ମଦ ନପିଇବାରୁ ବେଲ୍ଟରେ ପିଟିଲେ ସିନିୟର ଛାତ୍ର, ୫ ଗିରଫ

ନୂଆଦିଲ୍ଲୀ ୧୨।୦୯: ହିମାଚଳ ପ୍ରଦେଶର ଏକ ଘରୋଇ ବିଶ୍ୱବିଦ୍ୟାଳୟରେ ଅଘଟଣ । କିଛି ଛାତ୍ର ତାଙ୍କ ସହପାଠୀ ଛାତ୍ରଙ୍କୁ ରାତିସାରା ଏକ କୋଠରୀରେ ତାଲା ପକାଇ ବନ୍ଦ ରଖିଥିଲେ । ଏତିକି ନୁହେଁ ତାଙ୍କୁ ବେଲ୍ଟରେ ମଧ୍ୟ ପିଟି ଥିଲେ। ସହପାଠୀ ଛାତ୍ରମାନେ ଚାହୁଁଥିଲେ ଯେ ସେ ମଦ୍ୟପାନ କରନ୍ତୁ । ଯେତେବେଳେ ସେ ଏହା ମନା କଲେ, ତାଙ୍କୁ ଖୁବ୍‌ ମାଡ଼ ମାରିଥିଲେ । ଛାତ୍ରଙ୍କ ଉପରେ ହୋଇଥିବା ଆକ୍ରମଣ କ୍ୟାମେରାରେ ଧରାପଡି ଯାଇଥିଲା ଏବଂ ତାଙ୍କ କଲେଜର ୫ ଜଣଙ୍କୁ ଗିରଫ କରାଯାଇଛି । ସେଥିମଧ୍ୟରୁ ଅଧିକାଂଶ ସାନ ।ଏହି ମାମଲାରେ ଦାଖଲ ହୋଇଥିବା ପ୍ରଥମ ସୂଚନା ରିପୋର୍ଟ ଅନୁଯାୟୀ, ହିମାଚଳ ପ୍ରଦେଶର ସୋଲାନର ବାହରା ବିଶ୍ୱବିଦ୍ୟାଳୟର ପ୍ରଥମ ବର୍ଷର ଏମବିଏ ଛାତ୍ର ରଜତ କୁମାର। ସେ ବିଶ୍ୱବିଦ୍ୟାଳୟର ହଷ୍ଟେଲରେ ରହୁଥିଲେ । ତାଙ୍କୁ ଦୁଇ ଜଣ ପଚାରିଥିଲେ ଶନିବାର ଦିନ ସେମାନଙ୍କ ସହିତ ଅନ୍ୟ ଏକ କୋଠରୀକୁ ଯିବାକୁ ପଡିବ । ଯେତେବେଳେ ରଜତ ମନା କରିଦେଲେ, ସେମାନେ ତାଙ୍କୁ ଏକ କୋଠରୀକୁ ଟାଣି ନେଇଥିଲେ । ଯେଉଁଠାରେ ଅନ୍ୟ କିଛି ଛାତ୍ର ଉପସ୍ଥିତ ଥିଲେ। ଛାତ୍ରମାନେ ରଜତଙ୍କୁ ମଦ୍ୟପାନ କରିବାକୁ କହିଥିଲେ , ଯେତେବେଳେ ସେ ମନା କରିଦେଲେ, ସେମାନେ ତାଙ୍କୁ ବେଲ୍ଟରେ ପିଟି ଥିଲେ ।  ଭିଡିଓରେ ଜଣାପଡିଛି କି ଜଣେ ଛାତ୍ର ତାଙ୍କ ମୋବାଇଲ୍ ଫୋନରେ ଏହି ସବୁ କାରନାମକୁ ସୁଟ୍‌ କରୁଥିଲେ। କୁମାର ଅନ୍ୟ କିଛି ଛାତ୍ରଙ୍କ ସାମ୍ନାରେ ଏକ ଚେୟାରରେ ବସିଥିବା

ମଦ ନପିଇବାରୁ ବେଲ୍ଟରେ ପିଟିଲେ ସିନିୟର ଛାତ୍ର, ୫ ଗିରଫ

ନୂଆଦିଲ୍ଲୀ ୧୨।୦୯: ହିମାଚଳ ପ୍ରଦେଶର ଏକ ଘରୋଇ ବିଶ୍ୱବିଦ୍ୟାଳୟରେ ଅଘଟଣ । କିଛି ଛାତ୍ର ତାଙ୍କ ସହପାଠୀ ଛାତ୍ରଙ୍କୁ ରାତିସାରା ଏକ କୋଠରୀରେ ତାଲା ପକାଇ ବନ୍ଦ ରଖିଥିଲେ । ଏତିକି ନୁହେଁ ତାଙ୍କୁ ବେଲ୍ଟରେ ମଧ୍ୟ ପିଟି ଥିଲେ। ସହପାଠୀ ଛାତ୍ରମାନେ ଚାହୁଁଥିଲେ ଯେ ସେ ମଦ୍ୟପାନ କରନ୍ତୁ । ଯେତେବେଳେ ସେ ଏହା ମନା କଲେ, ତାଙ୍କୁ ଖୁବ୍‌ ମାଡ଼ ମାରିଥିଲେ । ଛାତ୍ରଙ୍କ ଉପରେ ହୋଇଥିବା ଆକ୍ରମଣ କ୍ୟାମେରାରେ ଧରାପଡି ଯାଇଥିଲା ଏବଂ ତାଙ୍କ କଲେଜର ୫ ଜଣଙ୍କୁ ଗିରଫ କରାଯାଇଛି । ସେଥିମଧ୍ୟରୁ ଅଧିକାଂଶ ସାନ ।

