ବାବର ଆଜମଙ୍କୁ ପଛରେ ପକାଇଲେ ଭାରତୀୟ କ୍ରିକେଟର, ବନିଗଲେ ନମ୍ୱର-୧ ବ୍ୟାଟର
ନୂଆଦିଲ୍ଲୀ ୧୯/୦୨: ଟିମ୍ ଇଣ୍ଡିଆର ଷ୍ଟାର ଓପନର ଶୁଭମନ ଗିଲ୍ । ଏବେ ସେ ବିଶ୍ୱର ଏକ ନମ୍ୱର ବ୍ୟାଟ୍ସମ୍ୟାନ୍ । କ୍ୟାରିୟରରେ ପ୍ରଥମ ଥର ପାଇଁ ODI ରାଙ୍କିଙ୍ଗରେ ଶୀର୍ଷ ସ୍ଥାନ ହାସଲ କରିଛନ୍ତି । ସେ ସଦ୍ୟତମ ICC ରାଙ୍କିଙ୍ଗରେ ନମ୍ବର ୧ ହୋଇଛନ୍ତି । ପାକିସ୍ତାନର ଷ୍ଟାର ବ୍ୟାଟସମ୍ୟାନ୍ ବାବର ଆଜମଙ୍କୁ ପଛରେ ପକାଇଛନ୍ତି । ଶୁଭମନ ଗିଲ ୭୯୬ ରେଟିଂ ପଏଣ୍ଟ ସହିତ ନମ୍ବର ୧ ସ୍ଥାନ ହାସଲ କରିଥିବାବେଳେ ବାବର ଆଜାମ ୭୭୩ ରେଟିଂ ପଏଣ୍ଟ ସହିତ ଦ୍ୱିତୀୟ ସ୍ଥାନକୁ ଖସିଛନ୍ତି । ବାବର ଆଜମ ନ୍ୟୁଜିଲାଣ୍ଡ ଏବଂ ଦକ୍ଷିଣ ଆଫ୍ରିକା ବିପକ୍ଷ ତିନିଟିକିଆ ସିରିଜରେ ଭଲ ପ୍ରଦର୍ଶନ କରିନଥିଲେ । ଯେଉଁଥିପାଇଁ ତାଙ୍କ ଫର୍ମ ଖରାପ ହେତୁ ତାଙ୍କ ପୋଜିସନ ତଳକୁ ଖସିଥିଲା । ଅନ୍ୟପକ୍ଷରେ, ଶୁଭମନ ଗିଲ ଇଂଲଣ୍ଡ ବିପକ୍ଷ ODI ସିରିଜରେ ଚମତ୍କାର ପ୍ରଦର୍ଶନ କରିଥିଲେ । ଯେଉଁଥିରେ ସେ ୨ ଟି ଅର୍ଦ୍ଧଶତକ ଏବଂ ଗୋଟିଏ ଶତକ ଥିଲା ।ଶୁଭମନ ଗିଲ ୧ ନମ୍ବର: ଶୁଭମନ ଗିଲ ୨୦୧୯ ମସିହାରେ ଡେବ୍ୟୁ କରିଥିଲେ । ଏହି ଖେଳାଳି ଏପର୍ଯ୍ୟନ୍ତ କେବଳ ୫୦ଟି ODI ମ୍ୟାଚ୍ ଖେଳିଛନ୍ତି । ଏତେ କମ୍ ମ୍ୟାଚ୍ରେ ଏହି ଖେଳାଳି ନମ୍ବର ୧ ସ୍ଥାନରେ ପହଞ୍ଚିଛନ୍ତି । ଗିଲ୍ଙ୍କ ରେକର୍ଡ ତାଙ୍କୁ ODI ରାଙ୍କିଙ୍ଗର ଶୀର୍ଷରେ ପହଞ୍ଚାଇଛି । ଏହି ଖେଳାଳି ୬୦ ରୁ ଅଧିକ ହାରରେ ୨୫୮୭ ରନ କରିଛନ୍ତି । ଯେଉଁଥିରେ ଗିଲ୍ ୭ଟି ଶତକ ଏବଂ ୧୫ଟି ଅର୍ଦ୍ଧଶତକ ହାସଲ କରିଛନ୍ତି । ଗିଲ୍ ଏକଦ
