ହାଇଟେକ ଟ୍ରାଜେଡି,୩ ରେ ପହଁଚିଲା ମୃତକଙ୍କ ସଂଖ୍ୟା
ଭୁବନେଶ୍ୱର : ପିଛା ଛାଡ଼ୁନି ହାଇଟେକ ମୃତକଙ୍କୁ ନେଇ ବିବାଦ I ଚିକିତ୍ସାଧୀନ ଅବସ୍ଥାରେ ନିଜକୁ ଦିଲ୍ଲୀପ କହୁଥିବା ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ଦେଇଛନ୍ତି ମେଡିକାଲ କର୍ତ୍ତୃପକ୍ଷ । ଶନିବାର ଭୋରରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି I ସୂଚନାନୁସାରେ ଡିସେମ୍ବର ୨୯ ତାରିଖରେ ହାଇଟେକ୍ ହସ୍ପିଟାଲରେ ଏସି କମ୍ପ୍ରେସର ରିପେୟାରିଙ୍ଗ କରୁଥିବା ସମୟରେ ବିସ୍ଫୋରଣ ହୋଇଥିଲା,ଯେଉଁଥିରେ ଜ୍ୟୋତି ମଲ୍ଲିକ ଓ ଦିଲ୍ଲୀପ ସାମନ୍ତରାୟଙ୍କ ସମେତ ୪ଜଣ ଗୁରୁତର ହୋଇଥିଲେ । ସେମାନଙ୍କୁ […]

ଭୁବନେଶ୍ୱର : ପିଛା ଛାଡ଼ୁନି ହାଇଟେକ ମୃତକଙ୍କୁ ନେଇ ବିବାଦ I ଚିକିତ୍ସାଧୀନ ଅବସ୍ଥାରେ ନିଜକୁ ଦିଲ୍ଲୀପ କହୁଥିବା ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ଦେଇଛନ୍ତି ମେଡିକାଲ କର୍ତ୍ତୃପକ୍ଷ । ଶନିବାର ଭୋରରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି I
ସୂଚନାନୁସାରେ ଡିସେମ୍ବର ୨୯ ତାରିଖରେ ହାଇଟେକ୍ ହସ୍ପିଟାଲରେ ଏସି କମ୍ପ୍ରେସର ରିପେୟାରିଙ୍ଗ କରୁଥିବା ସମୟରେ ବିସ୍ଫୋରଣ ହୋଇଥିଲା,ଯେଉଁଥିରେ ଜ୍ୟୋତି ମଲ୍ଲିକ ଓ ଦିଲ୍ଲୀପ ସାମନ୍ତରାୟଙ୍କ ସମେତ ୪ଜଣ ଗୁରୁତର ହୋଇଥିଲେ । ସେମାନଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । ସେମାନଙ୍କ ମଧ୍ୟରୁ ଜ୍ୟୋତିଙ୍କ ସହ ଅନ୍ୟ ଜଣଙ୍କର ମୃତ୍ୟୁ ହୋଇଥିଲା । କିନ୍ତୁ ଜ୍ୟୋତିଙ୍କ ମୃତଦେହକୁ ଦିଲ୍ଲୀପ ବୋଲି ଚିହ୍ନଟ କରି ଦାହ ସଂସ୍କାର କରିବା ପରେ,ଭେଣ୍ଟିଲେଟରରୁ ବାହାରିଥିବା ବ୍ୟକ୍ତି ଜଣକ କିନ୍ତୁ ନିଜକୁ ଦିଲ୍ଲୀପ ସାମନ୍ତରାୟ ବୋଲି ପରିଚୟ ଦେଇଥିଲେ । ପରିଚୟର ଏହି ଭାନ୍ତ ଖେଳ ଭିତରେ ବିରାଟ ଦ୍ୱନ୍ଦ୍ୱ ସୃଷ୍ଟି ହେବା ସହ ମେଡିକାଲ ପରିସରରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା ।
ଜଟଣି ବଅଙ୍ଗ ଗାଁର ଦିଲ୍ଲୀପ ସାମନ୍ତରାୟ ୨ ବର୍ଷ ତଳେ ବିବାହ କରିଥିଲେ । କିନ୍ତୁ ତାଙ୍କ ବିୟୋଗ ଖବର ପାଇଁ ନୂଆବର୍ଷ ଦିନ ଆତ୍ମହତ୍ୟା କରିଦେଇଥିଲେ ତାଙ୍କ ନବବିବାହିତା ପତ୍ନୀ ସୋନା ସାମନ୍ତରାୟ । ଆସନ୍ତା ଶନିବାର ଉଭୟଙ୍କ ଶୁଦ୍ଧିକ୍ରିୟା ପାଇଁ ପ୍ରସ୍ତୁତି ଚାଲିଥିଲା ଏବଂ ଦଶାହ କର୍ମପାଇଁ ଗଙ୍ଗା କାର୍ଡ ଛପାସରିଥିଲା । ହେଲେ ପରେ ଦିଲ୍ଲୀପ ଜୀବିତ ବୋଲି କହିବା ପରେ, ତାଙ୍କ ପରିବାର ଲୋକେ ଯାହାର ମୃତଦେହ ଅନ୍ତିମ ସଂସ୍କାର କଲେ, ତାହା କାହାର ବୋଲି ସନ୍ଦେହରେ ଅଛନ୍ତି । ଏବେ ନିଜକୁ ଦିଲ୍ଲୀପ କହୁଥିବା ବ୍ୟକ୍ତି ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ମେଡିକାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।