କିଏ କହୁଛି ସତ ? ପରସ୍ପର ସଙ୍ଗୀନ ଅଭିଯୋଗ ଆଣିଲେ ସ୍ୱାମୀ-ସ୍ତ୍ରୀ
ଭୁବନେଶ୍ୱର ୨୦।୧୧ : ମାଟ୍ରିମୋନିରେ ବିବାହ କରି ଫସିଗଲେ ମହିଳା । ସରକାରୀ କର୍ମଚାରୀ ଦେଲେ ପ୍ରତାରଣା ।ମାଡ଼ ମାରି ଘରୁ ତଡିଦେଲେ ସ୍ୱାମୀ । ଏନେଇ ମୈତ୍ରୀ ବିହାର ଥାନାରେ ଅଭିଯୋଗ କରିଛନ୍ତି ସ୍ତ୍ରୀ । ସେପଟେ ଏହାକୁ ଖଣ୍ଡନ କରିଛନ୍ତି ସ୍ୱାମୀ । ରେଳ ସଦନରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ଭାବେ କାର୍ଯ୍ୟରତ ଦିନେଶ କୁମାର ସ ମୈତ୍ରୀ ବିହାର ଥାନାରେ ହାଜର ହୋଇଥିଲେ । ତାଙ୍କ କହିବା ଅନୁସାରେ ସେ ୨ୟ ବିବାହ କରିଥିଲେ । ହେଲେ ବିବାହ ପରେ ତାଙ୍କ ପତ୍ନୀ ତାଙ୍କୁ ହଇରାଣ କରୁଥିଲେ । ପତ୍ନୀ ସବୁବେଳେ ଝଗଡ଼ା କରୁଥିଲେ । ଏପିରିକି ତାଙ୍କ ପୁଅ-ଝିଅଙ୍କୁ ହଇରାଣ କରିବା ସହ ସେମାନଙ୍କ ସହ କଥାବାର୍ତ୍ତା ହେବାକୁ ଦେଉନଥିଲେ । ଅଲଗା ରହିବାକୁ କହୁଥିଲେ । ଏସବୁ ବାବଦରେ ଆମର କୋର୍ଟରେ କେସ୍ ଚାଲିଛି । ମୁଁ ଥାନାରେ ସବୁ ପ୍ରମାଣ ଦେଇଥିବା କହିଛନ୍ତି ଦିନେଶ ।
ଭୁବନେଶ୍ୱର ୨୦।୧୧ : ମାଟ୍ରିମୋନିରେ ବିବାହ କରି ଫସିଗଲେ ମହିଳା । ସରକାରୀ କର୍ମଚାରୀ ଦେଲେ ପ୍ରତାରଣା ।ମାଡ଼ ମାରି ଘରୁ ତଡିଦେଲେ ସ୍ୱାମୀ । ଏନେଇ ମୈତ୍ରୀ ବିହାର ଥାନାରେ ଅଭିଯୋଗ କରିଛନ୍ତି ସ୍ତ୍ରୀ ।
ସେପଟେ ଏହାକୁ ଖଣ୍ଡନ କରିଛନ୍ତି ସ୍ୱାମୀ । ରେଳ ସଦନରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ଭାବେ କାର୍ଯ୍ୟରତ ଦିନେଶ କୁମାର ସ ମୈତ୍ରୀ ବିହାର ଥାନାରେ ହାଜର ହୋଇଥିଲେ । ତାଙ୍କ କହିବା ଅନୁସାରେ ସେ ୨ୟ ବିବାହ କରିଥିଲେ । ହେଲେ ବିବାହ ପରେ ତାଙ୍କ ପତ୍ନୀ ତାଙ୍କୁ ହଇରାଣ କରୁଥିଲେ । ପତ୍ନୀ ସବୁବେଳେ ଝଗଡ଼ା କରୁଥିଲେ । ଏପିରିକି ତାଙ୍କ ପୁଅ-ଝିଅଙ୍କୁ ହଇରାଣ କରିବା ସହ ସେମାନଙ୍କ ସହ କଥାବାର୍ତ୍ତା ହେବାକୁ ଦେଉନଥିଲେ । ଅଲଗା ରହିବାକୁ କହୁଥିଲେ । ଏସବୁ ବାବଦରେ ଆମର କୋର୍ଟରେ କେସ୍ ଚାଲିଛି । ମୁଁ ଥାନାରେ ସବୁ ପ୍ରମାଣ ଦେଇଥିବା କହିଛନ୍ତି ଦିନେଶ ।