ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର: ବନ୍ଧା ହେଲେ ବୃଦ୍ଧ
ତିହିଡି,୧।୩(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ଥାନା ଅଞ୍ଚଳର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର କରାଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଛାତ୍ରୀଙ୍କ ବାପା ଗୁରୁବାର ଏନେଇ ତିହିଡ଼ି ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା (ନଂ.୮୦/୨୪) ରୁଜୁ କରି ଅଭିଯୁକ୍ତ ମହରମପୁର ଗ୍ରାମର ଜଣେ ବୃଦ୍ଧଙ୍କୁ ଶୁକ୍ରବାର ଗିରଫ କରିଛି। ଅଭିଯୁକ୍ତ ହେଲେ କାଳନ୍ଦୀ ପଶୁପାଳକ(୬୩)। ଅଭିଯୋଗ ଅନୁଯାୟୀ, କାଳନ୍ଦୀ ଗତ ୨ମାସ ହେଲା ଚକୋଲେଟ ପ୍ରଲୋଭନ ଦେଖାଇ ନାବାଳିକାଙ୍କ ସହ […] The post ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର: ବନ୍ଧା ହେଲେ ବୃଦ୍ଧ appeared first on Dharitri Odia News.
ତିହିଡି,୧।୩(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ଥାନା ଅଞ୍ଚଳର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର କରାଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଛାତ୍ରୀଙ୍କ ବାପା ଗୁରୁବାର ଏନେଇ ତିହିଡ଼ି ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା (ନଂ.୮୦/୨୪) ରୁଜୁ କରି ଅଭିଯୁକ୍ତ ମହରମପୁର ଗ୍ରାମର ଜଣେ ବୃଦ୍ଧଙ୍କୁ ଶୁକ୍ରବାର ଗିରଫ କରିଛି। ଅଭିଯୁକ୍ତ ହେଲେ କାଳନ୍ଦୀ ପଶୁପାଳକ(୬୩)।
ଅଭିଯୋଗ ଅନୁଯାୟୀ, କାଳନ୍ଦୀ ଗତ ୨ମାସ ହେଲା ଚକୋଲେଟ ପ୍ରଲୋଭନ ଦେଖାଇ ନାବାଳିକାଙ୍କ ସହ ସମ୍ପର୍କ ରଖିବାକୁ ଉଦ୍ୟମ ଚଳାଇଥିଲେ। ଏପରିକି ତାଙ୍କୁ ଅସଦାଚରଣ କରିବାକୁ ମଧ୍ୟ ସେ ଉଦ୍ୟମ କରିଥିଲେ। ହେଲେ କାଳନ୍ଦୀ ଛାତ୍ରୀଙ୍କୁ ଡାକିନେଇ ବଳାତ୍କାର କରିଥିଲେ। ନାବାଳିକା ଘଟଣା ସମ୍ପର୍କରେ ପରିବାର ଲୋକଙ୍କୁ ଜଣାଇବା ପରେ ବାପା ଥାନାରେ ଏତଲା ଦେଇଛନ୍ତି। ପୋଲିସ ଅଭିଯୁକ୍ତ କାଳନ୍ଦୀଙ୍କୁ ଡାକ୍ତରୀ ପରୀକ୍ଷା ପରେ କୋର୍ଟ ଚାଲାଣ କରିଛି।
The post ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର: ବନ୍ଧା ହେଲେ ବୃଦ୍ଧ appeared first on Dharitri Odia News.