ସଲମାନ ଖାନଙ୍କୁ ହତ୍ୟା କରିବାପାଇଁ ବଡ଼ ଧରଣର ଯୋଜନା ପଣ୍ଡ, ୪ ଗିରଫ

ନୂଆଦିଲ୍ଲୀ: ବଲିଉଡ୍ ଅଭିନେତା ସଲମାନ ଖାନଙ୍କୁ ମହାରାଷ୍ଟ୍ରା ପାନଭେଲ୍ ସ୍ଥିତ ତାଙ୍କ ଫାର୍ମହାଉସ ନିକଟରେ ହତ୍ୟା ଉଦ୍ୟମ ପଣ୍ଡ ହୋଇଛି। ଜେଲ୍ରେ ଥିବା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍ ସଲମାନଙ୍କୁ ହତ୍ୟା କରିବାପାଇଁ ଯୋଜନା କରିଥିଲେ। ସେମାନେ ସଲମାନଙ୍କ ଗାଡ଼ିକୁ ତାଙ୍କ ଫାର୍ମହାଉସ ନିକଟରେ ଅଟକାଇ ଏବଂ ତାଙ୍କୁ ଏକେ -୪୭ ରାଇଫଲ୍ରେ ଗୁଳି କରି ମାରିବାପାଇଁ ଯୋଜନା କରିଥିଲେ। ପୁଲିସ ଏହି ମାମଲାରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍ର ୪ ଜଣଙ୍କୁ ଗିରଫ କରିଛି। ଗିରଫ ହୋଇଥିବା […]

ସଲମାନ ଖାନଙ୍କୁ ହତ୍ୟା କରିବାପାଇଁ ବଡ଼ ଧରଣର ଯୋଜନା ପଣ୍ଡ, ୪ ଗିରଫ

ନୂଆଦିଲ୍ଲୀ: ବଲିଉଡ୍ ଅଭିନେତା ସଲମାନ ଖାନଙ୍କୁ ମହାରାଷ୍ଟ୍ରା ପାନଭେଲ୍ ସ୍ଥିତ ତାଙ୍କ ଫାର୍ମହାଉସ ନିକଟରେ ହତ୍ୟା ଉଦ୍ୟମ ପଣ୍ଡ ହୋଇଛି। ଜେଲ୍ରେ ଥିବା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍ ସଲମାନଙ୍କୁ ହତ୍ୟା କରିବାପାଇଁ ଯୋଜନା କରିଥିଲେ। ସେମାନେ ସଲମାନଙ୍କ ଗାଡ଼ିକୁ ତାଙ୍କ ଫାର୍ମହାଉସ ନିକଟରେ ଅଟକାଇ ଏବଂ ତାଙ୍କୁ ଏକେ -୪୭ ରାଇଫଲ୍ରେ ଗୁଳି କରି ମାରିବାପାଇଁ ଯୋଜନା କରିଥିଲେ। ପୁଲିସ ଏହି ମାମଲାରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍ର ୪ ଜଣଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ବ୍ୟକ୍ତିମାନଙ୍କୁ ଧନଞ୍ଜୟ ତାପସିଂହ ଓରଫ ଅଜୟ କାଶ୍ୟପ, ଗୌରବ ଭାଟିଆ ଓରଫ ନାହଭି, ୱାସପି ଖାନ ଓରଫ ୱାସିମ ଚିକନା ଏବଂ ରିୱାଜ ଖାନ୍ ଓରଫ ଜାଭେଦ ଖାନ୍ ଭାବେ ଚିହ୍ନଟ କରାଯାଇଛି। ମିଳିଥିବା ସୂଚନାନୁଯାୟୀ ଗିରଫ ହୋଇଥିବା ୪ ଜଣ ବ୍ୟକ୍ତି ସଲମାନଙ୍କ ଫାର୍ମହାଉସ୍ର ଏକ ଚିତ୍ର ଏବଂ କେଉଁଠାରେ ତାଙ୍କୁ ଗିରଫ କରିବେ ତା’ର ଏକ ଚିତ୍ର ନେଇଥିଲେ। ପୁଲିସ ଗିରଫ ହୋଇଥିବା ବ୍ୟକ୍ତିଙ୍କଠାରୁ ଏନେଇ ଏକ ଭିଡିଓ ଜବତ କରିଛି। ସଲମାନଙ୍କୁ କିଭଳି ହତ୍ୟା କରାଯିବ ସେନେଇ ଏହି ମୋବାଇଲ୍ରେ କିଛି ନିର୍ଦ୍ଦେଶ ରହିଥିଲା। ଏଥିରୁ ଜଣାପଡ଼ିଛି ଯେ ସଲମାନଙ୍କୁ ଏକେ-୪୭ ଏବଂ ଅନ୍ୟାନ୍ୟ ଅସ୍ତ୍ରରେ ହତ୍ୟା କରିବାପାଇଁ ଯୋଜନା ହୋଇଥିଲା। ମିଳିଥିବା ସୂଚନାନୁଯାୟୀ ପୁଲିସ ଜେରା ସମୟରେ ଅଜୟ କାଶ୍ୟପ ସ୍ବୀକାର କରିଛି ଯେ ସେ ଏହି ଅପରାଧ ଘଟାଇବାପାଇଁ ପାକିସ୍ତାନର ଏକ ଅସ୍ତ୍ର ଡିଲାର ଡୋଗା ସହ ଯୋଗାଯୋଗରେ ଥିଲା ଏବଂ ତା’ଠାରୁ ଏମ୍୧୬, ଏକେ-୪୭ ଏବଂ ଏକେ-୯୨ ରାଇଫଲ୍ କିଣିବାପାଇଁ ଯୋଜନା ହୋଇଥିଲା ।