ସାଲିଆ ସାହିରେ ପୁଣି ରେଡ୍: ଚୋରା ଦେଶୀ ମଦ ଭାଟି ଠାବ
ଭୁବନେଶ୍ୱର,୨୬।୮: ଗଞ୍ଜାମ ମଦମୃତ୍ୟୁ ପରଠାରୁ ଅବକାରୀ ବିଭାଗର ନିଦ ଭାଙ୍ଗିଛି। ରାଜଧାନୀ ଭୁବନେଶ୍ୱରରେ ଲଗାତର ଚଢ଼ାଉ ଜାରି ରହିଛି। ସୋମବାର କମିଶନରେଟ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ବେଆଇନ ଭାବେ ଦେଶୀ ମଦ ବ୍ରିକି କରୁଥିବା ବେଳେ ଦେଶୀ ମଦ ଜବତ କରିଛି। ଆଉ ଏକ ଚୋରା ଦେଶୀ ମଦ ଭାଟି ଠାବ କରାଯାଇଛି। ବିପୁଳ ପୋଚ ନଷ୍ଟ କରାଯାଇଛି। ଶନିବାର ୩ଟି ମଦ ଭାଟି ଠାବ ସହ ୫୦୦ ଲିଟର ମଦ ଜବତ ହୋଇଛି। […] The post ସାଲିଆ ସାହିରେ ପୁଣି ରେଡ୍: ଚୋରା ଦେଶୀ ମଦ ଭାଟି ଠାବ appeared first on Dharitri Odia News.
ଭୁବନେଶ୍ୱର,୨୬।୮: ଗଞ୍ଜାମ ମଦମୃତ୍ୟୁ ପରଠାରୁ ଅବକାରୀ ବିଭାଗର ନିଦ ଭାଙ୍ଗିଛି। ରାଜଧାନୀ ଭୁବନେଶ୍ୱରରେ ଲଗାତର ଚଢ଼ାଉ ଜାରି ରହିଛି। ସୋମବାର କମିଶନରେଟ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ବେଆଇନ ଭାବେ ଦେଶୀ ମଦ ବ୍ରିକି କରୁଥିବା ବେଳେ ଦେଶୀ ମଦ ଜବତ କରିଛି। ଆଉ ଏକ ଚୋରା ଦେଶୀ ମଦ ଭାଟି ଠାବ କରାଯାଇଛି। ବିପୁଳ ପୋଚ ନଷ୍ଟ କରାଯାଇଛି। ଶନିବାର ୩ଟି ମଦ ଭାଟି ଠାବ ସହ ୫୦୦ ଲିଟର ମଦ ଜବତ ହୋଇଛି।
ଏହାସହ ଏଥିରେ ସଂପୃକ୍ତ ଥିବା ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏନେଇ ଅବକାରୀ ଥାନାରେ ୭ ଟି ମାମଲା ରୁଜୁ କରାଯାଇ ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ସେହିପରି ଅପରାଧରେ ବ୍ୟବହୃତ ଏକ ସ୍କୁଟି ଗାଡିକୁ ମଧ୍ୟ ଜବତ କରିଛି। ତେବେ ବେଆଇନ ନିଶାକାରବାରରେ ଏହି ଧରପଗଡ ଅଭିଯାନ ଜାରି ରହିବ ବୋଲି ଅବକାରୀ ପକ୍ଷରୁ ସୂଚନା ଦିଆଯାଇଛି ।
The post ସାଲିଆ ସାହିରେ ପୁଣି ରେଡ୍: ଚୋରା ଦେଶୀ ମଦ ଭାଟି ଠାବ appeared first on Dharitri Odia News.