ସିସୋଡିଆଙ୍କୁ ଝଟ୍କା, ମେ’ ୮ ପର୍ଯ୍ୟନ୍ତ ରହିବେ ଜେଲରେ
ନୂଆଦିଲ୍ଲୀ,୨୬।୪: ଦିଲ୍ଲୀ ଏକ୍ସାଇଜ ମାମଲାରେ ହୋଇଥିବା ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ମନୀଷ ସିସୋଡିଆଙ୍କ ନ୍ୟାୟିକ ହେପାଜତକୁ ଆସନ୍ତା ମେ ୮ ପର୍ଯ୍ୟନ୍ତ କୋର୍ଟ ବୃଦ୍ଧି କରିଛନ୍ତି। ସୂଚନାଯୋଗ୍ୟ, ଦିଲ୍ଲୀ ଲିକର ପଲିସି ମାମଲା ସହ ଜଡିତ ଅର୍ଥ ହେରଫେର ମାମଲାରେ ମନୀଷ ସିସୋଡିଆ ପୁଣି ଥରେ କୋର୍ଟରୁ ଝଟ୍କା ପାଇଛନ୍ତି। ରାଉସ ଆଭେନ୍ୟୁ କୋର୍ଟ ଦିଲ୍ଲୀର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ଏବଂ ଆମ ଆଦମୀ ପାର୍ଟି (ଏଏପି) ନେତା ମନୀଷ ସିସୋଡିଆଙ୍କ ନ୍ୟାୟିକ […] The post ସିସୋଡିଆଙ୍କୁ ଝଟ୍କା, ମେ’ ୮ ପର୍ଯ୍ୟନ୍ତ ରହିବେ ଜେଲରେ appeared first on Dharitri Odia News.
ନୂଆଦିଲ୍ଲୀ,୨୬।୪: ଦିଲ୍ଲୀ ଏକ୍ସାଇଜ ମାମଲାରେ ହୋଇଥିବା ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ମନୀଷ ସିସୋଡିଆଙ୍କ ନ୍ୟାୟିକ ହେପାଜତକୁ ଆସନ୍ତା ମେ ୮ ପର୍ଯ୍ୟନ୍ତ କୋର୍ଟ ବୃଦ୍ଧି କରିଛନ୍ତି। ସୂଚନାଯୋଗ୍ୟ,
ଦିଲ୍ଲୀ ଲିକର ପଲିସି ମାମଲା ସହ ଜଡିତ ଅର୍ଥ ହେରଫେର ମାମଲାରେ ମନୀଷ ସିସୋଡିଆ ପୁଣି ଥରେ କୋର୍ଟରୁ ଝଟ୍କା ପାଇଛନ୍ତି। ରାଉସ ଆଭେନ୍ୟୁ କୋର୍ଟ ଦିଲ୍ଲୀର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ଏବଂ ଆମ ଆଦମୀ ପାର୍ଟି (ଏଏପି) ନେତା ମନୀଷ ସିସୋଡିଆଙ୍କ ନ୍ୟାୟିକ ହେପାଜତକୁ ମେ ୮ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଗତ ବର୍ଷ ଫେବୃଆରୀରେ ମନୀଷ ସିସୋଡିଆଙ୍କୁ ଗିରଫ କରାଯାଇଥିଲା। ସେବେଠାରୁ ସେ ଜେଲରେ ଅଛନ୍ତି। ଉକ୍ତ ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ମଧ୍ୟ ଗିରଫ କରାଯାଇଛି।
ଶୁଣାଣି ସମୟରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଏହାର ଉତ୍ତର ଦାଖଲ କରିବାକୁ ସମୟ ମାଗିଥିଲା। ଏହା ଉପରେ କୋର୍ଟ ମେ ୮ ପର୍ଯ୍ୟନ୍ତ ଇଡିକୁ ସମୟ ଦେଇଥିଲେ। କୋର୍ଟ କହିଛନ୍ତି ଯେ ମେ ୮ ମଧ୍ୟାହ୍ନ ୧୨ ଟା ସୁଦ୍ଧା ଡକ୍ୟୁମେଣ୍ଟ ଯାଞ୍ଚ ସମ୍ବନ୍ଧରେ ଇଡି ଏହାର ଉତ୍ତର ଦାଖଲ କରିପାରିବ।
The post ସିସୋଡିଆଙ୍କୁ ଝଟ୍କା, ମେ’ ୮ ପର୍ଯ୍ୟନ୍ତ ରହିବେ ଜେଲରେ appeared first on Dharitri Odia News.