୨ବର୍ଷ ହେଲା ଅର୍ଦ୍ଧନିର୍ମିତ ଅବସ୍ଥାରେ ପଡ଼ିଛି ଅଙ୍ଗନୱାଡ଼ି କେନ୍ଦ୍ର: କ୍ଲବ ଘରେ ଚାଲିଛି ଶିକ୍ଷାଦାନ
ବରଗଡ଼,୧୦।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ବ୍ଲକ ଅନ୍ତର୍ଗତ ବରାହଗୋଡ଼ା ଗ୍ରାମର ପଞ୍ଚାୟତ ପଡ଼ାସ୍ଥିତ ଅଙ୍ଗନୱାଡ଼ି କେନ୍ଦ୍ର ଦୀର୍ଘ ୨ବର୍ଷ ହେଲା ଅର୍ଦ୍ଧନିର୍ମିତ ଅବସ୍ଥାରେ ପଡ଼ି ରହିଛି। ଏହାକୁ ନେଇ ପଡ଼ାବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏହି କ୍ରମରେ ଶୁକ୍ରବାର ପଡ଼ାବାସୀ ବରଗଡ଼ ଜିଲାପାଳ ଆଦିତ୍ୟ ଗୋୟଲଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଅଙ୍ଗନୱାଡ଼ି କେନ୍ଦ୍ରର ନିର୍ମାଣ କାର୍ଯ୍ୟ ତୁରନ୍ତ ସମାପନ କରିବା ଦିଗରେ ବିହିତ ପଦକ୍ଷେପ ନେବା ପାଇଁ ସ୍ମାରକପତ୍ରରେ ନିବେଦନ କରାଯାଇଛି। ପ୍ରକାଶ ଯେ, ୨ବର୍ଷତଳୁ […] The post ୨ବର୍ଷ ହେଲା ଅର୍ଦ୍ଧନିର୍ମିତ ଅବସ୍ଥାରେ ପଡ଼ିଛି ଅଙ୍ଗନୱାଡ଼ି କେନ୍ଦ୍ର: କ୍ଲବ ଘରେ ଚାଲିଛି ଶିକ୍ଷାଦାନ appeared first on Dharitri Odia News.
ବରଗଡ଼,୧୦।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ବ୍ଲକ ଅନ୍ତର୍ଗତ ବରାହଗୋଡ଼ା ଗ୍ରାମର ପଞ୍ଚାୟତ ପଡ଼ାସ୍ଥିତ ଅଙ୍ଗନୱାଡ଼ି କେନ୍ଦ୍ର ଦୀର୍ଘ ୨ବର୍ଷ ହେଲା ଅର୍ଦ୍ଧନିର୍ମିତ ଅବସ୍ଥାରେ ପଡ଼ି ରହିଛି। ଏହାକୁ ନେଇ ପଡ଼ାବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏହି କ୍ରମରେ ଶୁକ୍ରବାର ପଡ଼ାବାସୀ ବରଗଡ଼ ଜିଲାପାଳ ଆଦିତ୍ୟ ଗୋୟଲଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଅଙ୍ଗନୱାଡ଼ି କେନ୍ଦ୍ରର ନିର୍ମାଣ କାର୍ଯ୍ୟ ତୁରନ୍ତ ସମାପନ କରିବା ଦିଗରେ ବିହିତ ପଦକ୍ଷେପ ନେବା ପାଇଁ ସ୍ମାରକପତ୍ରରେ ନିବେଦନ କରାଯାଇଛି।
ପ୍ରକାଶ ଯେ, ୨ବର୍ଷତଳୁ ଅଙ୍ଗନୱାଡ଼ି କେନ୍ଦ୍ରର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। କିନ୍ତୁ ଏପର୍ଯ୍ୟନ୍ତ ନିର୍ମାଣ ସରି ନାହିଁ। ଏପରି କି ଗତ ୬ମାସ ହେଲା ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ବନ୍ଦ ରହିଛି। ଅନ୍ୟପଟେ ଶିଶୁମାନଙ୍କୁ ବିପଦ ସଂକୁଳ ଅବସ୍ଥାରେ ରହିଥିବା ଏକ କ୍ଲବ ଘରେ ଶିକ୍ଷାଦାନ କରାଯାଉଛି। ଏ ନେଇ ବିଭାଗୀୟ ଅଧିକାରୀ, ଯନ୍ତ୍ରୀଙ୍କୁ ବାରମ୍ବାର ଅବଗତ କରାଯିବା ସତ୍ତ୍ୱେ କିଛି ସୁଫଳ ମିଳି ନ ଥିବା ଅଭିଯୋଗ ହୋଇଛି। ଫଳରେ ଅର୍ଦ୍ଧନିର୍ମିତ ଅବସ୍ଥାରେ ପଡ଼ିଥିବା ଅଙ୍ଗନୱାଡ଼ି କେନ୍ଦ୍ରର ନିର୍ମାଣ କାର୍ଯ୍ୟ ତୁରନ୍ତ ସମ୍ପୂର୍ଣ୍ଣ ସହିତ ତାକୁ କାର୍ଯ୍ୟକ୍ଷମ କରିବାକୁ ଦାବି ହୋଇଛି। ଯମୁନା ମେହେର, ସୁଜାତା ସାହୁ, ହେମନ୍ତ ସୁନା, ନିମାଇଁ ସାହୁ ପ୍ରମୁଖ ସ୍ମାରକପତ୍ର ପ୍ରଦାନ ପାଇଁ ଜିଲାପାଳଙ୍କ ଅଫିସକୁ ଆସିଥିଲେ।
The post ୨ବର୍ଷ ହେଲା ଅର୍ଦ୍ଧନିର୍ମିତ ଅବସ୍ଥାରେ ପଡ଼ିଛି ଅଙ୍ଗନୱାଡ଼ି କେନ୍ଦ୍ର: କ୍ଲବ ଘରେ ଚାଲିଛି ଶିକ୍ଷାଦାନ appeared first on Dharitri Odia News.