୧୮ ମାର୍ଚ୍ଚରେ ପଡିଆରୁ ଯାଇଥିଲେ ଷ୍ଟ୍ରେଚରରେ, ୨୨ ମାର୍ଚ୍ଚରେ ମାତ୍ର ୧୦ ବଲ୍ରେ ନେଲେ ୪ ଓ୍ବିକେଟ୍
ନୂଆଦିଲ୍ଲୀ ୨୩।୦୩: ୧୮ ମାର୍ଚ୍ଚରେ ବିଗିଡି ଯାଇଥିଲା ସ୍ବାସ୍ଥ୍ୟ ଅବସ୍ଥା । ସ୍ଥିତି ଏପରି ହୋଇଥିଲା କି ପଡିଆରୁ ଷ୍ଟ୍ରେଚରରେ ନେବାକୁ ପଡିଥିଲା । କିନ୍ତୁ ଏହାର ମାତ୍ର ୪ ଦିନ ପରେ ବଡ ବଡ ବ୍ୟାଟରଙ୍କ ପାଇଁ ହୋଇଛନ୍ତି ଘାତକ । ପଡିଆରେ ତାଙ୍କ ବୋଲିଂର ସାମ୍ନା କରିପାରିନାହାନ୍ତି ଦିଗ୍ଡଜ ବ୍ୟାଟର । ମାତ୍ର ୧୦ଟି ବଲରେ ବିପକ୍ଷ ଟିମ୍ର ଟପ୍ ଅର୍ଡରକୁ କରି ଦେଇଛନ୍ତି ଧ୍ବସଂବିଧ୍ବସଂ । ଆଇପିଏଲ୍ ୨୦୨୪ର ପ୍ରଥମ ଦିନରେ ହିଁ ଆରସିବି ପାଇଁ ପାଲଟିଥିଲା କାଳ । ଆଉ ପୁରା ମ୍ୟାଚ୍ରେ ନେଇଥିଲେ ୪ଟି ଓ୍ବିକେଟ୍ । ଆଉ ହୋଇଛନ୍ତି ମ୍ୟାନ୍ ଅଫ୍ ଦି ମ୍ୟାଚ୍ । ଏହି ବୋଲର୍ ହେଉଛନ୍ତି ୨୮ ବର୍ଷିୟ ବାଂଲାଦେଶ ବୋଲର୍ ମୁସ୍ତାଫିଜୁର ରେହମାନ । ମାର୍ଚ୍ଚ ୧୮ରେ ବାଂଲାଦେଶ ଏବଂ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ତୃତୀୟ ଦିନିକିଆ ସିରିଜ । ଏହି ମ୍ୟାଚ୍ରେ ମୁସ୍ତାଫିଜୁର ତାଙ୍କର ପ୍ରଥମ ମ୍ୟାଚ୍ ଖେଳୁଥିଲେ । ଏହି ମ୍ୟାଚରେ ମୁସ୍ତାଫିଜୁର ୯ ଓଭର ବୋଲିଂ କରି ଦେଇଥିଲେ ମାତ୍ର ୩୯ ରନ୍ । କିନ୍ତୁ ୧୦ମ ଓଭର ପୂର୍ବରୁ ତାଙ୍କ ବୋଲିଂ ହାତରେ କିଛି ଅସୁବିଧା ହୋଇଥିଲା, ସେ ପେଟକୁ ଧରି ତଳେ ମଧ୍ୟ ପଡିଯାଇଥିଲେ । ମୁସ୍ତାଫିଜୁରଙ୍କ ଅବସ୍ଥା ଏପରି ଥିଲା ଯେ ସେ ଚାଲିପାରି ନଥିଲେ । ଏଥିପାଇଁ ତାଙ୍କୁ ପଡିଆରୁ ଷ୍ଟ୍ରେଚରରେ ନେବାକୁ ପଡିଥିଲା । କୁହାଯାଉଥିଲା କି ପିଚ୍ରେ ଅତ୍ୟଧିକ ଗରମ ଯୋଗୁଁ ତାଙ୍କର ଏପରି ସ୍ଥିତି ହୋଇଥିଲା । କିନ୍ତୁ ଏହ
ନୂଆଦିଲ୍ଲୀ ୨୩।୦୩: ୧୮ ମାର୍ଚ୍ଚରେ ବିଗିଡି ଯାଇଥିଲା ସ୍ବାସ୍ଥ୍ୟ ଅବସ୍ଥା । ସ୍ଥିତି ଏପରି ହୋଇଥିଲା କି ପଡିଆରୁ ଷ୍ଟ୍ରେଚରରେ ନେବାକୁ ପଡିଥିଲା । କିନ୍ତୁ ଏହାର ମାତ୍ର ୪ ଦିନ ପରେ ବଡ ବଡ ବ୍ୟାଟରଙ୍କ ପାଇଁ ହୋଇଛନ୍ତି ଘାତକ । ପଡିଆରେ ତାଙ୍କ ବୋଲିଂର ସାମ୍ନା କରିପାରିନାହାନ୍ତି ଦିଗ୍ଡଜ ବ୍ୟାଟର । ମାତ୍ର ୧୦ଟି ବଲରେ ବିପକ୍ଷ ଟିମ୍ର ଟପ୍ ଅର୍ଡରକୁ କରି ଦେଇଛନ୍ତି ଧ୍ବସଂବିଧ୍ବସଂ ।

