ବିରୂପା ବ୍ୟାରେଜରେ ଡେଇଁଥିବା ଛାତ୍ରଙ୍କ ମୃତଦେହ ଉଦ୍ଧାର, ପ୍ରେମଜନିତ କାରଣ ସନ୍ଦେହ
କଟକ: ବିରୂପା ବ୍ୟାରେଜରେ ଆଜି ଭୋରରୁ ଡେଇଁ ଥିବା କଲେଜ ଛାତ୍ର ପ୍ରଦୀପ ଦାସଙ୍କ ମୃତ ଦେହ ଉଦ୍ଧାର ହୋଇଛି। ଦୀର୍ଘ ସମୟ ଖୋଜା ଖୋଜି ପରେ ଅପରାହ୍ଣରେ ବ୍ୟାରେଜ ୪ ନଂ ଗେଟ୍ ନିକଟରୁ ଉଦ୍ଧାର କରିଛି ଟାଙ୍ଗୀ ଚୌଦ୍ଵାର ଅଗ୍ନିଶମ ବାହିନୀ l ଉଦ୍ଧାର ପରେ ଛାତ୍ରଟି ର ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ କଟକ ବଡ଼ ମେଡ଼ିକାଲକୁ ପଠାଇ ତଦନ୍ତ କରୁଛି ଚୌଦ୍ୱାର ପୋଲିସ l ମୃତ୍ୟୁର କାରଣ ପ୍ରେମ ଜନିତ ହୋଇଥାଇ ପାରେ ବୋଲି ପୋଲିସ ପ୍ରାଥମିକ ତଦନ୍ତରୁ ଅନୁମାନ କରୁଛି l ଗତକାଲି ମଧ୍ୟ ରାତିରୁ ଛାତ୍ର ଜଣଙ୍କ ଘରୁ କେଉଁ ଆଡେ ଚାଲିଯାଇଥିଲେ l ପରେ ଆଜି ସକାଳ ପ୍ରାୟ ସାଢେ ୫ଟାରେ କିଛି ସ୍ଥାନୀୟ ବାସିନ୍ଦା ଛାତ୍ରଟିକୁ ବ୍ରିଜ ଉପରେ ବୁଲୁଥିବାର ଦେଖିଥିଲେ l କିନ୍ତୁ ପରେ ଛାତ୍ର ଟି ବ୍ରିଜ ଉପରେ ନିଜର ସାଇକେଲ, ବ୍ୟାଗ୍ ଓ ମୋବାଇଲ୍ ରଖି ଆତ୍ମହତ୍ୟା କରିବା ପାଇଁ ନଦୀକୁ ଡେଇଁ ପଡ଼ିଥିଲା l
କଟକ: ବିରୂପା ବ୍ୟାରେଜରେ ଆଜି ଭୋରରୁ ଡେଇଁ ଥିବା କଲେଜ ଛାତ୍ର ପ୍ରଦୀପ ଦାସଙ୍କ ମୃତ ଦେହ ଉଦ୍ଧାର ହୋଇଛି। ଦୀର୍ଘ ସମୟ ଖୋଜା ଖୋଜି ପରେ ଅପରାହ୍ଣରେ ବ୍ୟାରେଜ ୪ ନଂ ଗେଟ୍ ନିକଟରୁ ଉଦ୍ଧାର କରିଛି ଟାଙ୍ଗୀ ଚୌଦ୍ଵାର ଅଗ୍ନିଶମ ବାହିନୀ l ଉଦ୍ଧାର ପରେ ଛାତ୍ରଟି ର ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ କଟକ ବଡ଼ ମେଡ଼ିକାଲକୁ ପଠାଇ ତଦନ୍ତ କରୁଛି ଚୌଦ୍ୱାର ପୋଲିସ l ମୃତ୍ୟୁର କାରଣ ପ୍ରେମ ଜନିତ ହୋଇଥାଇ ପାରେ ବୋଲି ପୋଲିସ ପ୍ରାଥମିକ ତଦନ୍ତରୁ ଅନୁମାନ କରୁଛି l
ଗତକାଲି ମଧ୍ୟ ରାତିରୁ ଛାତ୍ର ଜଣଙ୍କ ଘରୁ କେଉଁ ଆଡେ ଚାଲିଯାଇଥିଲେ l ପରେ ଆଜି ସକାଳ ପ୍ରାୟ ସାଢେ ୫ଟାରେ କିଛି ସ୍ଥାନୀୟ ବାସିନ୍ଦା ଛାତ୍ରଟିକୁ ବ୍ରିଜ ଉପରେ ବୁଲୁଥିବାର ଦେଖିଥିଲେ l କିନ୍ତୁ ପରେ ଛାତ୍ର ଟି ବ୍ରିଜ ଉପରେ ନିଜର ସାଇକେଲ, ବ୍ୟାଗ୍ ଓ ମୋବାଇଲ୍ ରଖି ଆତ୍ମହତ୍ୟା କରିବା ପାଇଁ ନଦୀକୁ ଡେଇଁ ପଡ଼ିଥିଲା l