ଭସାଣିରେ ଡିଜେ ମନା
ବ୍ରହ୍ମପୁର,୨।୧୦(ସ୍ମୃତି ରଞ୍ଜନ ମହାଲିକ): ଜିଲା ପ୍ରଶାସନ ପକ୍ଷରୁ ମଙ୍ଗଳବାର ବ୍ରହ୍ମପୁର ଉପଜିଲାପାଳ ଦିନା ଦସ୍ତଗିରଙ୍କ ସମ୍ମିଳନୀ କକ୍ଷରେ ଦୁର୍ଗାପୂଜା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରଶାସନିକ ନିର୍ଦ୍ଦେଶକୁ ବିଭିନ୍ନ ପୂଜା କମିଟି ସମର୍ଥନ କରିଛନ୍ତି। ବୈଠକରେ ସହରର ୪୨ ପୂଜା କମିଟିର ସଦସ୍ୟ ଉପସ୍ଥିତ ଥିଲେ। ଚଳିତ ବର୍ଷା ଭସାଣିରେ ଡିଜେକୁ ବାରଣ କରାଯାଇଛି। ଶୃଙ୍ଖଳିତ ପୂଜା ଉପରେ ଗୁରୁତ୍ୱ ଦିଆଯାଇଛି। କମିଟିମାନେ ପୂଜା କରୁଥିବା ସ୍ଥାନ ସଂପର୍କରେ ତଥ୍ୟ ଦେବେ। ଅଷ୍ଟମୀରୁ ଦଶମୀ ସନ୍ଧ୍ୟା ୫ଟା […] The post ଭସାଣିରେ ଡିଜେ ମନା appeared first on Dharitri Odia News.
ବ୍ରହ୍ମପୁର,୨।୧୦(ସ୍ମୃତି ରଞ୍ଜନ ମହାଲିକ): ଜିଲା ପ୍ରଶାସନ ପକ୍ଷରୁ ମଙ୍ଗଳବାର ବ୍ରହ୍ମପୁର ଉପଜିଲାପାଳ ଦିନା ଦସ୍ତଗିରଙ୍କ ସମ୍ମିଳନୀ କକ୍ଷରେ ଦୁର୍ଗାପୂଜା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରଶାସନିକ ନିର୍ଦ୍ଦେଶକୁ ବିଭିନ୍ନ ପୂଜା କମିଟି ସମର୍ଥନ କରିଛନ୍ତି। ବୈଠକରେ ସହରର ୪୨ ପୂଜା କମିଟିର ସଦସ୍ୟ ଉପସ୍ଥିତ ଥିଲେ। ଚଳିତ ବର୍ଷା ଭସାଣିରେ ଡିଜେକୁ ବାରଣ କରାଯାଇଛି। ଶୃଙ୍ଖଳିତ ପୂଜା ଉପରେ ଗୁରୁତ୍ୱ ଦିଆଯାଇଛି। କମିଟିମାନେ ପୂଜା କରୁଥିବା ସ୍ଥାନ ସଂପର୍କରେ ତଥ୍ୟ ଦେବେ। ଅଷ୍ଟମୀରୁ ଦଶମୀ ସନ୍ଧ୍ୟା ୫ଟା ପରେ ମଦ ଦୋକାନ ବନ୍ଦ ରହିବ। ଅବକାରୀ ବିଭାଗ ପକ୍ଷରୁ ପାଟ୍ରୋଲିଂ କରାଯିବ। ନିୟମ ଖିଲାପ କଲେ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଭସାଣି ଦିନ ମଦ ଦୋକାନ ସଂପୂର୍ଣ୍ଣ ବନ୍ଦ ରହିବ ବୋଲି ଜିଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ପୂଜା ସମୟରେ ଏକ କଣ୍ଟ୍ରୋଲ ରୁମ ରହିବ। କଣ୍ଟ୍ରୋଲ ରୁମରେ ହେଲ୍ପ ଲାଇନ ନଂ. ଜାରି କରାଯିବ। ଆବଶ୍ୟକ ହେଲେ ଲୋକଙ୍କ ଏହି ନଂ. ଜରିଆରେ ସହଯୋଗ କରାଯିବ। ଏହି ନଂ. ପ୍ରଶାସନ ଓ ପୂଜା କମିଟି ପକ୍ଷରୁ ଘୋଷଣା