କ୍ରିକେଟକୁ ଅଲବିଦା କହିଲେ ଦୀନେଶ କାର୍ତ୍ତିକ

ଅବସର ଘୋଷଣା କରି କାର୍ତ୍ତିକ ତାଙ୍କ ସମସ୍ତ କୋଚ, କ୍ୟାପ୍ଟେନ, ଚୟନକର୍ତ୍ତା, ଟିମ ସଦସ୍ୟ ଓ ସର୍ପୋଟ ଷ୍ଟାଫମାନଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି।

କ୍ରିକେଟକୁ ଅଲବିଦା କହିଲେ ଦୀନେଶ କାର୍ତ୍ତିକ

କ୍ରିକେଟକୁ ବାଏବାଏ କହିଛନ୍ତି ଟିମ ଇଣ୍ଡିଆର ୱିକେଟ କିପର ଦୀନେଶ କାର୍ତ୍ତିକ। ସେ ଅନ୍ତର୍ଜାତୀୟ କ୍ରିକେଟ ସହ ସବୁ ପ୍ରକାରର ଫର୍ମାଟକୁ ଅଲବିଦା କହିଛନ୍ତି। ଏହାର ଅର୍ଥ କାର୍ତ୍ତିକ ଆଉ ଆଇପିଏଲ ମଧ୍ୟ ଖେଳିବେ ନାହିଁ।

ଦୀର୍ଘ ୨୦ ବର୍ଷ ଧରି କ୍ରିକେଟ ଖେଳି ଆସୁଥିବା କାର୍ତ୍ତିକ ସୋଶାଲ ମିଡିଆରେ ଗୋଟିଏ ପୋଷ୍ଟ କରି ନିଜ ଅବସର ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇଛନ୍ତି। ବିଗତ କିଛି ଦିନ ହେଲା ମୁଁ ପାଇ ଆସୁଥିବା ଭଲ ପାଇବା ଓ ସମର୍ଥନ ଦେଖି ବେଶ ଉତ୍ସାହିବ।

ଏଥିପାଇଁ ମୁଁ ମୋର ସବୁ ଫ୍ୟାନ୍ସକୁ କୃତଜ୍ଞତା ଣାଉଛି। ଏଥିସହ ମୁଁ କ୍ରିକେଟର ସବୁ ଫର୍ମାଟକୁ ବାଏବାଏ କହୁଛି। ଆଗକୁ ଆସୁଥିବା ନୂଆ ଚ୍ୟାଲେଞ୍ଜ ପାଇଁ ମଧ୍ୟ ନିଜକୁ ପ୍ରସ୍ତୁତ କରୁଛି ବୋଲି କାର୍ତ୍ତିକ କହିଛନ୍ତି।

ଅବସର ଘୋଷଣା କରି କାର୍ତ୍ତିକ ତାଙ୍କ ସମସ୍ତ କୋଚ, କ୍ୟାପ୍ଟେନ, ଚୟନକର୍ତ୍ତା, ଟିମ ସଦସ୍ୟ ଓ ସର୍ପୋଟ ଷ୍ଟାଫମାନଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି। ଦେଶକୁ ଏତେ ଦିନ ଧରି ପ୍ରତିନିଧିତ୍ୱ କରିବା ମୋ ପାଇଁ ସୌଭାଗ୍ୟର ବିଷୟ ବୋଲି କାର୍ତ୍ତିକ କହିଛନ୍ତି। ଦୀନେଶ କାର୍ତ୍ତିକ ଦେଶ ପାଇଁ ୩ଟି ଯାକ ଫର୍ମାଟରେ ୧୮୦ଟି ମ୍ୟାଚ ଖେଳିଛନ୍ତି।

ସେ ଟେଷ୍ଟ କ୍ରିକେଟରେ ଗୋଟିଏ ସେଞ୍ଚୁରୀ ସହ ମୋଟ ୧୭ଟି ଅର୍ଦ୍ଧଶତକ ହାସଲ କରିଥିଲେ। ଅନ୍ତର୍ଜାତୀୟ ମ୍ୟାଚରେ ସେ ୩୪୬୩ ରନ କରିଛନ୍ତି। କେବଳ ୱିକେଟ ପଛରେ ନୁହେଁ, ଆଉଟ ଫିଲ୍ଡରେ ରହି ସେ ୧୭୨ ଜଣ ବ୍ୟାଟରଙ୍କୁ ଆଉଟ କରିଛନ୍ତି।

୨୦୦୪ରେ ସେ ଉଡ଼ାନ୍ତ ଅବସ୍ଥାରେ ଇଂଲଣ୍ଡର ମାଇକେଲ ବନଙ୍କୁ ଷ୍ଟମ୍ପିଂ କରି ଚର୍ଚ୍ଚାକୁ ଆସିଥିଲେ। ୨୦୨୨ ଟି-୨୦ ବିଶ୍ୱକପରେ କାର୍ତ୍ତିକ ଶେଷଥର ପାଇଁ ଭାରତକୁ ପ୍ରତିନିଧିତ୍ୱ କରିଥିଲେ।

ସେ ସୌରଭ ଗାଙ୍ଗୁଲି, ରାହୁଲ ଡ୍ରାଭିଡ, ଅନୀଲ କୁମ୍ବଲେ, ମହେନ୍ଦ୍ର ସିଂହ ଧୋନି, ରୋହିତ ଶର୍ମା ଓ ବିରାଟ କୋହଲିଙ୍କ କ୍ୟାପ୍ଟେନ୍ସିରେ ଖେଳିବାର ଗୌରବ ହାସଲ କରିଥିଲେ।