ଆଇପିଏଲ୍ ୨୦୨୪ର ପ୍ରଥମ ଦିନରେ ହିଁ ଆରସିବି ପାଇଁ ପାଲଟିଥିଲା କାଳ । ଆଉ ପୁରା ମ୍ୟାଚ୍ରେ ନେଇଥିଲେ ୪ଟି ଓ୍ବିକେଟ୍ । ଆଉ ହୋଇଛନ୍ତି ମ୍ୟାନ୍ ଅଫ୍ ଦି ମ୍ୟାଚ୍ । ଏହି ବୋଲର୍ ହେଉଛନ୍ତି ୨୮ ବର୍ଷିୟ ବାଂଲାଦେଶ ବୋଲର୍ ମୁସ୍ତାଫିଜୁର ରେହମାନ । ମାର୍ଚ୍ଚ ୧୮ରେ ବାଂଲାଦେଶ ଏବଂ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ତୃତୀୟ ଦିନିକିଆ ସିରିଜ । ଏହି ମ୍ୟାଚ୍ରେ ମୁସ୍ତାଫିଜୁର ତାଙ୍କର ପ୍ରଥମ ମ୍ୟାଚ୍ ଖେଳୁଥିଲେ । ଏହି ମ୍ୟାଚରେ ମୁସ୍ତାଫିଜୁର ୯ ଓଭର ବୋଲିଂ କରି ଦେଇଥିଲେ ମାତ୍ର ୩୯ ରନ୍ ।

କିନ୍ତୁ ୧୦ମ ଓଭର ପୂର୍ବରୁ ତାଙ୍କ ବୋଲିଂ ହାତରେ କିଛି ଅସୁବିଧା ହୋଇଥିଲା, ସେ ପେଟକୁ ଧରି ତଳେ ମଧ୍ୟ ପଡିଯାଇଥିଲେ । ମୁସ୍ତାଫିଜୁରଙ୍କ ଅବସ୍ଥା ଏପରି ଥିଲା ଯେ ସେ ଚାଲିପାରି ନଥିଲେ । ଏଥିପାଇଁ ତାଙ୍କୁ ପଡିଆରୁ ଷ୍ଟ୍ରେଚରରେ ନେବାକୁ ପଡିଥିଲା । କୁହାଯାଉଥିଲା କି ପିଚ୍ରେ ଅତ୍ୟଧିକ ଗରମ ଯୋଗୁଁ ତାଙ୍କର ଏପରି ସ୍ଥିତି ହୋଇଥିଲା । କିନ୍ତୁ ଏହାର ୪ ଦିନ ପରେ କମାଲ୍ କରିଛନ୍ତି ମୁସ୍ତାଫିଜୁର ରେହମାନ ।