ନୂଆଦିଲ୍ଲୀ ୧୯/୦୨: ଟିମ୍ ଇଣ୍ଡିଆର ଷ୍ଟାର ଓପନର ଶୁଭମନ ଗିଲ୍ । ଏବେ ସେ ବିଶ୍ୱର ଏକ ନମ୍ୱର ବ୍ୟାଟ୍ସମ୍ୟାନ୍ । କ୍ୟାରିୟରରେ ପ୍ରଥମ ଥର ପାଇଁ ODI ରାଙ୍କିଙ୍ଗରେ ଶୀର୍ଷ ସ୍ଥାନ ହାସଲ କରିଛନ୍ତି । ସେ ସଦ୍ୟତମ ICC ରାଙ୍କିଙ୍ଗରେ ନମ୍ବର ୧ ହୋଇଛନ୍ତି । ପାକିସ୍ତାନର ଷ୍ଟାର ବ୍ୟାଟସମ୍ୟାନ୍ ବାବର ଆଜମଙ୍କୁ ପଛରେ ପକାଇଛନ୍ତି । ଶୁଭମନ ଗିଲ ୭୯୬ ରେଟିଂ ପଏଣ୍ଟ ସହିତ ନମ୍ବର ୧ ସ୍ଥାନ ହାସଲ କରିଥିବାବେଳେ ବାବର ଆଜାମ ୭୭୩ ରେଟିଂ ପଏଣ୍ଟ ସହିତ ଦ୍ୱିତୀୟ ସ୍ଥାନକୁ ଖସିଛନ୍ତି ।
ବାବର ଆଜମ ନ୍ୟୁଜିଲାଣ୍ଡ ଏବଂ ଦକ୍ଷିଣ ଆଫ୍ରିକା ବିପକ୍ଷ ତିନିଟିକିଆ ସିରିଜରେ ଭଲ ପ୍ରଦର୍ଶନ କରିନଥିଲେ । ଯେଉଁଥିପାଇଁ ତାଙ୍କ ଫର୍ମ ଖରାପ ହେତୁ ତାଙ୍କ ପୋଜିସନ ତଳକୁ ଖସିଥିଲା । ଅନ୍ୟପକ୍ଷରେ, ଶୁଭମନ ଗିଲ ଇଂଲଣ୍ଡ ବିପକ୍ଷ ODI ସିରିଜରେ ଚମତ୍କାର ପ୍ରଦର୍ଶନ କରିଥିଲେ । ଯେଉଁଥିରେ ସେ ୨ ଟି ଅର୍ଦ୍ଧଶତକ ଏବଂ ଗୋଟିଏ ଶତକ ଥିଲା ।

ଶୁଭମନ ଗିଲ ୧ ନମ୍ବର:
ଶୁଭମନ ଗିଲ ୨୦୧୯ ମସିହାରେ ଡେବ୍ୟୁ କରିଥିଲେ । ଏହି ଖେଳାଳି ଏପର୍ଯ୍ୟନ୍ତ କେବଳ ୫୦ଟି ODI ମ୍ୟାଚ୍ ଖେଳିଛନ୍ତି । ଏତେ କମ୍ ମ୍ୟାଚ୍ରେ ଏହି ଖେଳାଳି ନମ୍ବର ୧ ସ୍ଥାନରେ ପହଞ୍ଚିଛନ୍ତି । ଗିଲ୍ଙ୍କ ରେକର୍ଡ ତାଙ୍କୁ ODI ରାଙ୍କିଙ୍ଗର ଶୀର୍ଷରେ ପହଞ୍ଚାଇଛି । ଏହି ଖେଳାଳି ୬୦ ରୁ ଅଧିକ ହାରରେ ୨୫୮୭ ରନ କରିଛନ୍ତି ।
