‘ଏବେ ବି ବାତ୍ୟା ଆଶ୍ରୟସ୍ଥଳୀରେ ୩୦ ହଜାର ଲୋକ, ୯୮ ପ୍ରତିଶତ ବିଦ୍ୟୁତ୍ ସଂଯୋଗ ସରିଛି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ସାମୁଦ୍ରିକ ଝଡ଼ ବାତ୍ୟା ଦାନା ଚାଲି ଯାଇଥିଲେ ବି ଏବେ ମଧ୍ୟ ୪୭୦ ବାତ୍ୟା ଆଶ୍ରୟସ୍ଥଳୀରେ ୩୦ ହଜାର ଲୋକ ଅଛନ୍ତି। ୬ ହଜାର ୨୧୦ ଆଶ୍ରୟସ୍ଥଳୀରେ ୮ ଲକ୍ଷରୁ ଅଧିକ ଲୋକ ଥିଲେ। ପାଣି ଛାଡ଼ିବା ପରେ ପ୍ରାୟ ସମସ୍ତେ ନିଜ ଘରକୁ ଫେରିଛନ୍ତି। କିଛି ଗାଁରେ ପାଣି ଛାଡ଼ି ନ ଥିବାରୁ ୩୦  ହଜାର ଲୋକ ଆଶ୍ରୟସ୍ଥଳୀରେ ଅଛନ୍ତି। ଆକାଶ ମାର୍ଗରୁ ବାତ୍ୟା କ୍ଷୟକ୍ଷତିର ସର୍ଭେ ଓ ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି।  ମୁଖ୍ୟମନ୍ତ୍ରୀ କହିଛନ୍ତି, ମୋଟ୍ ୨୨ ଲକ୍ଷ ୮୪ ହଜାର ଲୋକ ବିଦ୍ୟୁତ ସେବାରୁ ବିଚ୍ଛିନ୍ନ ହୋଇଥିଲେ। ଏବେ ସୁଦ୍ଧା ୨୨ ଲକ୍ଷ ୩୨ ହଜାର ଲୋକଙ୍କୁ ବିଦ୍ୟୁତ ସେବା ମିଳିଛି। ବିଦ୍ୟୁତ ବିଭାଗର ୭ ହଜାର କର୍ମଚାରୀ ପୁନରୁଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ବିଦ୍ୟୁତ ବିଭାଗର ୯୮ ପ୍ରତିଶତ କାମ ସରିଛି। ବାତ୍ୟା ପ୍ରଭାବିତ ୫୦ ହଜାର ଲୋକଙ୍କୁ ବିଦ୍ୟୁତ ଯୋଗାଯାଇ ପାରିନି।  ତଳିଆ ଅଞ୍ଚଳରେ ପାଣି ଜମିଥିବାରୁ ବିଦ୍ୟୁତ ଯୋଗାଣ ହୋଇ ପାରିନି।  ପାଣି ଭିତରେ ପଶି କେବୁଲ ତାର ବାହାରକୁ ଆଣିବା, ବିଦ୍ୟୁତ ପୋଲକୁ ଠିକ କରିବା କଠିନ କାମ ହେଉଛି। ଗାଁ ଲୋକେ ମଧ୍ୟ ସହଯୋଗ କରୁଛନ୍ତି। କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ଵର, ଯାଜପୁର, ମୟୂରଭଞ୍ଜ ୫ ଜିଲ୍ଲାର ୧୨ଟି ବ୍ଲକ ୮୮୦  ପଞ୍ଚାୟତର ୪୧୦୦ ଗାଁରେ ୨ ଲକ୍ଷ ୭୧ ହଜାର ୮୦୦ ଏକର ଚାଷଜମିରେ ଫସଲ କ୍ଷତି

‘ଏବେ ବି ବାତ୍ୟା ଆଶ୍ରୟସ୍ଥଳୀରେ ୩୦ ହଜାର ଲୋକ, ୯୮ ପ୍ରତିଶତ ବିଦ୍ୟୁତ୍ ସଂଯୋଗ ସରିଛି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ସାମୁଦ୍ରିକ ଝଡ଼ ବାତ୍ୟା ଦାନା ଚାଲି ଯାଇଥିଲେ ବି ଏବେ ମଧ୍ୟ ୪୭୦ ବାତ୍ୟା ଆଶ୍ରୟସ୍ଥଳୀରେ ୩୦ ହଜାର ଲୋକ ଅଛନ୍ତି। ୬ ହଜାର ୨୧୦ ଆଶ୍ରୟସ୍ଥଳୀରେ ୮ ଲକ୍ଷରୁ ଅଧିକ ଲୋକ ଥିଲେ। ପାଣି ଛାଡ଼ିବା ପରେ ପ୍ରାୟ ସମସ୍ତେ ନିଜ ଘରକୁ ଫେରିଛନ୍ତି। କିଛି ଗାଁରେ ପାଣି ଛାଡ଼ି ନ ଥିବାରୁ ୩୦  ହଜାର ଲୋକ ଆଶ୍ରୟସ୍ଥଳୀରେ ଅଛନ୍ତି। ଆକାଶ ମାର୍ଗରୁ ବାତ୍ୟା କ୍ଷୟକ୍ଷତିର ସର୍ଭେ ଓ ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି।  

