ଅସ୍ଥାୟୀ ଡ଼ଙ୍ଗାରେ ଗର୍ଭବତୀଙ୍କୁ ନଦୀ ପାର କରାଇଲେ ଯବାନ

ମାଲକାନଗିରି : ମହାନତା ଦେଖାଇଛନ୍ତି ସିଆର୍‌ପିଏଫ ଯବାନ। କାଠପଟାରେ ତିଆରି କଲେ ଅସ୍ଥାୟୀ ଡ଼ଙ୍ଗା । ଏହାକୁ ଦଉଡି ସାହାଯ୍ୟରେ ବାନ୍ଧି ଉଚ୍ଛୁଳା ନଦୀ ସ୍ରୋତରେ ଟାଣି ଟାଣି ଜଣେ ଗର୍ଭବତୀଙ୍କୁ ନଦୀ ପାର କରାଇଛନ୍ତି।ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ । ଯବାନଙ୍କ ଏଭଳି କାର୍ଯ୍ୟକୁ ବିଭିନ୍ନ ମହଳରେ ପ୍ରଶଂସା କରାଯାଇଛି। ସୂଚନା ମୁତାବକ, ବିଜାପୁର ଅଞ୍ଚଳର ଜଣେ ଗର୍ଭବତୀ ମହିଳାଙ୍କ ପ୍ରସବ ବେଦନା ହୋଇଥିଲା। ହେଲେ ଲଗାଣ […]

ଅସ୍ଥାୟୀ ଡ଼ଙ୍ଗାରେ ଗର୍ଭବତୀଙ୍କୁ ନଦୀ ପାର କରାଇଲେ ଯବାନ
ଅସ୍ଥାୟୀ ଡ଼ଙ୍ଗାରେ ଗର୍ଭବତୀଙ୍କୁ ନଦୀ ପାର କରାଇଲେ ଯବାନ

ମାଲକାନଗିରି : ମହାନତା ଦେଖାଇଛନ୍ତି ସିଆର୍‌ପିଏଫ ଯବାନ। କାଠପଟାରେ ତିଆରି କଲେ ଅସ୍ଥାୟୀ ଡ଼ଙ୍ଗା । ଏହାକୁ ଦଉଡି ସାହାଯ୍ୟରେ ବାନ୍ଧି ଉଚ୍ଛୁଳା ନଦୀ ସ୍ରୋତରେ ଟାଣି ଟାଣି ଜଣେ ଗର୍ଭବତୀଙ୍କୁ ନଦୀ ପାର କରାଇଛନ୍ତି।ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ । ଯବାନଙ୍କ ଏଭଳି କାର୍ଯ୍ୟକୁ ବିଭିନ୍ନ ମହଳରେ ପ୍ରଶଂସା କରାଯାଇଛି।

ସୂଚନା ମୁତାବକ, ବିଜାପୁର ଅଞ୍ଚଳର ଜଣେ ଗର୍ଭବତୀ ମହିଳାଙ୍କ ପ୍ରସବ ବେଦନା ହୋଇଥିଲା। ହେଲେ ଲଗାଣ ବର୍ଷା ଯୋଗୁ ଗାଁ ପାଖ ନଦୀରେ ଜଳସ୍ତର ଅଧିକ ଥିବାରୁ ପରିବାର ଲୋକେ କିପରି ନଦୀପାର କରି ହସ୍ପିଟାଲ ନେବେ ଚିନ୍ତାରେ ଥିଲେ। ଏଭଳିସ୍ଥିତିରେ ଖବର ପାଇ ସିଆର୍‌ପିଏଫ ଯବାନ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କୁ ଉଦ୍ଧାର କରି ନିଜ ଜୀବନକୁ ବାଜି ଲାଗାଇ ଭରା ନଦୀରେ ମହିଳାଙ୍କୁ ନଦୀ ପାର କରାଇଥିଲେ। ପରବର୍ତ୍ତୀ ସମୟରେ ମହିଳାଙ୍କୁ ହସ୍ପିଟାଲ ନେଇଥିଲେ । ଏହି ଘଟଣା ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଥିବା ବେଳେ ଯବାନ ଦେବଦୂତ ସାଜିଥିବା ଚର୍ଚ୍ଚା ହେଉଛି।