ଉଦ୍ଘାଟନୀ ମ୍ୟାଚରେ ଆକ୍ସନ୍ ମୁଡ୍ରେ ରହି ବିଜୟ ହାସଲ କରିଛି CSK । ପ୍ରଥମ ମ୍ୟାଚ୍ରେ ମୁହାଁମୁହିଁ ହୋଇଥିଲେ CSK ଓ RCB । ଟସ୍ ଜିତି ପ୍ରଥମ ବ୍ୟାଟିଙ୍ଗ୍ ନିଷ୍ପତି ନେଇଥିଲା RCB । ପ୍ରଥମ ୪ ଓଭରରେ ନିଜ ନିଷ୍ପତ୍ତିକୁ ସଠିକ୍ ପ୍ରମାଣିତ କରିଥିଲେ କ୍ୟାପଟେନ୍ ଫାଫ୍ ଡୁପ୍ଲେସିସ୍ । ୪ ଓଭରରେ ବିନା ଅସୁବିଧାରେ ଆରସିବି ୩୭ ରନ୍ କରିଥିଲେ ।

କିନ୍ତୁ ଏହି ସମୟରେ ବୋଲିଂ ପାଇ ପଡିଆକୁ ଓହ୍ଲାଇଥିଲେ ସିଏସ୍କେର ୨୮ ବର୍ଷୀୟ ବ୍ୟାଟର । ପଞ୍ଚମ ଓଭରେ ବୋଲିଂ ଆରମ୍ଭ କରିଥିଲେ ମୁସ୍ତାଫିଜୁର ରହମାନ । ଓଭରର ପ୍ରଥମ ବଲ୍ ଡଟ୍ ରହିଥିଲା । ମୁସ୍ତାଫିଜୁରଙ୍କ ୨ୟ ବଲ୍ରେ ଏକ୍ସଟ୍ରା ଧ୍ୟାନ ଦେଇ ଛକା ମାରିଥିଲେ ଡୁପ୍ଲେସିସ୍ । ଏହାପର ବଲ୍କୁ ସାମ୍ନା କରିପାରିନଥିଲେ ଡୁପ୍ଲେସିସ୍ । ରଚିନ୍ ରିବୀନ୍ଦ୍ରଙ୍କ କ୍ୟାଚ୍ରେ ଆଉଟ୍ରେ ପ୍ୟାଭିଲିୟନ୍ ଫେରିଥିଲେ ଫାଫ୍ ଡୁପ୍ଲେସିସ୍ ।

ଏହାସହିତ ସିଏସ୍କେ ନେଇଥିଲା ଆରସିବିର ପ୍ରଥମ ଓ୍ବିକେଟ୍ । କିନ୍ତୁ ଏତିକିରେ ଅଟକି ନଥିଲେ ମୁସ୍ତାଫିଜୁର । ପରବର୍ତ୍ତୀ ବଲ୍ରେ ସେ ପୂର୍ବ ଅପେକ୍ଷା ୯ କିଲୋମିଟର ଦ୍ରୁତ ଗତିରେ ପକାଇଥିଲେ ବଲ୍ । ଓଭରର ପଞ୍ଚମ ବଲ ପୁଣି ଡଟ୍ ହୋଇଥିଲା । କିନ୍ତୁ ମୁସ୍ତାଫିଜରଙ୍କ ଓଭରର ଶେଷ ବଲ୍ରେ ଧୋନୀଙ୍କ କ୍ୟାଚ୍ର ଶିକାର ହୋଇଥିଲେ ପାଟିଦାର ।

ନିଜର ପ୍ରଥମ ଓଭରରେ ଆରସିବିର ୨ଟି ଓ୍ବିକେଟ୍ ନେଇଥିଲେ ମୁସ୍ତାଫିଜୁର । ଏହାପରେ ୧୨ତମ ଓଭରରେ ବୋଲିଂର ଚାନ୍ସ ପାଇଥିଲେ ମୁସ୍ତାଫିଜୁର । ଆଉ ଏହି ୧୨ତମ ଓଭରରେ କୋହଲି ଏବଂ କାମେରନ୍ ଗ୍ରୀନଙ୍କୁ ଆଉଟ୍ କରିଥିଲେ । ମୁସ୍ତାଫିଜୁର ରହମାନ ମାତ୍ର ୧୦ଟି ବଲରେ ଆରସିବିର ଟପ୍ ଅର୍ଡରକୁ ଧ୍ବସଂବିଧ୍ବସଂ କରି ଦେଇଥିଲେ । ନିଜର ଘାତକ ବୋଲିଂ ଯୋଗୁଁ ସେ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ହୋଇଛନ୍ତି ।