ଏହି ମାମଲାରେ ଦାଖଲ ହୋଇଥିବା ପ୍ରଥମ ସୂଚନା ରିପୋର୍ଟ ଅନୁଯାୟୀ, ହିମାଚଳ ପ୍ରଦେଶର ସୋଲାନର ବାହରା ବିଶ୍ୱବିଦ୍ୟାଳୟର ପ୍ରଥମ ବର୍ଷର ଏମବିଏ ଛାତ୍ର ରଜତ କୁମାର। ସେ ବିଶ୍ୱବିଦ୍ୟାଳୟର ହଷ୍ଟେଲରେ ରହୁଥିଲେ । ତାଙ୍କୁ ଦୁଇ ଜଣ ପଚାରିଥିଲେ ଶନିବାର ଦିନ ସେମାନଙ୍କ ସହିତ ଅନ୍ୟ ଏକ କୋଠରୀକୁ ଯିବାକୁ ପଡିବ । ଯେତେବେଳେ ରଜତ ମନା କରିଦେଲେ, ସେମାନେ ତାଙ୍କୁ ଏକ କୋଠରୀକୁ ଟାଣି ନେଇଥିଲେ । ଯେଉଁଠାରେ ଅନ୍ୟ କିଛି ଛାତ୍ର ଉପସ୍ଥିତ ଥିଲେ। ଛାତ୍ରମାନେ ରଜତଙ୍କୁ ମଦ୍ୟପାନ କରିବାକୁ କହିଥିଲେ , ଯେତେବେଳେ ସେ ମନା କରିଦେଲେ, ସେମାନେ ତାଙ୍କୁ ବେଲ୍ଟରେ ପିଟି ଥିଲେ ।  ଭିଡିଓରେ ଜଣାପଡିଛି କି ଜଣେ ଛାତ୍ର ତାଙ୍କ ମୋବାଇଲ୍ ଫୋନରେ ଏହି ସବୁ କାରନାମକୁ ସୁଟ୍‌ କରୁଥିଲେ। କୁମାର ଅନ୍ୟ କିଛି ଛାତ୍ରଙ୍କ ସାମ୍ନାରେ ଏକ ଚେୟାରରେ ବସିଥିବାର ଦେଖାଯାଇଛି। ଏକ ବାର୍ତ୍ତାଳାପ ହୁଏ ଏବଂ ହଠାତ୍‌ ଜଣେ  ଛାତ୍ର ଠିଆ ହୋଇ କୁମାରଙ୍କ ନିକଟକୁ ଯାଇ ତାଙ୍କୁ ଚାପୁଡ଼ା ମାରନ୍ତି। ପରେ ତାଙ୍କୁ ମଦ ପିଇବାକୁ କୁହନ୍ତି । ହେଲେ ସେ ମନା କରି ଦିଅନ୍ତି ।

 ଏହା ପରେ ସେ କୁମାରଙ୍କୁ ଦୁର୍ବ୍ୟବହାର କରିବା ଆରମ୍ଭ କରନ୍ତ।  ଦ୍ୱିତୀୟ ଛାତ୍ର ଆସି କୁମାରଙ୍କୁ ପୁଣି ଚାପୁଡ଼ା ମାରନ୍ତି । ଏହା ପରେ ବେଲ୍ଟ ଉଠାଇ ତାଙ୍କୁ ମାରିବା ଆରମ୍ଭ କରନ୍ତି। ଭିଡିଓରେ ଅନ୍ୟ ଛାତ୍ରମାନେ ଠିଆ ହୋଇ ଉହି ସବୁ ଦେଖୁଥାଆନ୍ତି। ଯେଉଁମାନେ କୁମାରଙ୍କ ଉପରେ ଆକ୍ରମଣ କରିଥିଲେ ସେମାନଙ୍କ ବିରୋଧରେ ବିଶ୍ୱବିଦ୍ୟାଳୟ ତଦନ୍ତ ଆରମ୍ଭ କରିଛି ଏବଂ ରାଗିଂ ବିରୋଧୀ କମିଟି ସେମାନଙ୍କୁ ହାଜର ହେବାକୁ କହିଛନ୍ତି। କିନ୍ତୁ ଛାତ୍ରମାନେ ମନା କରିଦେଇଥିଲେ। ପୋଲିସ ଅଧୀକ୍ଷକ କହିଛନ୍ତି ଯେ କୁମାର ଥାନାରେ ଅଭିଯୋଗ କରିଛନ୍ତି, ଯେଉଁଥିରେ ଛାତ୍ରଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି।