ପାଣି ଟାଙ୍କି ସଫା କରିବା ବେଳେ ଶ୍ବାସରୁଦ୍ଧ ହୋଇ ୪ ଜଣଙ୍କ ମୃତ୍ୟୁ
ମୁମ୍ବାଇ : ମୁମ୍ବାଇର ନାଗପଡ଼ା ଅଞ୍ଚଳରେ ପାଣି ଟାଙ୍କି ସଫା କରିବା ସମୟରେ ଶ୍ୱାସରୁଦ୍ଧ ହୋଇ ୪ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି ଏବଂ ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନାନୁଯାୟୀ ଆଜି ମିଣ୍ଟ୍ ରୋଡ୍ ସ୍ଥିତ ଗୁଡ୍ ଲକ୍ ମୋଟର ଟ୍ରେନିଂ ସ୍କୁଲ୍ ନିକଟରେ ଏକ ନିର୍ମାଣାଧୀନ ପାଣିଟାଙ୍କି ସଫା କାର୍ଯ୍ୟ ଚାଲିଥିଲା। ମଧ୍ୟାହ୍ନ ପ୍ରାୟ ୧୨ଟା ବେଳେ ପାଣିଟାଙ୍କି ମଧ୍ୟରେ ଶ୍ବାସରୁଦ୍ଧ ହୋଈ ୪ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା। ଉଦ୍ଧାରକାରୀ […]
ମୁମ୍ବାଇ : ମୁମ୍ବାଇର ନାଗପଡ଼ା ଅଞ୍ଚଳରେ ପାଣି ଟାଙ୍କି ସଫା କରିବା ସମୟରେ ଶ୍ୱାସରୁଦ୍ଧ ହୋଇ ୪ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି ଏବଂ ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନାନୁଯାୟୀ ଆଜି ମିଣ୍ଟ୍ ରୋଡ୍ ସ୍ଥିତ ଗୁଡ୍ ଲକ୍ ମୋଟର ଟ୍ରେନିଂ ସ୍କୁଲ୍ ନିକଟରେ ଏକ ନିର୍ମାଣାଧୀନ ପାଣିଟାଙ୍କି ସଫା କାର୍ଯ୍ୟ ଚାଲିଥିଲା। ମଧ୍ୟାହ୍ନ ପ୍ରାୟ ୧୨ଟା ବେଳେ ପାଣିଟାଙ୍କି ମଧ୍ୟରେ ଶ୍ବାସରୁଦ୍ଧ ହୋଈ ୪ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା। ଉଦ୍ଧାରକାରୀ ଦଳ ଶ୍ରମିକଙ୍କ ଶବକୁ ବାହାର କରିବା ସହ ଜଣଙ୍କୁ ଗୁରୁତର ଅବସ୍ଥାରେ ଜେଜେ ହସ୍ପିଟାଲ୍ରେ ଭର୍ତ୍ତି କରିଥିଲେ। ମୃତ ଶ୍ରମିକମାନଙ୍କୁ ଚିହ୍ନଟ କରାଯାଇଛି। ସେମାନେ ହେଲେ- ହସିପାଲ୍ ଶେଖ୍ (୧୯), ରାଜା ଶେଖ୍ (୨୦), ଜିଆଉଲ୍ଲା ଶେଖ୍(୩୬) ଓ ଇମାଣ୍ଡୁ ଶେଖ୍ (୩୮)।