ଟିକେଟ ମିଳିଲାନି, କାନ୍ଦିଲେ ଭାଜପାର ପୂର୍ବ ବିଧାୟକ

ନୂଆଦିଲ୍ଲୀ,୬।୯: ଭାଜପାର ପୂର୍ବତନ ବିଧାୟକ ଶଶୀ ରଞ୍ଜନ ପରମାରଙ୍କୁ ହରିୟାଣା ବିଧାନସଭା ନିର୍ବାଚନରେ ଟିକେଟ ନ ମିଳି ନ ଥିବାରୁ ଶୁକ୍ରବାର ସେ କାନ୍ଦି ପକାଇଛନ୍ତି। ପୂର୍ବରୁ ଭିଓ୍ବାନୀ ଓ ତୋଶମ୍‌ ଆସନରୁ ପ୍ରତିନିଧିତ୍ୱ କରିଥିବା ପରମାର ଏକ ଟିଭି ଇଣ୍ଟରଭ୍ୟୁ ବେଳେ କହିଛନ୍ତି, ପ୍ରାର୍ଥୀ ତାଲିକାରେ ମୋ ନାମ ଆସବ ବୋଲି ଆଶା କରିଥିଲି। କିନ୍ତୁ ଦଳ ସୁଯୋଗ ଦେଲାନାହିଁ। ମୁଁ ଏବେ କ’ଣ କରିବି। କେବଳ ପରମାର ନୁହନ୍ତି, ଭାଜପାର ଅନେକ ବରିଷ୍ଠ ନେତା […] The post ଟିକେଟ ମିଳିଲାନି, କାନ୍ଦିଲେ ଭାଜପାର ପୂର୍ବ ବିଧାୟକ appeared first on Dharitri Odia News.

ଟିକେଟ ମିଳିଲାନି, କାନ୍ଦିଲେ ଭାଜପାର ପୂର୍ବ ବିଧାୟକ

ନୂଆଦିଲ୍ଲୀ,୬।୯: ଭାଜପାର ପୂର୍ବତନ ବିଧାୟକ ଶଶୀ ରଞ୍ଜନ ପରମାରଙ୍କୁ ହରିୟାଣା ବିଧାନସଭା ନିର୍ବାଚନରେ ଟିକେଟ ନ ମିଳି ନ ଥିବାରୁ ଶୁକ୍ରବାର ସେ କାନ୍ଦି ପକାଇଛନ୍ତି। ପୂର୍ବରୁ ଭିଓ୍ବାନୀ ଓ ତୋଶମ୍‌ ଆସନରୁ ପ୍ରତିନିଧିତ୍ୱ କରିଥିବା ପରମାର ଏକ ଟିଭି ଇଣ୍ଟରଭ୍ୟୁ ବେଳେ କହିଛନ୍ତି, ପ୍ରାର୍ଥୀ ତାଲିକାରେ ମୋ ନାମ ଆସବ ବୋଲି ଆଶା କରିଥିଲି। କିନ୍ତୁ ଦଳ ସୁଯୋଗ ଦେଲାନାହିଁ। ମୁଁ ଏବେ କ’ଣ କରିବି।

କେବଳ ପରମାର ନୁହନ୍ତି, ଭାଜପାର ଅନେକ ବରିଷ୍ଠ ନେତା ଏଥର ଟିକେଟ ଆଶାୟୀ ଥିଲେ। ଟିକେଟ ନ ମିଳିବାରୁ ସେମାନଙ୍କ ପ୍ରତିକ୍ରିୟା ଆସିବାରେ ଲାଗିଛି। ହରିୟାଣା ଓବିସି ମୋର୍ଚ୍ଚା ନେତା ତଥା ପୂର୍ବତନ ମନ୍ତ୍ରୀ କରଣ ନେଦ କମ୍ବୋଜଙ୍କୁ ଦଳ ଟିକେଟ ଦେଇ ନ ଥିବାରୁ ସେ ଏକ ସଭାରେ ମୁଖ୍ୟମନ୍ତ୍ରୀ ନାୟାବ ସିଂ ସାଇନିଙ୍କ ସହ ହାତ ମିଳାଇବାକୁ ମନା କରିଦେଇଛନ୍ତି। ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

The post ଟିକେଟ ମିଳିଲାନି, କାନ୍ଦିଲେ ଭାଜପାର ପୂର୍ବ ବିଧାୟକ appeared first on Dharitri Odia News.