ବଡ଼ ହୃଦୟ ଦେଖାଇଲେ ଆନନ୍ଦ ମହିନ୍ଦ୍ରା: ସରଫରାଜଙ୍କ ପିତାଙ୍କୁ ଉପହାରରେ ଦେବେ ଏହି ଗାଡି

ନୂଆଦିଲ୍ଲୀ,୧୬।୨: ଇଂଲଣ୍ଡ ବିପକ୍ଷ ପାଞ୍ଚ ଟେଷ୍ଟ ସିରିଜର ତୃତୀୟ ମ୍ୟାଚରେ ମୁମ୍ବାଇର ସରଫରାଜ ଖାନ ଡେବ୍ୟୁ କରିଥିଲେ। ସେ ରାଜକୋଟରେ ପ୍ରଥମ ଇନିଂସରେ ୬୨ ରନ ସଂଗ୍ରହ କରିଥିଲେ। ୨୬ ବର୍ଷୀୟ ସରଫରାଜ ୨୦୧୩ରେ ପ୍ରଥମ ଶ୍ରେଣୀ କ୍ରିକେଟରେ ଡେବ୍ୟୁ କରିଥିଲେ, କିନ୍ତୁ ତାଙ୍କୁ ଅନ୍ତର୍ଜାତୀୟ ସ୍ତରରେ ଖେଳିବାକୁ ୧୦ ବର୍ଷରୁ ଅଧିକ ସମୟ ଲାଗିଥିଲା। ରାଜକୋଟ ଟେଷ୍ଟର ପ୍ରଥମ ଦିନରେ ସରଫରାଜ ସମ୍ପୂର୍ଣ୍ଣ ରୂପେ ପ୍ରାଧାନ୍ୟ ବିସ୍ତାର କରିଥିଲେ। ସରଫରାଜଙ୍କ କଠିନ ପରିଶ୍ରମ ଏବଂ କ୍ରିକେଟ […] The post ବଡ଼ ହୃଦୟ ଦେଖାଇଲେ ଆନନ୍ଦ ମହିନ୍ଦ୍ରା: ସରଫରାଜଙ୍କ ପିତାଙ୍କୁ ଉପହାରରେ ଦେବେ ଏହି ଗାଡି appeared first on Dharitri Odia News.

ବଡ଼ ହୃଦୟ ଦେଖାଇଲେ ଆନନ୍ଦ ମହିନ୍ଦ୍ରା: ସରଫରାଜଙ୍କ ପିତାଙ୍କୁ ଉପହାରରେ ଦେବେ ଏହି ଗାଡି

ନୂଆଦିଲ୍ଲୀ,୧୬।୨: ଇଂଲଣ୍ଡ ବିପକ୍ଷ ପାଞ୍ଚ ଟେଷ୍ଟ ସିରିଜର ତୃତୀୟ ମ୍ୟାଚରେ ମୁମ୍ବାଇର ସରଫରାଜ ଖାନ ଡେବ୍ୟୁ କରିଥିଲେ। ସେ ରାଜକୋଟରେ ପ୍ରଥମ ଇନିଂସରେ ୬୨ ରନ ସଂଗ୍ରହ କରିଥିଲେ। ୨୬ ବର୍ଷୀୟ ସରଫରାଜ ୨୦୧୩ରେ ପ୍ରଥମ ଶ୍ରେଣୀ କ୍ରିକେଟରେ ଡେବ୍ୟୁ କରିଥିଲେ, କିନ୍ତୁ ତାଙ୍କୁ ଅନ୍ତର୍ଜାତୀୟ ସ୍ତରରେ ଖେଳିବାକୁ ୧୦ ବର୍ଷରୁ ଅଧିକ ସମୟ ଲାଗିଥିଲା। ରାଜକୋଟ ଟେଷ୍ଟର ପ୍ରଥମ ଦିନରେ ସରଫରାଜ ସମ୍ପୂର୍ଣ୍ଣ ରୂପେ ପ୍ରାଧାନ୍ୟ ବିସ୍ତାର କରିଥିଲେ।
ସରଫରାଜଙ୍କ କଠିନ ପରିଶ୍ରମ ଏବଂ କ୍ରିକେଟ ପ୍ରତି ତାଙ୍କର ଉତ୍ସର୍ଗୀକୃତତାକୁ ସମସ୍ତେ ପ୍ରଶଂସା କରୁଛନ୍ତି। ଏହି ତାଲିକାରେ ଦେଶର ପ୍ରସିଦ୍ଧ ବ୍ୟବସାୟୀ ଆନନ୍ଦ ମହିନ୍ଦ୍ରା ମଧ୍ୟ ଯୋଗ ଦେଇଛନ୍ତି। ସେ ସରଫରାଜଙ୍କ ପିତାଙ୍କୁ ଏକ କାର ଉପହାର ଦେବାକୁ ଘୋଷଣା କରିଛନ୍ତି। ଆନନ୍ଦ ମହିନ୍ଦ୍ରା ସୋସିଆଲ ମିଡିଆ ଏକ୍ସରେ ସରଫରାଜଙ୍କୁ ପ୍ରଶଂସା କରିଥିଲେ ଏବଂ ତାଙ୍କ ପାଇଁ ଏକ ବିଶେଷ ବାର୍ତ୍ତା ମଧ୍ୟ ଲେଖିଥିଲେ।
ଆନନ୍ଦ ମହିନ୍ଦ୍ରା ଲେଖିଛନ୍ତି, କେବଳ ସାହସ ହରାନ୍ତୁ ନାହିଁ। କଠିନ ପରିଶ୍ରମ, ସାହସ ଏବଂ ଧୈର୍ଯ୍ୟ ଜଣେ ପିତାଙ୍କ ପାଇଁ ଉତ୍ତମ ଗୁଣ କ’ଣ ହୋଇପାରେ। ପ୍ରେରଣାଦାୟକ ମାତାପିତା ଭାବରେ ଯଦି ନୌଶାଦ ଖାନ ଥର ଉପହାର ଗ୍ରହଣ କରନ୍ତି ତେବେ ଏହା ମୋର ଆନନ୍ଦ ଏବଂ ସମ୍ମାନ ହେବ।

 

The post ବଡ଼ ହୃଦୟ ଦେଖାଇଲେ ଆନନ୍ଦ ମହିନ୍ଦ୍ରା: ସରଫରାଜଙ୍କ ପିତାଙ୍କୁ ଉପହାରରେ ଦେବେ ଏହି ଗାଡି appeared first on Dharitri Odia News.