EPF ହିତାଧିକାରୀଙ୍କ ପାଇଁ ଖୁସି ଖବର, ସୁଧହାର ଉପରେ ସରକାର ଲଗାଇଲେ ମୋହର, ୭ କୋଟିରୁ ଅଧିକ ଲୋକଙ୍କୁ ମିଳିବ ଲାଭ

ନୂଆଦିଲ୍ଲୀ,୨୪।୫: କେନ୍ଦ୍ର ସରକାର ଆର୍ଥିକ ବର୍ଷ ୨୦୨୪-୨୫ ପାଇଁ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ଜମା ଉପରେ ସୁଧ ହାର ୮.୨୫ ପ୍ରତିଶତ ବଜାୟ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଗତ ବର୍ଷ ମଧ୍ୟ EPF ଉପରେ ସୁଧ ହାର ସମାନ ଥିଲା। ପୂର୍ବରୁ, କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ ଫେବୃଆରୀରେ ସୁଧ ହାର ୮.୨୫ ପ୍ରତିଶତ ବଜାୟ ରଖିବାକୁ ଘୋଷଣା କରିଥିଲା। ଏବେ ଅର୍ଥ ମନ୍ତ୍ରଣାଳୟ ମଧ୍ୟ ଏହାକୁ ଅନୁମୋଦନ କରିଛି। ଏହି ସପ୍ତାହରେ ଶ୍ରମ ମନ୍ତ୍ରଣାଳୟ ପକ୍ଷରୁ […] The post EPF ହିତାଧିକାରୀଙ୍କ ପାଇଁ ଖୁସି ଖବର, ସୁଧହାର ଉପରେ ସରକାର ଲଗାଇଲେ ମୋହର, ୭ କୋଟିରୁ ଅଧିକ ଲୋକଙ୍କୁ ମିଳିବ ଲାଭ appeared first on Dharitri Odia News.

EPF ହିତାଧିକାରୀଙ୍କ ପାଇଁ ଖୁସି ଖବର, ସୁଧହାର ଉପରେ ସରକାର ଲଗାଇଲେ ମୋହର, ୭ କୋଟିରୁ ଅଧିକ ଲୋକଙ୍କୁ ମିଳିବ ଲାଭ

ନୂଆଦିଲ୍ଲୀ,୨୪।୫: କେନ୍ଦ୍ର ସରକାର ଆର୍ଥିକ ବର୍ଷ ୨୦୨୪-୨୫ ପାଇଁ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ଜମା ଉପରେ ସୁଧ ହାର ୮.୨୫ ପ୍ରତିଶତ ବଜାୟ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଗତ ବର୍ଷ ମଧ୍ୟ EPF ଉପରେ ସୁଧ ହାର ସମାନ ଥିଲା। ପୂର୍ବରୁ, କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ ଫେବୃଆରୀରେ ସୁଧ ହାର ୮.୨୫ ପ୍ରତିଶତ ବଜାୟ ରଖିବାକୁ ଘୋଷଣା କରିଥିଲା।
ଏବେ ଅର୍ଥ ମନ୍ତ୍ରଣାଳୟ ମଧ୍ୟ ଏହାକୁ ଅନୁମୋଦନ କରିଛି। ଏହି ସପ୍ତାହରେ ଶ୍ରମ ମନ୍ତ୍ରଣାଳୟ ପକ୍ଷରୁ ଅବସର ପାଣ୍ଠି ସଂସ୍ଥାକୁ ଏକ ବିଜ୍ଞପ୍ତି ପଠାଯାଇଛି। ସୂଚନାଯୋଗ୍ୟ, ପୂର୍ବରୁ EFFOର ୭ କୋଟି ସଦସ୍ୟଙ୍କ ପାଇଁ ସୁଧ ହାର ୨୦୨୨-୨୩ ରେ ୮.୧୫ ପ୍ରତିଶତରୁ ୨୦୨୩-୨୪ ପାଇଁ ୮.୨୫ ପ୍ରତିଶତକୁ ବୃଦ୍ଧି କରାଯାଇଥିଲା।

ମାର୍ଚ୍ଚରେ, EPFOର ୧୪.୫୮ ଲକ୍ଷ ନିଟ ସଦସ୍ୟ ଥିଲେ। ଏହା ମାର୍ଚ୍ଚ ୨୦୨୫ ସୁଦ୍ଧା ନିଟ ପେରୋଲ ଯୋଡା ତୁଳନାରେ ୧.୧୫ ପ୍ରତିଶତ ଅଧିକ ଥିଲା। ପିଏଫ ସଂଗଠନ ମାର୍ଚ୍ଚ ୨୦୨୫ ରେ ପ୍ରାୟ ୭.୫୪ ଲକ୍ଷ ନୂତନ ଗ୍ରାହକଙ୍କୁ ପଞ୍ଜିକୃତ କରିଥିଲା, ଯାହା ଫେବୃଆରୀ ତୁଳନାରେ ୨.୦୩ ପ୍ରତିଶତ ଏବଂ ମାର୍ଚ୍ଚ ୨୦୨୪ ତୁଳନାରେ ୦.୯୮ ପ୍ରତିଶତ ଅଧିକ।
୨୦୧୯-୨୦୧୯ରେ ପ୍ରୋଭିଡେଣ୍ଟ ଫଣ୍ଡ ଜମା ୭ ବର୍ଷର ସର୍ବନିମ୍ନ ସ୍ତର ୮.୫ ପ୍ରତିଶତକୁ ଖସି ଆସିଥିଲା। ଏହି ସୁଧ ହାର ୨୦୧୫-୧୬ରେ ୮.୮ ପ୍ରତିଶତ ଥିଲା। ସୂଚନାଯୋଗ୍ୟ, କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ EPFOର ସୁଧ ହାର ଉପରେ ନିଷ୍ପତ୍ତି ନେଇଥାଏ। ଏହା ପରେ ଅର୍ଥ ମନ୍ତ୍ରଣାଳୟ ଏହାକୁ ଅନୁମୋଦନ କରନ୍ତି।

The post EPF ହିତାଧିକାରୀଙ୍କ ପାଇଁ ଖୁସି ଖବର, ସୁଧହାର ଉପରେ ସରକାର ଲଗାଇଲେ ମୋହର, ୭ କୋଟିରୁ ଅଧିକ ଲୋକଙ୍କୁ ମିଳିବ ଲାଭ appeared first on Dharitri Odia News.