ଡାକ୍ତରଖାନାରୁ ମହିଳା ରୋଗୀ ନିଖୋଜ

ରେଢାଖୋଲ,୧୧ା୫(ଅଚ୍ୟୁତାନନ୍ଦ ପୁରୋହିତ): ସ୍ବାମୀଙ୍କ ମାଡରେ ଆହତ ହୋଇ ରେଢାଖୋଲ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣେ ନିଖୋଜ ହୋଇଯାଇଛନ୍ତି। ଏନେଇ ମହିଳାଙ୍କ ମା’ ରେଢାଖୋଲ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗକାରୀ ବୌଦ୍ଧ ଥାନା ଟାଙ୍ଗରପାଲି ଗ୍ରାମର ମୂଳବାସିନ୍ଦା ମା’ ଗୁରୁବାରୀ ବେହେରା କରିଥିବା ଅଭିଯୋଗ ଅନୁଯାୟୀ ବର୍ଷକ ତଳେ ଝିଅ ସୁନୀତା ବେହେରାଙ୍କୁ ବଲାଙ୍ଗୀରରେ ବିବାହ କରାଇଥିଲେ। ବିବାହର କିଛି ମାସ ପରେ ତାଙ୍କ ସ୍ବାମୀ ନିର୍ଯାତନା ଦେବା ସହ ବିଭିନ୍ନ ସମୟରେ ମାରପିଟ କରୁଥିଲେ। ତେବେ ସେ […] The post ଡାକ୍ତରଖାନାରୁ ମହିଳା ରୋଗୀ ନିଖୋଜ appeared first on Dharitri Odia News.

ଡାକ୍ତରଖାନାରୁ ମହିଳା ରୋଗୀ ନିଖୋଜ

ରେଢାଖୋଲ,୧୧ା୫(ଅଚ୍ୟୁତାନନ୍ଦ ପୁରୋହିତ): ସ୍ବାମୀଙ୍କ ମାଡରେ ଆହତ ହୋଇ ରେଢାଖୋଲ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣେ ନିଖୋଜ ହୋଇଯାଇଛନ୍ତି। ଏନେଇ ମହିଳାଙ୍କ ମା’ ରେଢାଖୋଲ ଥାନାରେ ଅଭିଯୋଗ କରିଛନ୍ତି।

ଅଭିଯୋଗକାରୀ ବୌଦ୍ଧ ଥାନା ଟାଙ୍ଗରପାଲି ଗ୍ରାମର ମୂଳବାସିନ୍ଦା ମା’ ଗୁରୁବାରୀ ବେହେରା କରିଥିବା ଅଭିଯୋଗ ଅନୁଯାୟୀ ବର୍ଷକ ତଳେ ଝିଅ ସୁନୀତା ବେହେରାଙ୍କୁ ବଲାଙ୍ଗୀରରେ ବିବାହ କରାଇଥିଲେ। ବିବାହର କିଛି ମାସ ପରେ ତାଙ୍କ ସ୍ବାମୀ ନିର୍ଯାତନା ଦେବା ସହ ବିଭିନ୍ନ ସମୟରେ ମାରପିଟ କରୁଥିଲେ। ତେବେ ସେ ଯାଇ ଉଭଙ୍କ ମଧ୍ୟରେ ମିଳାମିଶା କରୁଥିଲେ। ଗତ ୭ ତାରିଖ ସ୍ବାମୀ ମାରପିଟ କରିବାରେ ଆହତ ହୋଇ ସୁନୀତା ତାଙ୍କ ମା’ ରହୁଥିବା ରେଢାଖୋଲ ସହର ସାଲେସିଂ ଗ୍ରାମକୁ ଆସିଥିଲେ। ତାଙ୍କ ଅବସ୍ଥା ଭଲ ନ ଥିବାରୁ ମା’ ସୁନୀତାଙ୍କୁ ରେଢାଖୋଲ ଡାକ୍ତରଖାନାରେ ୮ତାରିଖ ଭର୍ତ୍ତି କରିଥିଲେ। ତେବେ ଶନିବାର ରାତିରୁ ସେ ଡାକ୍ତରଖାନାରୁ ନିଖୋଜ ହୋଇଯାଇଥିବା ଗୁରୁବାରୀ ଅଭିଯୋଗ କରିଛନ୍ତି।

ଏକ ନିଖୋଜ ମାମଲା ରୁଜୁ କରି ଡାକ୍ତରଖାନା ସିସିଟିଭି ଫୁଟେଜ ଯାଞ୍ଚ କରିବା ସହ ଘଟଣାର ତଦନ୍ତ କରାଯାଉଛି ବୋଲି ଏସ୍‌ଆଇ ଚିତ୍ତରଞ୍ଜନ ମେହେର କହିଛନ୍ତି। ତେବେ ରେଢାଖୋଲ ଡାକ୍ତରଖାନାରେ ନିଯୁକ୍ତ ସୁରକ୍ଷା କର୍ମୀଙ୍କୁ ଭେଦ କରି ଜଣେ ରୋଗୀ କିପରି ନିଖୋଜ ହେଲେ ତାହା ରହସ୍ୟମୟ ହୋଇଛି।

The post ଡାକ୍ତରଖାନାରୁ ମହିଳା ରୋଗୀ ନିଖୋଜ appeared first on Dharitri Odia News.