ହଜିଗଲା ମୁଖ୍ୟମନ୍ତ୍ରୀଙ୍କ ସିଙ୍ଗଡ଼ା
ହିମାଚଳ ପ୍ରଦେଶ : ରୋଚକ ମୋଡ଼ରେ ହିମାଚଳ ପ୍ରଦେଶ ରାଜନୀତି । ଚୋରି ହେଇଗଲା ମୁଖ୍ୟମନ୍ତ୍ରୀଙ୍କ ସିଙ୍ଗଡ଼ା Iମୁଖ୍ୟମନ୍ତ୍ରୀଙ୍କ ପ୍ଲେଟରୁ ଗାଏବ ହୋଇଗଲା ସିଙ୍ଗଡ଼ା ଓ କେକ୍। ଏହାକୁ ନେଇ ରାଜନୀତି ଜୋର ଧରିଥିବା ବେଳେ ତଦନ୍ତ ଆରମ୍ଭ କରିଛି ସିଆଇଡି । ମୁଖ୍ୟମନ୍ତ୍ରୀଙ୍କ ସିଙ୍ଗଡ଼ା ହଜିବା ଘଟଣାକୁ ସରକାର ବିରୋଧୀ କାର୍ଯ୍ୟ ବୋଲି ଦର୍ଶାଇଛି ତଦନ୍ତକାରୀ ସଂସ୍ଥା । ଏହି ଘଟଣାରେ ୫ ଜଣ ପୋଲିସ କର୍ମଚାରୀଙ୍କୁ ମଧ୍ୟ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି […]

ହିମାଚଳ ପ୍ରଦେଶ : ରୋଚକ ମୋଡ଼ରେ ହିମାଚଳ ପ୍ରଦେଶ ରାଜନୀତି । ଚୋରି ହେଇଗଲା ମୁଖ୍ୟମନ୍ତ୍ରୀଙ୍କ ସିଙ୍ଗଡ଼ା Iମୁଖ୍ୟମନ୍ତ୍ରୀଙ୍କ ପ୍ଲେଟରୁ ଗାଏବ ହୋଇଗଲା ସିଙ୍ଗଡ଼ା ଓ କେକ୍। ଏହାକୁ ନେଇ ରାଜନୀତି ଜୋର ଧରିଥିବା ବେଳେ ତଦନ୍ତ ଆରମ୍ଭ କରିଛି ସିଆଇଡି । ମୁଖ୍ୟମନ୍ତ୍ରୀଙ୍କ ସିଙ୍ଗଡ଼ା ହଜିବା ଘଟଣାକୁ ସରକାର ବିରୋଧୀ କାର୍ଯ୍ୟ ବୋଲି ଦର୍ଶାଇଛି ତଦନ୍ତକାରୀ ସଂସ୍ଥା । ଏହି ଘଟଣାରେ ୫ ଜଣ ପୋଲିସ କର୍ମଚାରୀଙ୍କୁ ମଧ୍ୟ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । କେବଳ ଏତିକି ନୁହେଁ, ସେମାନଙ୍କ ବିରୋଧରେ କଠୋର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ କରାଯାଇଛି । ଏଭଳି ଏକ ରୋଚକ ଘଟଣାକୁ ନେଇ ଏବେ ପାହାଡ଼ି ରାଜ୍ୟ ହିମାଚଳ ପ୍ରଦେଶରେ ଚହଳ ସୃଷ୍ଟି ହୋଇଛି।
ଘଟନାନୁସାରେ,ଗତ ୨୧ ତାରିଖରେ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ସିମଲାସ୍ଥିତ ସିଆଇଡି ହେଡକ୍ୱାର୍ଟର୍ସ ପରିଦର୍ଶନ କରିବାକୁ ଯାଇଥିଲେ। ସେଠାରେ ମୁଖ୍ୟମନ୍ତ୍ରୀଙ୍କୁ ଜଳଖିଆ ପାଇଁ ସିଙ୍ଗଡ଼ା,କେକ୍ ଆଦି ସ୍ନାକ୍ସ ମଗାଯାଇଥିଲା । ତେବେ ମୁଖ୍ୟମନ୍ତ୍ରୀଙ୍କ ପରିବର୍ତ୍ତେ ସେସବୁ ତାଙ୍କ ସୁରକ୍ଷା କର୍ମୀଙ୍କୁ ପରସା ଯାଇଥିଲା। ମୁଖ୍ୟମନ୍ତ୍ରୀଙ୍କ ପ୍ଲେଟରୁ ସିଙ୍ଗଡ଼ା, କେକ୍ ଗାଏବ ହେବା ଘଟଣାକୁ ନେଇ ଚର୍ଚ୍ଚା ହେବା ପରେ ଏହାର ତଦନ୍ତ କରାଯାଇଥିଲା । ସିଆଇଡି ଘଟଣାର ତଦନ୍ତ କରିବା ସହ ଏହା ସରକାର ବିରୋଧୀ କାର୍ଯ୍ୟ ବୋଲି ଦର୍ଶାଇଥିବା ସୂଚନା ମିଳିଛି ।
ସୂଚନାଯୋଗ୍ୟ, ଗତ ୨୧ ତାରିଖରେ ମୁଖ୍ୟମନ୍ତ୍ରୀ ସିଆଇଡି କାର୍ଯ୍ୟାଳୟରେ ଥିବା ବେ ଲକ୍କର ବଜାରସ୍ଥିତ ଏକ ହୋଟେଲରୁ ୩ ଡବା ଅର୍ଡର କରାଯାଇଥିଲା। ଯାହାକି ମୁଖ୍ୟମନ୍ତ୍ରୀଙ୍କୁ ପରସା ଯାଇଥାନ୍ତା । ଆଇଜି ରାଙ୍କର ଜଣେ ଅଧିକାରୀ ଏଥିନିମନ୍ତେ ଜଣେ ସବ୍ଇନ୍ସପେକ୍ଟରଙ୍କୁ ଦାୟିତ୍ୱ ଦେଇଥିଲେ। ସବ୍-ଇନ୍ସପେକ୍ଟଜଣକ କିନ୍ତୁ ଜଣେ ASI ଓ ଜଣେ ହେଡ କନଷ୍ଟେବଳଙ୍କୁ ଏହି ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଉଭୟ ହୋଟେଲ ଯାଇ ୩ ଡବା ଭର୍ତ୍ତି ଟିଫିନ୍ ଆଣିଥିଲେ। ଏହାକୁ ସେମାନେ ଇନ୍ସପେକ୍ଟର ରାଙ୍କର ଜଣେ ମହିଳା ଅଧିକାରୀଙ୍କୁ ଦେଇଥିଲେ ।