ଓ୍ବାନଡେ ସିରିଜ୍‌ ପାଇଁ ଭାରତ ପ୍ରସ୍ତୁତ ! ରୋହିତ, କୋହଲିଙ୍କ ସମେତ ଶ୍ରୀଲଙ୍କା ପହଞ୍ଚିଲେ ବଡ ପ୍ଲେୟର

ନୂଆଦିଲ୍ଲୀ ୨୯।୦୭: ଶ୍ରୀଲଙ୍କା ବିପକ୍ଷରେ ୩ଟି ଟି-୨୦ ସିରିଜ୍‌ ଖେଳୁଛି ଟିମ୍‌ ଇଣ୍ଡିଆ । ଏହାପରେ ଓ୍ବାନଡେରେ ମୁହାଁମୁହିଁ ହେବେ ଉଭୟ ଟିମ୍ । ଭାରତ-ଶ୍ରୀଲଙ୍କା  ମଧ୍ୟରେ ଖେଳାଯିବ ୩ଟି ଓ୍ବାନ୍‌ଡେ ମ୍ୟାଚ୍‌ ସିରିଜ୍‌ । ଏହାର ପ୍ରଥମ ମ୍ୟାଚ୍‌ ୨ ଅଗଷ୍ଟରେ ଖେଳାଯିବ । ଏହି ସିରିଜ୍‌ରେ ରୋହିତ ଶର୍ମାଙ୍କ ବ୍ୟତୀତ ବିରାଟ କୋହଲି, ଶ୍ରେୟସ୍‌ ଆୟର୍‌, କୁଳଦୀପ ଯାଦବ ଏବଂ ହର୍ଷିତ ରାଣା କଲୋମ୍ବୋରେ ପହଞ୍ଚିଛନ୍ତି । ରିପୋର୍ଟ ଅନୁଯାୟୀ, ଭାରତୀୟ ପ୍ଲେୟର ସୋମବାର ଠାରୁ ଅଭ୍ୟାସ ମ୍ୟାଚ୍‌ରେ ସାମିଲ୍‌ ହେବେ ।  ଏହି ସମୟରେ ଟିମ୍ ଇଣ୍ଡିଆର ଆସିଷ୍ଟାଣ୍ଟ କୋଚ୍‌ ଅଭିଷେକ ନାୟାର ତାଙ୍କ ସହିତ ଅଭ୍ୟାସ କରିବେ । ଏଥିପାଇଁ ସୋମବାର କଲମ୍ବୋ ଅଭିମୁଖେ ଯାତ୍ରା କରିଛନ୍ତି ଅଭିଷେକ । ତୃତୀୟ ଟି-୨୦ ମଙ୍ଗଳବାର ଦିନ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ । ଏହାପରେ ଅନ୍ୟ ଖେଳାଳିମାନେ ODI ଟିମ୍‌ରେ ସାମିଲ ହେବେ । ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ପ୍ରଥମ ODI ଅଗଷ୍ଟ ୨ରେ ଖେଳାଯିବ । ଏହି ସିରିଜର ସମସ୍ତ ODI ମ୍ୟାଚ୍ କଲମ୍ବୋରେ ଖେଳାଯିବ । ଏହାବ୍ୟତୀତ ଦକ୍ଷିଣ ଆଫ୍ରିକାର ପୂର୍ବତନ ବୋଲର ମୋର୍ନି ମାର୍କେଲ ଖୁବଶୀଘ୍ର ଟିମ୍ ଇଣ୍ଡିଆର କୋଚିଂ ଷ୍ଟାଫକୁ ଜଏନ କରିବେ । ଏହି ସିରିଜ୍ ପରେ ଟିମ୍ ଇଣ୍ଡିଆ ବାଂଲାଦେଶ ବିପକ୍ଷ ଟେଷ୍ଟ ମ୍ୟାଚ୍ ଖେଳିବ । ଭାରତ ଏବଂ ବାଂଲାଦେଶ ମଧ୍ୟରେ ହେବାକୁ ଥିବା ଟେଷ୍ଟ ସିରିଜ୍ ସେପ୍ଟେମ୍ବର ମାସରେ ଖେଳାଯି

ଓ୍ବାନଡେ ସିରିଜ୍‌ ପାଇଁ ଭାରତ ପ୍ରସ୍ତୁତ ! ରୋହିତ, କୋହଲିଙ୍କ ସମେତ ଶ୍ରୀଲଙ୍କା ପହଞ୍ଚିଲେ ବଡ ପ୍ଲେୟର