ଯେଉଁଥିରେ ଗିଲ୍ ୭ଟି ଶତକ ଏବଂ ୧୫ଟି ଅର୍ଦ୍ଧଶତକ ହାସଲ କରିଛନ୍ତି । ଗିଲ୍ ଏକଦିବସୀୟ କ୍ରିକେଟରେ ଦ୍ୱିଶତକ ମଧ୍ୟ ମାରିଛନ୍ତି । ଗିଲ୍ ଏକଦିବସୀୟ ମ୍ୟାଚ୍ରେ ୨୫୦୦ ରନ୍ ପୂରଣ କରିବାରେ ସବୁଠାରୁ ଦ୍ରୁତତମ ଖେଳାଳି ମଧ୍ୟ । ଏହି କାରଣରୁ ଗିଲ୍ ନମ୍ବର ୧ ODI ବ୍ୟାଟସମ୍ୟାନ ହେବେ ବୋଲି ନିଷ୍ପତ୍ତି ନିଆଯାଇଥିଲା ।
ବାବର-ଗିଲ୍ ଚାମ୍ପିଅନ୍ସ ଟ୍ରଫିରେ ଟକ୍କର:
୨୦୨୩ ମସିହା ନଭେମ୍ବର ମାସରେ ଶୁଭମନ ଗିଲ୍ ମଧ୍ୟ ନମ୍ବର ୧ ଦିନିକିଆ ବ୍ୟାଟସମ୍ୟାନ ହୋଇଥିଲେ । କିନ୍ତୁ ବାବର ତାଙ୍କଠାରୁ ସେହି ସ୍ଥାନ ଛଡ଼ାଇ ନେଇଥିଲେ। ଏବେ ପୁଣି ଥରେ ଏହି ଖେଳାଳି ବାବରଙ୍କୁ ପରାସ୍ତ କରିବାରେ ସଫଳ ହୋଇଛନ୍ତି। ତଥାପି, ଏହି ରାଙ୍କିଂ ବଜାୟ ରଖିବାକୁ ହେଲେ, ଶୁଭମନ ଗିଲଙ୍କୁ ଚାମ୍ପିଅନ୍ସ ଟ୍ରଫିରେ ଭଲ ପ୍ରଦର୍ଶନ କରିବାକୁ ପଡିବ। ଏହି ଡାହାଣହାତୀ ବ୍ୟାଟସମ୍ୟାନ୍ ବର୍ତ୍ତମାନ ଚମତ୍କାର ଫର୍ମରେ ଅଛନ୍ତି । ଯଦି ସେ ଚାମ୍ପିଅନ୍ସ ଟ୍ରଫିରେ ବହୁତ ରନ କରନ୍ତି, ତେବେ ସେ ବାବରଙ୍କଠାରୁ ବହୁତ ଆଗକୁ ଯିବେ।
ODI ରାଙ୍କିଙ୍ଗରେ ୪ ଭାରତୀୟ:
ତେବେ ଗିଲ୍ଙ୍କ ପରେ ରାଙ୍କିଙ୍ଗରେ ୭୬୧ ପଏଣ୍ଟ ସହ ତତୃୀୟ ସ୍ଥାନରେ ରହିଛନ୍ତି ଟିମ୍ ଇଣ୍ଡିଆର କ୍ୟାପଟେନ୍ ରୋହିତ ଶର୍ମା । ୭୨୭ ପଏଣ୍ଟ ସହ ଟିମ୍ ଇଣ୍ଡିଆର ଷ୍ଟାର କ୍ରିକେଟର ବିରାଟ କୋହଲି ଅଛନ୍ତି ଷଷ୍ଠ ସ୍ଥାନରେ । ତେବେ ଦର୍ଶକଙ୍କ ପାଇଁ ଖୁସିର କଥା ହେଉଛି ICC ODI ରାଙ୍କିଙ୍ଗରେ ଭାରତର ୪ ଖେଳାଳି ଅଛନ୍ତି । ଯାହାକି ନିହାତି ଗୌରବର ବିଷୟ ।