମାହେନ୍ଦ୍ର ବେଳାରେ ମକରବୁଡ଼ ଦେବାଲାଗି ଓଡିଶାରୁ ଲକ୍ଷାଧିକ ପୁଣ୍ୟାର୍ଥୀ ଆସୁଥିବାର ସୂଚନା ମିଳିଛି। କପିଳମୁନି ମନ୍ଦିର ଉତ୍ତର ଓ ପୂର୍ବ ପାର୍ଶ୍ୱରେ ଶତାଧିକ ନାଗା ସନ୍ନ୍ୟାସୀ ଆସ୍ଥାନ ଜମାଇଥିବାବେଳେ ମେଳା ଜମିଉଠିଛି। ମେଳାରେ ତୀର୍ଥଯାତ୍ରୀଙ୍କ ସମସ୍ତ ପ୍ରକାର ସାହାଯ୍ୟ ଓ ସହଯୋଗ ନିମନ୍ତେ ସାଗରବନ୍ଧୁ ନାମିତ ସାମାଜିକ ଅନୁଷ୍ଠାନର ସହସ୍ରାଧିକ କର୍ମୀ କାର୍ଯ୍ୟ କରୁଛନ୍ତି। ପ୍ରସିଦ୍ଧ ମେଳାରେ ୧୨ ଜଣ ବଙ୍ଗ ମନ୍ତ୍ରୀ ଶାନ୍ତି ଶୃଙ୍ଖଳା ଦାୟିତ୍ୱରେ ରହି ମେଳା ପରିଚାଳନା କରୁଥିବାବେଳେ ତୀର୍ଥଯାତ୍ରୀଙ୍କ ସକାଶେ ଓଡ଼ିଆ ସମେତ ୮ଟି ଆଞ୍ଚଳିକ ଭାଷାରେ ପୁଣ୍ୟାର୍ଥୀମାନଙ୍କୁ ଡାକବାଜି ଯନ୍ତ୍ରରେ ସୂଚନା ଦିଆଯାଉଛି। ଅଦ୍ୟାବଧି ମେଳାରେ ୟୁପିର ଅଭେସ ତିଓ୍ବାରୀ( ୫ ୯) ନାମକ ଶ୍ରଦ୍ଧାଳୁ ମୃତ୍ୟୁ ହୋଇଥିବାର ଖବରଦାତା ସମ୍ମିଳନୀରେ ଜିଲାପାଳ ସୁମିତ ଗୁପ୍ତା ସୂଚନା ଦେଇଛନ୍ତି।

The post ଗଙ୍ଗାସାଗରରେ ବୁଡ଼ ପକାଇଲେ ୪୩ ଲକ୍ଷରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ appeared first on Dharitri Odia News.