ମୁଖ୍ୟମନ୍ତ୍ରୀ କହିଛନ୍ତି, ମୋଟ୍ ୨୨ ଲକ୍ଷ ୮୪ ହଜାର ଲୋକ ବିଦ୍ୟୁତ ସେବାରୁ ବିଚ୍ଛିନ୍ନ ହୋଇଥିଲେ। ଏବେ ସୁଦ୍ଧା ୨୨ ଲକ୍ଷ ୩୨ ହଜାର ଲୋକଙ୍କୁ ବିଦ୍ୟୁତ ସେବା ମିଳିଛି। ବିଦ୍ୟୁତ ବିଭାଗର ୭ ହଜାର କର୍ମଚାରୀ ପୁନରୁଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ବିଦ୍ୟୁତ ବିଭାଗର ୯୮ ପ୍ରତିଶତ କାମ ସରିଛି। ବାତ୍ୟା ପ୍ରଭାବିତ ୫୦ ହଜାର ଲୋକଙ୍କୁ ବିଦ୍ୟୁତ ଯୋଗାଯାଇ ପାରିନି।  ତଳିଆ ଅଞ୍ଚଳରେ ପାଣି ଜମିଥିବାରୁ ବିଦ୍ୟୁତ ଯୋଗାଣ ହୋଇ ପାରିନି।  ପାଣି ଭିତରେ ପଶି କେବୁଲ ତାର ବାହାରକୁ ଆଣିବା, ବିଦ୍ୟୁତ ପୋଲକୁ ଠିକ କରିବା କଠିନ କାମ ହେଉଛି। ଗାଁ ଲୋକେ ମଧ୍ୟ ସହଯୋଗ କରୁଛନ୍ତି। 

କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ଵର, ଯାଜପୁର, ମୟୂରଭଞ୍ଜ ୫ ଜିଲ୍ଲାର ୧୨ଟି ବ୍ଲକ ୮୮୦  ପଞ୍ଚାୟତର ୪୧୦୦ ଗାଁରେ ୨ ଲକ୍ଷ ୭୧ ହଜାର ୮୦୦ ଏକର ଚାଷଜମିରେ ଫସଲ କ୍ଷତିଗ୍ରସ୍ତ ହୋଇଛି। ଜଳ ନିଷ୍କାସନ ପରେ କ୍ଷେତ୍ରକୁ ଯାଇ ଆକଳନ କରାଯିବ।ସେହି ଆଧାରରେ ଚାଷୀଙ୍କୁ କ୍ଷତିପୂରଣ ମିଳିବ। ରାସ୍ତା ଗୁଡ଼ିକରୁ ଅବରୋଧ ହଟିଛି। ଏବେ ଗମନାଗମନରେ ଅସୁବିଧା ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। 

ଏହା ପୂର୍ବରୁ ଆଜି ଅପରାହ୍ଣରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅପରାହ୍ଣରେ ହେଲିକପ୍ଟର ଯୋଗେ ବାତ୍ୟା ପ୍ରଭାବିତ ଅଞ୍ଚଳଗୁଡିକ ପରିଦର୍ଶନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଆକାଶ ମାର୍ଗରୁ ପାରାଦୀପ, ମହାକାଳପଡା, ରାଜନଗର, ରାଜକନିକା ଓ ଚାନ୍ଦବାଲିର ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ ଅନୁଧ୍ୟାନ କରିଥିଲେ।  

ଆକାଶ ମାର୍ଗରୁ ପରିଦର୍ଶନ ପରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ସମ୍ପୃକ୍ତ ବିଭାଗକୁ କ୍ଷୟକ୍ଷତିର ତୁରନ୍ତ ଆକଳନ କରିବାରୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ଦ୍ବାରା ବାତ୍ୟା ଏବଂ ବନ୍ୟା କ୍ଷତିଗ୍ରସ୍ତଙ୍କୁ ଖୁବଶୀଘ୍ର ସହାୟତା ପ୍ରଦାନ କରାଯାଇ ପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ପରିଦର୍ଶନ ସମୟରେ ମୁଖ୍ୟମନ୍ତ୍ରୀଙ୍କ ସହିତ ରାଜସ୍ବ ଓ ବିପର୍ଯ୍ୟାୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏବଂ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଉପସ୍ଥିତ ଥିଲେ।

ଅନ୍ୟପଟେ ବାତ୍ୟା କ୍ଷୟକ୍ଷତିର ଚୁଡାନ୍ତ ରିପୋର୍ଟ ଦେବାକୁ ଜିଲ୍ଲାପାଳ ଓ ବିଭାଗୀୟ ସଚିବଙ୍କୁ ଚିଠି ଲେଖିଛନ୍ତି ଏସଆରସି। ବାତ୍ୟା ପ୍ରଭାବିତ ୧୪ ଜିଲ୍ଲାର ଜିଲ୍ଲାପାଳ ସେମାନଙ୍କ ଜିଲ୍ଲାରେ କେତେ କ୍ଷୟକ୍ଷତି ହୋଇଛି ତାର ଚୂଡାନ୍ତ ରିପୋର୍ଟ ନଭେମ୍ବର ୨ ତାରିଖ ସୁଦ୍ଧା ଦାଖଲ କରିବେ । ସେହିପରି ଜିଲ୍ଲାଗୁଡ଼ିକରେ ନିଜ ନିଜ ବିଭାଗର ଥିବା ସରକାରୀ କାର୍ଯ୍ୟାଳୟର କଣ ଭିତ୍ତିଭୂମି ନଷ୍ଟ ହୋଇଛି, ରିପୋର୍ଟ ସଚିବ ମାନେ ଦେବାକୁ ଚିଠିରେ କୁହାଯାଇଛି।