ମା’ ଭୋଟ ଦେବାକୁ ଯାଇଥିଲେ: ପାଣିରେ ବୁଡ଼ିଗଲା ଝିଅ
କେନ୍ଦ୍ରାପଡ଼ା,୧।୬: ୨୦୨୪ ଲୋକ ସଭା ନିର୍ବାଚନର ସପ୍ତମ ତଥା ଅନ୍ତମ ପର୍ଯ୍ୟାୟ ପାଇଁ ମତଦାନ ଚାଲିଛି। ଏହି ପରିପ୍ରେକ୍ଷୀରେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ମା’ ଭୋଟ ଦେବାକୁ ଯାଇଥିବା ବେଳେ ପାଣିରେ ବୁଡି ଜଣେ ଶିଶୁ କନ୍ୟାଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା ଘଟିଛି କେନ୍ଦ୍ରାପଡା ଜିଲା ରାଜକନିକା ପ୍ରହରାଜପୁର ଗାଁରେ। ମୃତକ ହେଲେ କାର୍ତ୍ତିକ ପ୍ରଧାନଙ୍କ ୫ ବର୍ଷ ଝିଅ ସରସ୍ବତୀ ପ୍ରଧାନ। ମିଳିଥିବା ସୂଚନା ମୁତାବକ, ମଧ୍ୟାହ୍ନରେ ମା’ ମଞ୍ଜୁଲତା […] The post ମା’ ଭୋଟ ଦେବାକୁ ଯାଇଥିଲେ: ପାଣିରେ ବୁଡ଼ିଗଲା ଝିଅ appeared first on Dharitri Odia News.
କେନ୍ଦ୍ରାପଡ଼ା,୧।୬: ୨୦୨୪ ଲୋକ ସଭା ନିର୍ବାଚନର ସପ୍ତମ ତଥା ଅନ୍ତମ ପର୍ଯ୍ୟାୟ ପାଇଁ ମତଦାନ ଚାଲିଛି। ଏହି ପରିପ୍ରେକ୍ଷୀରେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ମା’ ଭୋଟ ଦେବାକୁ ଯାଇଥିବା ବେଳେ ପାଣିରେ ବୁଡି ଜଣେ ଶିଶୁ କନ୍ୟାଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା ଘଟିଛି କେନ୍ଦ୍ରାପଡା ଜିଲା ରାଜକନିକା ପ୍ରହରାଜପୁର ଗାଁରେ। ମୃତକ ହେଲେ କାର୍ତ୍ତିକ ପ୍ରଧାନଙ୍କ ୫ ବର୍ଷ ଝିଅ ସରସ୍ବତୀ ପ୍ରଧାନ।
ମିଳିଥିବା ସୂଚନା ମୁତାବକ, ମଧ୍ୟାହ୍ନରେ ମା’ ମଞ୍ଜୁଲତା ପ୍ରଧାନ ଝିଅକୁ ଘରେ ଛାଡି ଭୋଟ ଦେବାକୁ ଯାଇଥିଲେ । ଭୋଟ ଦେଇ ଘରକୁ ଆସି ଝିଅକୁ ପାଇ ନ ହେଲେ। ଦୀର୍ଘ ସମୟ ପରେ ଝିଅ ସରସ୍ବତୀ ପୋଖରୀରେ ଭାସୁଥିବା ଦେଖିବାକୁ ପାଇଥିଲେ। ତୁରନ୍ତ ଝିଅକୁ ଉଦ୍ଧାର କରି ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ଏନେଇ ଗାଁରେ ଶୋକର ଛାୟା ଖେଳିଯାଇଛି।
The post ମା’ ଭୋଟ ଦେବାକୁ ଯାଇଥିଲେ: ପାଣିରେ ବୁଡ଼ିଗଲା ଝିଅ appeared first on Dharitri Odia News.