ପତାକା ଉତ୍ତୋଳନ କରିବାକୁ ଆସି ଓଲଟିଲା ସ୍କୁଲ୍‌ ଭ୍ୟାନ୍‌: ଛାତ୍ର ମୃତ ୨୩ ଆହତ

ଆଠଗଡ଼,୨୬।୧: ସାଧାରଣତନ୍ତ୍ର ଦିବସରେ ବଡ଼ ଅଘଟଣ ଘଟିଛି। ପତାକା ଉତ୍ତୋଳନ କରିବା ପାଇଁ ବିଦ୍ୟାଳୟ ଆସୁଥିବା ବେଳେ ଭ୍ୟାନ୍‌ ଓଲଟି ପଡ଼ି ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି ୨୩ଜଣ ଆହତ ହୋଇଛନ୍ତି। ଏଭଳି ଘଟଣା ଘଟିଛି କଟକ ଜିଲା ଉତ୍ତର ବାଙ୍କୀ ବ୍ଲକ ଅନ୍ତର୍ଗତ ମାଳବିହାରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ। ଏକ ପିକ୍‌ଅପ୍‌ ଭ୍ୟାନରେ ସରଣ୍ଡା ବିଦ୍ୟାପୀଠକୁ ପ୍ୟାରେଡ ପାଇଁ ଯାଉଥିବା ବେଳେ ନଟିଆବର ନିକଟରେ ଭ୍ୟାନଟି ଓଲଟିପଡ଼ିଥିଲା। ସେଥିରେଥିବା ପିଲାମାନଙ୍କ ମଧ୍ୟରୁ ୨୩ଜଣ ଆହତ ହୋଇ […] The post ପତାକା ଉତ୍ତୋଳନ କରିବାକୁ ଆସି ଓଲଟିଲା ସ୍କୁଲ୍‌ ଭ୍ୟାନ୍‌: ଛାତ୍ର ମୃତ ୨୩ ଆହତ appeared first on Dharitri Odia News.

ପତାକା ଉତ୍ତୋଳନ କରିବାକୁ ଆସି ଓଲଟିଲା ସ୍କୁଲ୍‌ ଭ୍ୟାନ୍‌: ଛାତ୍ର ମୃତ ୨୩ ଆହତ

ଆଠଗଡ଼,୨୬।୧: ସାଧାରଣତନ୍ତ୍ର ଦିବସରେ ବଡ଼ ଅଘଟଣ ଘଟିଛି। ପତାକା ଉତ୍ତୋଳନ କରିବା ପାଇଁ ବିଦ୍ୟାଳୟ ଆସୁଥିବା ବେଳେ ଭ୍ୟାନ୍‌ ଓଲଟି ପଡ଼ି ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି ୨୩ଜଣ ଆହତ ହୋଇଛନ୍ତି। ଏଭଳି ଘଟଣା ଘଟିଛି କଟକ ଜିଲା ଉତ୍ତର ବାଙ୍କୀ ବ୍ଲକ ଅନ୍ତର୍ଗତ ମାଳବିହାରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ। ଏକ ପିକ୍‌ଅପ୍‌ ଭ୍ୟାନରେ ସରଣ୍ଡା ବିଦ୍ୟାପୀଠକୁ ପ୍ୟାରେଡ ପାଇଁ ଯାଉଥିବା ବେଳେ ନଟିଆବର ନିକଟରେ ଭ୍ୟାନଟି ଓଲଟିପଡ଼ିଥିଲା।
ସେଥିରେଥିବା ପିଲାମାନଙ୍କ ମଧ୍ୟରୁ ୨୩ଜଣ ଆହତ ହୋଇ ଆଠଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ସେମାନଙ୍କ ମଧ୍ୟରୁ ୯ ଜଣଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି। ସେମାନଙ୍କ ମଧ୍ୟରୁ କଟକ ଯାଉଥିବା ବେଳେ ବାଟରେ ମାଧପୁର ନିକଟରେ ସୌମ୍ୟରଞ୍ଜନ ବେହେରାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି।ପୋଷ୍ଟମର୍ଟମ ପାଇଁ ଆଠଗଡ଼ ଉପଖଣ୍ଡ ଚିକିତ୍ସାଳୟକୁ ଅଣାଯାଇଛି। ଆଠଗଡ଼ ଡାକ୍ତରଖାନାରେ ଆଠଗଡ଼ ଉପଜିଲାପାଳ ପ୍ରହଲ୍ଲାଦ ନାରାୟଣ ଶର୍ମା, ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ରବିନ୍ଦ୍ର ମଲ୍ଲିକ, ତହସିଲଦାର କ୍ଷେତ୍ର ମୋହନ ସ୍ବାଇଁ ପହଞ୍ଚି ଘଟଣା ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି। ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସାଇଁ, ଭାଜନା ନେତା ବ୍ରଜେନ୍ଦ୍ରରାୟ ମଧ୍ୟ ଡାକ୍ତରଖାନାରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି।

The post ପତାକା ଉତ୍ତୋଳନ କରିବାକୁ ଆସି ଓଲଟିଲା ସ୍କୁଲ୍‌ ଭ୍ୟାନ୍‌: ଛାତ୍ର ମୃତ ୨୩ ଆହତ appeared first on Dharitri Odia News.