ଓମ ବିର୍ଲା ବନାମ କେ.ସୁରେଶ: ଲୋକ ସଭା ବାଚସ୍ପତି କିପରି ହେବେ ନିର୍ବାଚିତ , ଜାଣନ୍ତୁ ସମସ୍ତ ପ୍ରକ୍ରିୟା
ନୂଆଦିଲ୍ଲୀ,୨୬।୬: ଲୋକ ସଭା ବାଚସ୍ପତି ପଦବୀ ପାଇଁ ଆଜି ନିର୍ବାଚନ ଅନୁଷ୍ଠିତ ହେବ। ଭାଜପା ନେତୃତ୍ୱାଧୀନ ଏନଡିଏ ପୂର୍ବତନ ବାଚସ୍ପତି ଓମ ବିର୍ଲାଙ୍କୁ ଅଷ୍ଟାଦଶ ଲୋକ ସଭାର ବାଚସ୍ପତି ପ୍ରାର୍ଥୀ ଚୟନ କରିଛି। ତେବେ ବିରୋଧୀ ଦଳଗୁଡ଼ିକୁ ଏନେଇ ସହମତିରେ ଆଣିବାରେ ଶାସକ ଦଳ ବିଫଳ ହୋଇଛି। ବିରୋଧୀ ମେଣ୍ଟ ପକ୍ଷରୁ ବରିଷ୍ଠ କଂଗ୍ରେସ ଏମ୍ପି କୋଡିକୁନିଲ ସୁରେଶଙ୍କୁ ପ୍ରାର୍ଥୀ ମନୋନୀତ କରାଯାଇଛି। କୁହାଯାଉଛି ଯେ ଯେତେବେଳେ ବୁଧବାର ଲୋକ ସଭା ପ୍ରକ୍ରିୟା ଆରମ୍ଭ ହେବ, ସେତେବେଳେ […] The post ଓମ ବିର୍ଲା ବନାମ କେ.ସୁରେଶ: ଲୋକ ସଭା ବାଚସ୍ପତି କିପରି ହେବେ ନିର୍ବାଚିତ , ଜାଣନ୍ତୁ ସମସ୍ତ ପ୍ରକ୍ରିୟା appeared first on Dharitri Odia News.
ନୂଆଦିଲ୍ଲୀ,୨୬।୬: ଲୋକ ସଭା ବାଚସ୍ପତି ପଦବୀ ପାଇଁ ଆଜି ନିର୍ବାଚନ ଅନୁଷ୍ଠିତ ହେବ। ଭାଜପା ନେତୃତ୍ୱାଧୀନ ଏନଡିଏ ପୂର୍ବତନ ବାଚସ୍ପତି ଓମ ବିର୍ଲାଙ୍କୁ ଅଷ୍ଟାଦଶ ଲୋକ ସଭାର ବାଚସ୍ପତି ପ୍ରାର୍ଥୀ ଚୟନ କରିଛି। ତେବେ ବିରୋଧୀ ଦଳଗୁଡ଼ିକୁ ଏନେଇ ସହମତିରେ ଆଣିବାରେ ଶାସକ ଦଳ ବିଫଳ ହୋଇଛି। ବିରୋଧୀ ମେଣ୍ଟ ପକ୍ଷରୁ ବରିଷ୍ଠ କଂଗ୍ରେସ ଏମ୍ପି କୋଡିକୁନିଲ ସୁରେଶଙ୍କୁ ପ୍ରାର୍ଥୀ ମନୋନୀତ କରାଯାଇଛି।
କୁହାଯାଉଛି ଯେ ଯେତେବେଳେ ବୁଧବାର ଲୋକ ସଭା ପ୍ରକ୍ରିୟା ଆରମ୍ଭ ହେବ, ସେତେବେଳେ ନୂତନ ଭାବେ ନିର୍ବାଚିତ ସାଂସଦଙ୍କ ନାମ ଡକାଯିବ , ଯେଉଁମାନେ ସଂସଦ ସଦସ୍ୟତାର ଶପଥ ଗ୍ରହଣ କରିନାହାଁନ୍ତି। ଏହା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୃହରେ ନୂତନ ଲୋକ ସଭା ବାଚସ୍ପତି ଭାବରେ ଓମ ବିର୍ଲାଙ୍କ ନାମ ପ୍ରସ୍ତାବ ଦେବେ ଏବଂ ନିର୍ଦ୍ୱନ୍ଦରେ ତାଙ୍କୁ ସର୍ବସମ୍ମତି କ୍ରମେ ଚୟନ କରିବାକୁ ସମସ୍ତ ଦଳ ଅନୁରୋଧ କରିବେ।
ଯଦି ଲୋକ ସଭା ବାଚସ୍ପତି ପ୍ରାର୍ଥୀ ଭାବରେ ସୁରେଶଙ୍କ ନାମ ପ୍ରସ୍ତାବ ଦିଆଯାଇନଥାଏ, ତେବେ ଓମ ବିର୍ଲା ଲୋକ ସଭା ବାଚସ୍ପତି ଭାବରେ ନିର୍ଦ୍ୱନ୍ଦରେ ନିର୍ବାଚିତ ହେବେ। ଯଦି ବିରୋଧୀ ଏହାର ପ୍ରାର୍ଥୀଙ୍କ ନାମ ପ୍ରସ୍ତାବ ଦିଅନ୍ତି, ତେବେ ଗୃହରେ ନିର୍ବାଚନ ଅନୁଷ୍ଠିତ ହେବ।
The post ଓମ ବିର୍ଲା ବନାମ କେ.ସୁରେଶ: ଲୋକ ସଭା ବାଚସ୍ପତି କିପରି ହେବେ ନିର୍ବାଚିତ , ଜାଣନ୍ତୁ ସମସ୍ତ ପ୍ରକ୍ରିୟା appeared first on Dharitri Odia News.