ନୂଆଦିଲ୍ଲୀ ୨୯।୦୭: ଶ୍ରୀଲଙ୍କା ବିପକ୍ଷରେ ୩ଟି ଟି-୨୦ ସିରିଜ୍‌ ଖେଳୁଛି ଟିମ୍‌ ଇଣ୍ଡିଆ । ଏହାପରେ ଓ୍ବାନଡେରେ ମୁହାଁମୁହିଁ ହେବେ ଉଭୟ ଟିମ୍ । ଭାରତ-ଶ୍ରୀଲଙ୍କା  ମଧ୍ୟରେ ଖେଳାଯିବ ୩ଟି ଓ୍ବାନ୍‌ଡେ ମ୍ୟାଚ୍‌ ସିରିଜ୍‌ । ଏହାର ପ୍ରଥମ ମ୍ୟାଚ୍‌ ୨ ଅଗଷ୍ଟରେ ଖେଳାଯିବ । ଏହି ସିରିଜ୍‌ରେ ରୋହିତ ଶର୍ମାଙ୍କ ବ୍ୟତୀତ ବିରାଟ କୋହଲି, ଶ୍ରେୟସ୍‌ ଆୟର୍‌, କୁଳଦୀପ ଯାଦବ ଏବଂ ହର୍ଷିତ ରାଣା କଲୋମ୍ବୋରେ ପହଞ୍ଚିଛନ୍ତି । 

ରିପୋର୍ଟ ଅନୁଯାୟୀ, ଭାରତୀୟ ପ୍ଲେୟର ସୋମବାର ଠାରୁ ଅଭ୍ୟାସ ମ୍ୟାଚ୍‌ରେ ସାମିଲ୍‌ ହେବେ ।  ଏହି ସମୟରେ ଟିମ୍ ଇଣ୍ଡିଆର ଆସିଷ୍ଟାଣ୍ଟ କୋଚ୍‌ ଅଭିଷେକ ନାୟାର ତାଙ୍କ ସହିତ ଅଭ୍ୟାସ କରିବେ । ଏଥିପାଇଁ ସୋମବାର କଲମ୍ବୋ ଅଭିମୁଖେ ଯାତ୍ରା କରିଛନ୍ତି ଅଭିଷେକ । 

ତୃତୀୟ ଟି-୨୦ ମଙ୍ଗଳବାର ଦିନ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ । ଏହାପରେ ଅନ୍ୟ ଖେଳାଳିମାନେ ODI ଟିମ୍‌ରେ ସାମିଲ ହେବେ । ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ପ୍ରଥମ ODI ଅଗଷ୍ଟ ୨ରେ ଖେଳାଯିବ । ଏହି ସିରିଜର ସମସ୍ତ ODI ମ୍ୟାଚ୍ କଲମ୍ବୋରେ ଖେଳାଯିବ । 

ଏହାବ୍ୟତୀତ ଦକ୍ଷିଣ ଆଫ୍ରିକାର ପୂର୍ବତନ ବୋଲର ମୋର୍ନି ମାର୍କେଲ ଖୁବଶୀଘ୍ର ଟିମ୍ ଇଣ୍ଡିଆର କୋଚିଂ ଷ୍ଟାଫକୁ ଜଏନ କରିବେ । ଏହି ସିରିଜ୍ ପରେ ଟିମ୍ ଇଣ୍ଡିଆ ବାଂଲାଦେଶ ବିପକ୍ଷ ଟେଷ୍ଟ ମ୍ୟାଚ୍ ଖେଳିବ । ଭାରତ ଏବଂ ବାଂଲାଦେଶ ମଧ୍ୟରେ ହେବାକୁ ଥିବା ଟେଷ୍ଟ ସିରିଜ୍ ସେପ୍ଟେମ୍ବର ମାସରେ ଖେଳାଯିବ । 

ତେବେ ଏହି ଓ୍ବାନଡେ ସିରିଜରେ ରୋହିତ ଶର୍ମା ଅଧିନାୟକ, ଶୁଭମାନ ଗିଲ ଉପ-ଅଧିନାୟକ ରହିଛନ୍ତି । ଏହାବ୍ୟତୀତ ଟିମ୍‌ରେ ବିରାଟ କୋହଲି, କେ.ଏଲ୍ ରାହୁଲ, ଋଷଭ ପନ୍ତ, ଶ୍ରେୟସ୍ ଆୟର୍, ଶିବମ୍ ଦୁବେ, କୁଲଦୀପ ଯାଦବ, ମହମ୍ମଦ ସିରାଜ, ୱାଶିଂଟନ୍ ସୁନ୍ଦର, ଅର୍ଶଦୀପ ସିଂ, ରିୟାନ୍ ପରାଗ, ଅକ୍ସର ପଟେଲ, ଖଲିଲ ଅହମ୍ମଦ ଏବଂ ହର୍ଷିତ ରାଣା ରହିଛନ୍ତି ।