ୱାଙ୍ଖ୍ଡ଼େରେ ଭାରତୀୟ ଖେଳାଳିଙ୍କୁ ଦିଆଗଲା ୧୨୫ କୋଟି ଟଙ୍କାର ଚେକ୍
ମୁମ୍ବାଇ: ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ବିଶ୍ବବିଜେତା ହେବା ପରେ ଭାରତୀୟ ଖେଳାଳି ଓ ପ୍ରଶିକ୍ଷକ ମାନେ ଏକ ବିରାଟ ଶୋଭାଯାତ୍ରା ଭିତରେ ମୁମ୍ବାଇର ୱାଙ୍ଖଡ଼େ ଷ୍ଟାଡିୟମ୍ରେ ପହଞ୍ଚିଥିଲେ। ୱାଙ୍ଖଡ଼େରେ ମଧ୍ୟ ଭାରତୀୟ ଖେଳାଳିଭ୍କ ପାଇଁ ବିଶେଷ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ କରାଯାଇଥିଲା। ଏହି ଅବସରରେ ସମସ୍ତ ଖେଳାଳି ଓ ପ୍ରଶିକ୍ଷକ, ସହାୟକଙ୍କ ପାଇଁ ବିସିସିଆଇ ପକ୍ଷରୁ ୧୨୫ କୋଟି ଟଙ୍କାର ପୁରସ୍କାରର ଚେକ୍ ପ୍ରଦାନ କରାଯାଇଥିଲା। ସମ୍ପାଦକ ଜୟ ଶାହଙ୍କ ଉପସ୍ଥିତିରେ ଏହି ପୁରସ୍କାର ରାଶିର ଚେକ୍ ଭାରତୀୟ ଖେଳାଳିଙ୍କୁ […]

ମୁମ୍ବାଇ: ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ବିଶ୍ବବିଜେତା ହେବା ପରେ ଭାରତୀୟ ଖେଳାଳି ଓ ପ୍ରଶିକ୍ଷକ ମାନେ ଏକ ବିରାଟ ଶୋଭାଯାତ୍ରା ଭିତରେ ମୁମ୍ବାଇର ୱାଙ୍ଖଡ଼େ ଷ୍ଟାଡିୟମ୍ରେ ପହଞ୍ଚିଥିଲେ। ୱାଙ୍ଖଡ଼େରେ ମଧ୍ୟ ଭାରତୀୟ ଖେଳାଳିଭ୍କ ପାଇଁ ବିଶେଷ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ କରାଯାଇଥିଲା। ଏହି ଅବସରରେ ସମସ୍ତ ଖେଳାଳି ଓ ପ୍ରଶିକ୍ଷକ, ସହାୟକଙ୍କ ପାଇଁ ବିସିସିଆଇ ପକ୍ଷରୁ ୧୨୫ କୋଟି ଟଙ୍କାର ପୁରସ୍କାରର ଚେକ୍ ପ୍ରଦାନ କରାଯାଇଥିଲା। ସମ୍ପାଦକ ଜୟ ଶାହଙ୍କ ଉପସ୍ଥିତିରେ ଏହି ପୁରସ୍କାର ରାଶିର ଚେକ୍ ଭାରତୀୟ ଖେଳାଳିଙ୍କୁ ପ୍ରଦାନ କରାଯାଇଥିଲା। ପୁରସ୍କାର ରାଶି ଗ୍ରହଣ କରିବା ପୂର୍ବରୁ ରୋହିତ, କୋହଲି, ଦ୍ରାବିଡ଼, ବୁମ୍ରା ସମସ୍ତ ପ୍ରଶଂସକଙ୍କୁ ସେମାନଙ୍କ ସମର୍ଥନ ପାଇଁ କୃତଜ୍ଞତା ଜଣାଇଥିଲେ। ପରେ ସମସ୍ତ ଖେଳାଳିମାନେ ଷ୍ଟାଡିୟମ୍ ପଡ଼ିଆରେ ଚାରିପଟେ ବୁଲି ଦର୍ଶକଙ୍କୁ ବଲ୍ ଫିଙ୍ଗି ଭଲପାଇବା ଜଣାଇଥିଲେ।