କୋଭିଡ୍‌ ଆକ୍ରାନ୍ତଙ୍କ ଫୁସ୍‌ଫୁସ୍‌ ସମସ୍ୟା ବଢ଼ିଛି

ନୂଆଦିଲ୍ଲୀ, ୨୮।୨ : କୋଭିଡ୍‌ ଦ୍ୱାରା ଗମ୍ଭୀର ଭାବେ ଆକ୍ରାନ୍ତ ହୋଇଥିବା ଭାରତୀୟଙ୍କ ମଧ୍ୟରୁ ଅଧିକାଂଶଙ୍କର ଫୁସ୍‌ଫସ୍‌ ଜନିତ ସମସ୍ୟା ବଢ଼ିଛି, ଯାହା ଫଳରେ ସେମାନଙ୍କ ଶ୍ୱାସକ୍ରିୟାରେ ସମସ୍ୟା ଉପୁଜୁଥିବା ଏକ ଅଧ୍ୟୟନରୁ ଜଣା ପଡ଼ିଛି। ଭେଲ୍ଲୋରର ଖ୍ରୀଷ୍ଟିଆନ ମେଡିକାଲ କଲେଜ ଦ୍ୱାରା ଏହି ଅଧ୍ୟୟନ କରାଯାଇଥିବାବେଳେ ଏଥିରେ କୋଭିଡ୍‌ ଦ୍ୱାରା ଗମ୍ଭୀର ଭାବେ ଆକ୍ରାନ୍ତ ହୋଇଥିବା ୨୦୭ ଜଣ ବ୍ୟକ୍ତିଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ପ୍ରାୟ ୨ ମାସରୁ ଅଧିକ ସମୟ ଧରି କରୋନାରେ ପୀଡ଼ିତ […] The post କୋଭିଡ୍‌ ଆକ୍ରାନ୍ତଙ୍କ ଫୁସ୍‌ଫୁସ୍‌ ସମସ୍ୟା ବଢ଼ିଛି appeared first on Dharitri Odia News.

କୋଭିଡ୍‌ ଆକ୍ରାନ୍ତଙ୍କ ଫୁସ୍‌ଫୁସ୍‌ ସମସ୍ୟା ବଢ଼ିଛି

ନୂଆଦିଲ୍ଲୀ, ୨୮।୨ : କୋଭିଡ୍‌ ଦ୍ୱାରା ଗମ୍ଭୀର ଭାବେ ଆକ୍ରାନ୍ତ ହୋଇଥିବା ଭାରତୀୟଙ୍କ ମଧ୍ୟରୁ ଅଧିକାଂଶଙ୍କର ଫୁସ୍‌ଫସ୍‌ ଜନିତ ସମସ୍ୟା ବଢ଼ିଛି, ଯାହା ଫଳରେ ସେମାନଙ୍କ ଶ୍ୱାସକ୍ରିୟାରେ ସମସ୍ୟା ଉପୁଜୁଥିବା ଏକ ଅଧ୍ୟୟନରୁ ଜଣା ପଡ଼ିଛି। ଭେଲ୍ଲୋରର ଖ୍ରୀଷ୍ଟିଆନ ମେଡିକାଲ କଲେଜ ଦ୍ୱାରା ଏହି ଅଧ୍ୟୟନ କରାଯାଇଥିବାବେଳେ ଏଥିରେ କୋଭିଡ୍‌ ଦ୍ୱାରା ଗମ୍ଭୀର ଭାବେ ଆକ୍ରାନ୍ତ ହୋଇଥିବା ୨୦୭ ଜଣ ବ୍ୟକ୍ତିଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ପ୍ରାୟ ୨ ମାସରୁ ଅଧିକ ସମୟ ଧରି କରୋନାରେ ପୀଡ଼ିତ ଥିବା ବ୍ୟକ୍ତିଙ୍କୁ ଏହି ଅଧ୍ୟୟନରେ ସାମିଲ କରାଯାଇଥିଲା। କରୋନାରୁ ସୁସ୍ଥ ହୋଇଥିବା ଏହି ବ୍ୟକ୍ତିମାନଙ୍କ ଫୁସ୍‌ଫୁସ୍‌ର କାର୍ଯ୍ୟ କ୍ଷମତା ହ୍ରାସ ପାଇଥିବା ବେଳେ ସେମାନଙ୍କ ଜୀବନଶୈଳୀରେ ଯଥେଷ୍ଟ ଦୁର୍ବଳତା ପ୍ରଦର୍ଶିତ ହୋଇଥିବା ଏହି ଅଧ୍ୟୟନରୁ ଜଣା ପଡ଼ିଛି। ପରୀକ୍ଷା କରାଯାଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ପ୍ରାୟ ଅଧା ବ୍ୟକ୍ତି (୪୯.୩%) ଶ୍ୱାସକ୍ରିୟାରେ ଅସୁବିଧା ଭୋଗ କରୁଥିବା ଲକ୍ଷ୍ୟ କରାଯାଇଛି। ସେହିପରି ୨୭ ପ୍ରତିଶତ ବ୍ୟକ୍ତିଙ୍କ ନିକଟରେ କାଶର ଲକ୍ଷଣ ଥିବା ଏହି ଅଧ୍ୟୟନ କହିଛି। ପୂର୍ବରୁ କୋଭିଡ୍‌ରେ ଆକ୍ରାନ୍ତ ଥିବା ଅନ୍ୟ ଦେଶର ଜନସାଧାରଣଙ୍କ ତୁଳନାରେ ଭାରତୀୟଙ୍କ ଫୁସ୍‌ଫସ୍‌ର କାର୍ଯ୍ୟକ୍ଷମତା ଅଧିକ ହ୍ରାସ ପାଇିଥିବା ନେଇ ସ୍ପଷ୍ଟ କରିଛନ୍ତି ଏହି ଅଧ୍ୟୟନର ମୁଖ୍ୟ ଗବେଷକ ତଥା ଖ୍ରୀଷ୍ଟିଆନ୍‌ ମେଡିକାଲ କଲେଜର ପ୍ରଫେସର ଡି.ଜେ. ଖ୍ରିଷ୍ଟୋଫର୍‌। ତେବେ ଏହାର କୌଣସି ସ୍ପଷ୍ଟ କାରଣ ଜଣା ପଡ଼ି ନ ଥିବା ବେଳେ ପୂର୍ବରୁ ଅନ୍ୟ କୌଣସି ରୋଗରେ ପୀଡ଼ିତ ରହି କୋଭିଡ୍‌ରେ ଆକ୍ରାନ୍ତ ହେବା ଦ୍ୱାରା ଏପରି ଘଟିଥାଇପାରେ ବୋଲି ସେ ଆଶଙ୍କା କରିଛନ୍ତି। ବିଭିନ୍ନ ରୋଗରେ ପୀଡ଼ିତ ହୋଇ କୋରୋନାରେ ଆକ୍ରାନ୍ତ ଥିବା ଭାରତୀୟଙ୍କ ସଂଖ୍ୟା ଅନ୍ୟ ଦେଶ ତୁଳନାରେ ଅଧିକ ରହିଥିବା ସେ ସୂଚନା ଦେଇଛନ୍ତି।

The post କୋଭିଡ୍‌ ଆକ୍ରାନ୍ତଙ୍କ ଫୁସ୍‌ଫୁସ୍‌ ସମସ୍ୟା ବଢ଼ିଛି appeared first on Dharitri Odia News.