ଭାରତରେ ଆଉ ୪ ନୂଆ ଷ୍ଟୋର ଖୋଲିବ Apple, ଦେଶର ରିଟେଲ କ୍ଷେତ୍ରରେ ସ୍ଥିତି ମଜଭୁତ କରିବାକୁ କମ୍ପାନିର ଯୋଜନା

ନୂଆଦିଲ୍ଲୀ: ଭାରତରେ ଏହାର ଆଇଫୋନ୍‌ ବ୍ୟବସାୟକୁ ଲଗାତାର ବୃଦ୍ଧି କରୁଛି Apple । ଆଇଫୋନ୍ ନିର୍ମାଣ ଠାରୁ ଆରମ୍ଭ କରି ଏହାର ବିକ୍ରି ଉପରେ ବେଶ୍‌ ଗୁରୁତ୍ବ ଦେଉଛି କମ୍ପାନି। ଏମିତିକି କମ୍ପାନି ଆଇଫୋନ୍ ୧୬ ସିରିଜ୍‌ର ସମସ୍ତ ଫୋନ୍‌କୁ ଭାରତରେ ହିଁ ନିର୍ମାଣ କରିବା ଆରମ୍ଭ କରିଛି। ଏହାରି ମଧ୍ୟରେ ଆଉ ଏକ ବଡ଼ ଘୋଷଣା କରିଛି କମ୍ପାନି । ଘୋଷଣା ଅନୁଯାୟୀ, କମ୍ପାନି ଖୁବ୍‌ଶୀଘ୍ର ଭାରତରେ ଆଉ ୪ଟି ରିଟେଲ ଷ୍ଟୋର ଖୋଲିବ। ଏହି ଷ୍ଟୋର ସହ କମ୍ପାନି, ଭାରତର ରିଟେଲ କ୍ଷେତ୍ରରେ ନିଜର ସ୍ଥିତିକୁ ଆହୁରି ମଜଭୁତ କରିବ। ଆପଲର ଏହି ନୂଆ ୪ ଷ୍ଟୋର, ପୁଣେ, ବେଙ୍ଗାଲୁରୁ, ଦିଲ୍ଲୀ-ଏନସିଆର ଏବଂ ମୁମ୍ବାଇରେ ଖୋଲାଯିବ।ସୂଚନାଥାଉକି, ଆପଲ ୨୦୨୩ ଏପ୍ରିଲରେ ଭାରତରେ ଏହାର ପ୍ରଥମ ୨ଟି ଷ୍ଟୋର ଦିଲ୍ଲୀ ସକେତ ଏବଂ ମୁମ୍ବାଇର ବିକେସି ଠାରେ ଖୋଲିଥିଲା।ତେବେ ନୂଆ ଷ୍ଟୋରକୁ ନେଇ କମ୍ପାନି ଏକ ବିବୃତ୍ତିରେ କହିଛି, ‘କମ୍ପାନି ଖୁବ୍‌ ଶୀଘ୍ର ‘ମେଡ୍‌ ଇନ୍‌ ଇଣ୍ଡିଆ’ ଆଇଫୋନ ୧୬ ପ୍ରୋ ଏବଂ ଆଇଫୋନ ୧୬ ପ୍ରୋ ମ୍ୟାକ୍ସ ମଧ୍ୟ ଆଣିବ।’ ଆପଲ ରିଟେଲର ସିନିୟର ଭାଇସ ପ୍ରେସିଡେଣ୍ଟ ଡେୟରଡ୍ରେ ଓବ୍ରାଇନ କହିଛନ୍ତି ‘ ଆମେ ନୂଆ ଟିମ୍‌କୁ ନେଇ ବେଶ୍‌ ଖୁସି ଅଛୁ। ଆମେ ଭାରତରେ ଆଉ ଅଧିକ ଷ୍ଟୋର ଖୋଲିବାକୁ ଯୋଜନା କରୁଛୁ। ଦେଶରେ ଗ୍ରାହକଙ୍କ ଉତ୍ସାହ ଆମକୁ ପ୍ରେରିତ କରିଛି।’’ଆପଲ ୨୦୧୭ରୁ ଭାରତରେ ଆଇଫୋନ । ଅବଶ୍ୟ ପ୍ରାରମ୍ଭିକ ପର

ଭାରତରେ ଆଉ ୪ ନୂଆ ଷ୍ଟୋର ଖୋଲିବ Apple, ଦେଶର ରିଟେଲ କ୍ଷେତ୍ରରେ ସ୍ଥିତି ମଜଭୁତ କରିବାକୁ କମ୍ପାନିର ଯୋଜନା

ନୂଆଦିଲ୍ଲୀ: ଭାରତରେ ଏହାର ଆଇଫୋନ୍‌ ବ୍ୟବସାୟକୁ ଲଗାତାର ବୃଦ୍ଧି କରୁଛି Apple । ଆଇଫୋନ୍ ନିର୍ମାଣ ଠାରୁ ଆରମ୍ଭ କରି ଏହାର ବିକ୍ରି ଉପରେ ବେଶ୍‌ ଗୁରୁତ୍ବ ଦେଉଛି କମ୍ପାନି। ଏମିତିକି କମ୍ପାନି ଆଇଫୋନ୍ ୧୬ ସିରିଜ୍‌ର ସମସ୍ତ ଫୋନ୍‌କୁ ଭାରତରେ ହିଁ ନିର୍ମାଣ କରିବା ଆରମ୍ଭ କରିଛି। ଏହାରି ମଧ୍ୟରେ ଆଉ ଏକ ବଡ଼ ଘୋଷଣା କରିଛି କମ୍ପାନି । ଘୋଷଣା ଅନୁଯାୟୀ, କମ୍ପାନି ଖୁବ୍‌ଶୀଘ୍ର ଭାରତରେ ଆଉ ୪ଟି ରିଟେଲ ଷ୍ଟୋର ଖୋଲିବ। ଏହି ଷ୍ଟୋର ସହ କମ୍ପାନି, ଭାରତର ରିଟେଲ କ୍ଷେତ୍ରରେ ନିଜର ସ୍ଥିତିକୁ ଆହୁରି ମଜଭୁତ କରିବ। ଆପଲର ଏହି ନୂଆ ୪ ଷ୍ଟୋର, ପୁଣେ, ବେଙ୍ଗାଲୁରୁ, ଦିଲ୍ଲୀ-ଏନସିଆର ଏବଂ ମୁମ୍ବାଇରେ ଖୋଲାଯିବ।

