ତୃତୀୟ ଥର ପ୍ରଧାନମନ୍ତ୍ରୀ ହେବାକୁ ଯାଉଥିବାରୁ ମୋଦୀଙ୍କୁ ବିଶ୍ବ ନେତାଙ୍କ ଶୁଭେଚ୍ଛା
ନୂଆଦିଲ୍ଲୀ: ବିଜେପି ନେତୃତ୍ବାଧୀନ ଏନଡିଏ ମେଣ୍ଟ ୨୦୨୪ ଲୋକସଭା ନିର୍ବାଚନ ଜିତି ଲଗାତାର ତୃତୀୟ ଥର ସରକାର ଗଠନ କରିବାକୁ ଯାଉଥିବାରୁ ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବିଶ୍ବର ବିଭିନ୍ନ ନେତାମାନେ ଶୁଭେଚ୍ଛା ଜଣାଇଛନ୍ତି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଲଗାତାର ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବାକୁ ଯାଉଥିବାରୁ ମୋଦୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଭାରତ ଏବଂ ଇସ୍ରାଏଲ ମଧ୍ୟରେ ଥିବା ବନ୍ଧୁତା ଆହୁରି ଅଧିକ ପ୍ରଗାଢ଼ ହେବ ବୋଲି ସେ କହିଛନ୍ତି। ଶ୍ରୀଲଙ୍କା ରାଷ୍ଟ୍ରପତି ରାନିଲ […]

ନୂଆଦିଲ୍ଲୀ: ବିଜେପି ନେତୃତ୍ବାଧୀନ ଏନଡିଏ ମେଣ୍ଟ ୨୦୨୪ ଲୋକସଭା ନିର୍ବାଚନ ଜିତି ଲଗାତାର ତୃତୀୟ ଥର ସରକାର ଗଠନ କରିବାକୁ ଯାଉଥିବାରୁ ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବିଶ୍ବର ବିଭିନ୍ନ ନେତାମାନେ ଶୁଭେଚ୍ଛା ଜଣାଇଛନ୍ତି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଲଗାତାର ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବାକୁ ଯାଉଥିବାରୁ ମୋଦୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଭାରତ ଏବଂ ଇସ୍ରାଏଲ ମଧ୍ୟରେ ଥିବା ବନ୍ଧୁତା ଆହୁରି ଅଧିକ ପ୍ରଗାଢ଼ ହେବ ବୋଲି ସେ କହିଛନ୍ତି। ଶ୍ରୀଲଙ୍କା ରାଷ୍ଟ୍ରପତି ରାନିଲ ବିକ୍ରମସିଂହେ ଏବଂ ଇଟାଲି ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ମଧ୍ୟ ମୋଦୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମେଲୋନି କହିଛନ୍ତି, ଇଟାଲି ଏବଂ ଭାରତ ମଧ୍ୟରେ ଥିବା ବନ୍ଧୁତାକୁ ସୁଦୃଢ଼ କରିବାପାଇଁ ଉଭୟ ରାଷ୍ଟ୍ର ଏକାଠି କାମ କରିବେ। ଭୁଟାନ ପ୍ରଧାନମନ୍ତ୍ରୀ ସେରିଙ୍ଗ ତୋବଗେ ଏକ ଟ୍ବିଟ୍ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି, ଦ୍ବିପାକ୍ଷିକ ସମ୍ପର୍କକୁ ଆହୁରି ଅଧିକ ସୁଦୃଢ଼ କରିବାପାଇଁ ସେ ମୋଦୀଙ୍କ ସହ କାମ କରିବାକୁ ଚାହାନ୍ତି। ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ପ୍ରଚଣ୍ଡ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସାମାଜିକ ଗଣମାଧ୍ୟମରେ ଶୁଭେଚ୍ଛା ବାର୍ତ୍ତା ପୋଷ୍ଟ୍ କରିଥିଲେ। ମାଳଦ୍ବୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ ମଧ୍ୟ ମୋଦୀଙ୍କୁ ଶୁଭେଚ୍ଛା ଜଣାଇ ଭାରତ ସହ ଏକାଠି କାମ କରିବାକୁ ଚାହିଛନ୍ତି। ଚୀନ୍ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ବକୁ ସ୍ବାଗତ କରିବା ସହ ନୂଆ ସରକାର ସହ କାମ କରିବାକୁ ପ୍ରସ୍ତୁତ ବୋଲି କହିଛି।