କରାଯିବ। ଟିପିଏସଓଡିଏଲର ଏକ ଟିମ ବୁଲିବେ। କାୈଣସି ସ୍ଥାନରେ ବିଦ୍ୟୁତ ସରବରାହ ବନ୍ଦ ହେଲେ ସଙ୍ଗେ ସଙ୍ଗେ ସମାଧାନ କରାଯିବ। କାୈଣସି କମିଟି ହୁକ ପକାଇ ବିଦ୍ୟୁତ ଚୋରି କରିବେ ନାହିଁ। ପୂଜା ମଣ୍ଡପରେ ମିଟର ବସାଯିବ। ତଦନୁଯାୟୀ କମିଟି ଦେୟ ପୈଠ କରିବେ। ଅଗ୍ନିଶମ ବିଭାଗ ନିକଟରୁ ଅଗ୍ନି ନିରାପତ୍ତାଠାରୁ ଆରମ୍ଭ କରି ଅନ୍ୟାନ୍ୟ ସୁରକ୍ଷା ସମ୍ବନ୍ଧିତ ଆବେଦନ କମିଟି ଆଣିବେ। ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ଏକ ସିଙ୍ଗଲ ୱିଣ୍ଡୋ ଖୋଲାଯିବ। ଗୋଟିଏ ସ୍ଥାନରେ ସମସ୍ତ ଆବେଦନ ସୁବିଧା ଉପଲବ୍ଧ ରହିବ ବୋଲି ଉପଜିଲାପାଳ କହିଛନ୍ତିି। ୧୪ ତାରିଖରେ ଭସାଣି ଉତ୍ସବ ଅନୁଷ୍ଠିତ ହେବ। ଭସାଣିରେ ଡିଜେ ବାରଣ କରାଯିବା ସହ ପୂଜା ମଣ୍ଡପରେ ୧୬ ଡେସିମିଲ ଶବ୍ଦ ରହିବା ପାଇଁ କମିଟି ଗୁଡିକୁ କୁହାଯାଇଛି। ବିଦ୍ୟୁତ ତାର ସଂସ୍ପର୍ଶରେ ନ ଆସିବା ଭଳି କମ ଉଚ୍ଚତା ବିଶିଷ୍ଟ ତୋରଣ ନିର୍ମାଣ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଟ୍ରାଫିକ ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯିବ। ସହର ମଧ୍ୟରେ ୱାନ ୱେ ଟ୍ରାଫିକ ମଧ୍ୟ କରାଯିବ। ରାସ୍ତା ପାର୍ଶ୍ୱ ଉଠା ଦୋକାନୀଙ୍କୁ ଉଚ୍ଛେଦ ନେଇ ପଦକ୍ଷେପ ଗ୍ରହଣ କରାଯିବ। ରାତି ୧୦ରୁ ସକାଳ ୭ ଯାଏଁ ପାଟ୍ରୋଲିଂ ହେବ। ପୂଜା କମିଟି ସିସିଟିଭି କ୍ୟାମେରା ଲଗାଇବେ ନଚେତ ବିଇଏମସି ପକ୍ଷରୁ ସହରର ସିସିିଟିଭି କ୍ୟାମେରାକୁ ବ୍ୟବହାର କରାଯିବ ବୋଲି କୁହାଯାଇଛି। ଡେପୁଟି କଲେକ୍ଟର କସ୍ତୁରବା ସ୍ବାଇଁ, ତହସିିଲଦାର କ୍ଷୀରୋଦ ପ୍ରସାଦ ନାଗ, ଅବକାରୀ ସୁପରିନଟେଣ୍ଡେଣ୍ଟ୍ ପ୍ରବୀଣ କୁମାର ପ୍ରଧାନ, ଟାଉନ ଥାନାଧିକାରୀ ସାୈଭାଗ୍ୟ କୁମାର ସ୍ବାଇଁ, ଟାଉନ ଏସଡିପିଓ ଦେବୀ ଶଙ୍କର ପ୍ରତାପ ଓ ସଦର ଏସଡିପିଓ ଶୁଭ୍ରାଶୁଂ ଶେଖର ପରିଡାଙ୍କ ସମେତ ସମସ୍ତ ଲାଇନ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।
The post ଭସାଣିରେ ଡିଜେ ମନା appeared first on Dharitri Odia News.