ସୂଚନାଥାଉକି, ଆପଲ ୨୦୨୩ ଏପ୍ରିଲରେ ଭାରତରେ ଏହାର ପ୍ରଥମ ୨ଟି ଷ୍ଟୋର ଦିଲ୍ଲୀ ସକେତ ଏବଂ ମୁମ୍ବାଇର ବିକେସି ଠାରେ ଖୋଲିଥିଲା।ତେବେ ନୂଆ ଷ୍ଟୋରକୁ ନେଇ କମ୍ପାନି ଏକ ବିବୃତ୍ତିରେ କହିଛି, ‘କମ୍ପାନି ଖୁବ୍‌ ଶୀଘ୍ର ‘ମେଡ୍‌ ଇନ୍‌ ଇଣ୍ଡିଆ’ ଆଇଫୋନ ୧୬ ପ୍ରୋ ଏବଂ ଆଇଫୋନ ୧୬ ପ୍ରୋ ମ୍ୟାକ୍ସ ମଧ୍ୟ ଆଣିବ।’ ଆପଲ ରିଟେଲର ସିନିୟର ଭାଇସ ପ୍ରେସିଡେଣ୍ଟ ଡେୟରଡ୍ରେ ଓବ୍ରାଇନ କହିଛନ୍ତି ‘ ଆମେ ନୂଆ ଟିମ୍‌କୁ ନେଇ ବେଶ୍‌ ଖୁସି ଅଛୁ। ଆମେ ଭାରତରେ ଆଉ ଅଧିକ ଷ୍ଟୋର ଖୋଲିବାକୁ ଯୋଜନା କରୁଛୁ। ଦେଶରେ ଗ୍ରାହକଙ୍କ ଉତ୍ସାହ ଆମକୁ ପ୍ରେରିତ କରିଛି।’’

ଆପଲ ୨୦୧୭ରୁ ଭାରତରେ ଆଇଫୋନ । ଅବଶ୍ୟ ପ୍ରାରମ୍ଭିକ ପର୍ଯ୍ୟାୟରେ ଏହା ସୀମିତ ପରିମାଣରେ ତିଆରି କରାଯାଉଥିଲା। ୨୦୨୧ରେ ଭାରତରେ ନିର୍ମିତ ଆଇଫୋନ ୧୩ ବିଶ୍ବ ବଜାରକୁ ରପ୍ତାନୀ ହୋଇଥିଲା। ସେତେବେଳେ ଆଇଫୋନ୍‌ ୧୩ର ଲଞ୍ଚ ହେବାର କିଛି ମାସରେ ଏହା ଭାରତରେ ତିଆରି ହୋଇଥିଲା।  ଏହା ପରେ ୨୦୨୨ରେ ଆଇଫୋନ ୧୪ ଲଞ୍ଚ ହେବାର କିଛି ସପ୍ତାହ ମଧ୍ୟରେ ଭାରତରେ ଏହାର ନିର୍ମାଣ ହୋଇଥିଲା। କିନ୍ତୁ ୨୦୨୩ରେ ଆଇଫୋନ୍‌ ୧୫ ସିରିଜ୍‌ ଲଞ୍ଚ ସହ ପ୍ରଥମ ଥର ମେଡ୍‌ ଇନ୍‌ ଇଣ୍ଡିଆ ମଡେଲ ଗୋଟିଏ ଦିନରେ ହିଁ ଉପଲବ୍ଧ ହୋଇଥିଲା। ଅବଶ୍ୟ କିଛି ମଡେଲ ଭାରତରେ ନିର୍ମାଣ କରିପାରିନଥିଲା କମ୍ପାନି।  

କିନ୍ତୁ ଏବେ ୨୦୨୪ରେ ପ୍ରଥମ ଥର ଆପଲ ସବୁ ଆଇଫୋନ ସିରିଜକୁ ଭାରତରେ ନିର୍ମାଣ କରୁଛି। ଯେଉଁଥରେ ଟପ୍‌ ମଡେଲ ଆଇଫୋନ ୧୬ ପ୍ରୋ ଏବଂ ପ୍ରୋ ମ୍ୟାକ୍ସ ରହିଛି। ଆଉ ଏହା ଲଞ୍ଚ ଦିନ ଠାରୁ ହିଁ ଉପଲବ୍ଧ ହୋଇଛି। ବର୍ତ୍ତମାନ ଦେଶରେ କମ୍ପାନିର ୩ ହଜାର କର୍ମଚାରୀ ରହିଛନ୍ତି। ଯାହା ନୂଆ ଷ୍ଟୋର ସହ ଆଗକୁ ଆହୁରି ବଢ଼ିବ।