ଟ୍ରକ ଡ୍ରାଇଭରଙ୍କ ଆନ୍ଦୋଳନ, ଦୁଇ ଓ ଚାରି ଚକିଆ ଗାଡ଼ି ତେଲ କିଣା ପାଇଁ କଟକଣା ଲଗାଇଲେ ସରକାର

ନୂଆଦିଲ୍ଲୀ,୨।୧: ସମଗ୍ର ଦେଶରେ ଏବେ ତେଲ ଟ୍ୟାଙ୍କର ଡ୍ରାଇଭରଙ୍କ ଆନ୍ଦୋଳନ ଚାଲିଥିବା ବେଳେ ବିଭିନ୍ନ ସ୍ଥାନରେ ତେଲ ପକାଇବାକୁ ବାଇକ ଏବଂ କାର ମାନଙ୍କର ଭିଡ଼ ଦେଖିବାକୁ ମିଳିଛି। ହିଟ ଆଣ୍ଡ ରନ୍ ମାମଲାରେ ଅନେକ ରାଜ୍ୟରେ ଟ୍ୟାଙ୍କର ଡ୍ରାଇଭରମାନେ ଆନ୍ଦୋଳନ ଚଳାଇଛନ୍ତି। ଫଳରେ ଦେଶର ବିଭିନ୍ନ ପେଟ୍ରୋଲ ପମ୍ପରେ ବହୁ ମାତ୍ରାରେ ଭିଡ଼ ଦେଖିବାକୁ ମିଳୁଛି। ଏହାକୁ ଦୃଷ୍ଟିରେ ରଖି ଚଣ୍ଡୀଗଡ଼ ସରକାର ବିଭିନ୍ନ ଗାଡ଼ି ପାଇଁ କଟକଣା ଜାରି କରିଛନ୍ତି। ଏହି ନିୟମ ଅନୁଯାୟୀ, […] The post ଟ୍ରକ ଡ୍ରାଇଭରଙ୍କ ଆନ୍ଦୋଳନ, ଦୁଇ ଓ ଚାରି ଚକିଆ ଗାଡ଼ି ତେଲ କିଣା ପାଇଁ କଟକଣା ଲଗାଇଲେ ସରକାର appeared first on Dharitri Odia News.

ଟ୍ରକ ଡ୍ରାଇଭରଙ୍କ ଆନ୍ଦୋଳନ, ଦୁଇ ଓ ଚାରି ଚକିଆ ଗାଡ଼ି ତେଲ କିଣା ପାଇଁ କଟକଣା ଲଗାଇଲେ ସରକାର

ନୂଆଦିଲ୍ଲୀ,୨।୧: ସମଗ୍ର ଦେଶରେ ଏବେ ତେଲ ଟ୍ୟାଙ୍କର ଡ୍ରାଇଭରଙ୍କ ଆନ୍ଦୋଳନ ଚାଲିଥିବା ବେଳେ ବିଭିନ୍ନ ସ୍ଥାନରେ ତେଲ ପକାଇବାକୁ ବାଇକ ଏବଂ କାର ମାନଙ୍କର ଭିଡ଼ ଦେଖିବାକୁ ମିଳିଛି। ହିଟ ଆଣ୍ଡ ରନ୍ ମାମଲାରେ ଅନେକ ରାଜ୍ୟରେ ଟ୍ୟାଙ୍କର ଡ୍ରାଇଭରମାନେ ଆନ୍ଦୋଳନ ଚଳାଇଛନ୍ତି। ଫଳରେ ଦେଶର ବିଭିନ୍ନ ପେଟ୍ରୋଲ ପମ୍ପରେ ବହୁ ମାତ୍ରାରେ ଭିଡ଼ ଦେଖିବାକୁ ମିଳୁଛି।

ଏହାକୁ ଦୃଷ୍ଟିରେ ରଖି ଚଣ୍ଡୀଗଡ଼ ସରକାର ବିଭିନ୍ନ ଗାଡ଼ି ପାଇଁ କଟକଣା ଜାରି କରିଛନ୍ତି। ଏହି ନିୟମ ଅନୁଯାୟୀ, ବାଇକ ଦୁଇ ଲିଟର କିମ୍ବା ୨୦୦ ଟଙ୍କା ରହିଥିଲା ବେଳେ ଚାରିଚକିଆ ଗାଡି ପାଇଁ ୫ ଲିଟର କିମ୍ବା ୫୦୦ ଟଙ୍କା ସର୍ବାଧିକ ସୀମା ରହିଛି।

ଯୋଗାଣରେ ସୃଷ୍ଟି ହୋଇଥିବା ଅସ୍ଥାୟୀ ବ୍ୟାଘାତ ସମୟରେ ସମସ୍ତଙ୍କ ପାଇଁ ଟେଲର ଉପଲବ୍ଧତାକୁ ସୁନିଶ୍ଚିତ କରିବା ପାଇଁ ଧାର୍ଯ୍ୟ ସୀମା ଏକ ସାମୟିକ ପଦକ୍ଷେପ ବୋଲି ଚଣ୍ଡିଗଡ଼ ପ୍ରଶାସନ କହିଛି। ଏକ ସରକାରୀ ବିବୃତ୍ତିରେ କୁହାଯାଇଛି, “ପେଟ୍ରୋଲ ପମ୍ପରେ ଅପରେଟରମାନଙ୍କୁ ଏହି ନିୟମ ମାନିବାକୁ ଅନୁରୋଧ କରାଯାଇଛି ଏବଂ ଗ୍ରାହକମାନଙ୍କୁ ଦୟାକରି ପ୍ରତିବନ୍ଧକ ସହିତ ସହଯୋଗ କରିବାକୁ ଅନୁରୋଧ କରାଯାଇଛି।

The post ଟ୍ରକ ଡ୍ରାଇଭରଙ୍କ ଆନ୍ଦୋଳନ, ଦୁଇ ଓ ଚାରି ଚକିଆ ଗାଡ଼ି ତେଲ କିଣା ପାଇଁ କଟକଣା ଲଗାଇଲେ ସରକାର appeared first on Dharitri Odia News.